ସଫଳତା ଓ ସୁଯୋଗ

ଜଣେ କାମଟିଏ ଆରମ୍ଭ କରିବାକୁ ଇଚ୍ଛା କଲା ମାତ୍ରେ ତାକୁ ପ୍ରଥମେ ଯାହାର ଆବଶ୍ୟକତା ଥାଏ ତାହା ହେଉଛି ସୁଯୋଗ l ସେହି ସୁଯୋଗ ହିଁ ସମସ୍ତଙ୍କୁ ମିଳେ ନାହିଁ କିମ୍ବା ଏମିତି କହିପାରିବା କିଏ ମିଳିଥିବା ସୁଯୋଗକୁ ଚିହ୍ନିପାରେନି l ଆଉ କିଏ କିଏ ତ ସୁଯୋଗ ପାଇ ମଧ୍ୟ ତାକୁ ହାତଛଡା କରିଦିଅନ୍ତି l ମାତ୍ର ଯିଏ ଠିକ୍‌ ସମୟରେ ସୁଯୋଗକୁ ଚିହ୍ନି, ସେ ଦିଗରେ କାର୍ଯ୍ୟ କରିଯାଏ, ସିଏ ହିଁ କାର୍ଯ୍ୟ ଆରମ୍ଭର ପ୍ରଥମ ସୋପାନକୁ ଉନ୍ନୀତ ହୁଏ l ତେବେ ଖାଲି ସୁଯୋଗ ମିଳିଗଲେ ତ କାର୍ଯ୍ୟସିଦ୍ଧି ହେବ ନାହିଁ, କାର୍ଯ୍ୟଟିକୁ ଆଗକୁ ବଢେଇବା ପାଇଁ ବା ସଫଳତା ନାମକ ଶୀର୍ଷସ୍ଥାନକୁ ପହଞ୍ଚିବା ପାଇଁ ଯେଉଁ କାରକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ସହଯୋଗ l ଉଦାହରଣ ସ୍ବରୂପ ଆପଣ ଗୋଟିଏ ଚାକିରି ପାଇଁ ଆବେଦନ କରିଛନ୍ତି l ଆପଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଛି l
ସାକ୍ଷାତକାର ପରେ ଆପଣଙ୍କର ଚୟନ ହୋଇଛି ବୋଲି ସୂଚନା ମିଳିଛି l ଏଠାରେ ଆପଣ ଚାକିରି ପାଇଁ ମନୋନୀତ ହେବା ହେଉଛି ସୁଯୋଗ, ଯାହା ଜଣେ ନିଜ ଦକ୍ଷତା, କ୍ଷମତା, ଯୋଗ୍ୟତା ଦ୍ୱାରା ହାସଲ କରିପାରିଛି l ପରବର୍ତ୍ତୀ ସମୟରେ ଚାକିରିରେ ଯୋଗ ଦେବା ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମ, ସମୟ ଓ ପରିସ୍ଥିତି ଉପରେ ହିଁ ନିର୍ଭର କରେ ଯେ କାମଟି କେତେ ସୁରୁଖୁରୁରେ ହୋଇପାରିବ l ସୁତରାଂ ବ୍ୟକ୍ତିକୁ ପରିବାର, ସାଙ୍ଗସାଥୀଙ୍କର ସହଯୋଗ ଆବଶ୍ୟକ ହୁଏ l ଯଦି ସହଯୋଗ ନ ମିଳିଲା ତେବେ ସେ କାମ କରିବାରେ ହେଳା କରେ କିମ୍ବା ନିରାଶ ହୋଇ କାର୍ଯ୍ୟ କରିବା ଛାଡ଼ିଦିଏ l କହିବା ବାହୁଲ୍ୟ କାର୍ଯ୍ୟଟିର ସଫଳତା ପାଇଁ ସୁଯୋଗଟିଏର ଯେତେ ଆବଶ୍ୟକତା ଅଛି, ସହଯୋଗର ମଧ୍ୟ ସେତିକି ଆବଶ୍ୟକତା ରହିଛି l
ତୃତୀୟ କାରକ ହେଉଛି ସ୍ବାଧୀନତା, ଯାହାର ଅନୁପସ୍ଥିତି କାର୍ଯ୍ୟକୁ ଅସଫଳ କରିବାର କ୍ଷମତା ରଖେ l
କାର୍ଯ୍ୟଟିକୁ ସଫଳତାର ଶୀର୍ଷ ଯାଏ ପହଞ୍ଚେଇବା ପାଇଁ ଯଦି ବ୍ୟକ୍ତିକୁ ସ୍ବାଧୀନତା ନ ଦିଆଯାଏ, ଅର୍ଥାତ୍‌ ନାନା ବାରଣ, କଟକଣା, ବିରୋଧ କରାଯାଏ, କାର୍ଯ୍ୟଟି ସଫଳ ହେବା ଅସମ୍ଭବ ହୋଇପଡେ l ଯେମିତିକି ଚାକିରି ପାଇଁ ନିର୍ବାଚିତ ହେବା ପରେ ସାଥୀ କିମ୍ବା ପରିବାରର ସହଯୋଗ ମିଳିବା ପରେ ମଧ୍ୟ ଯଦି ବ୍ୟକ୍ତିକୁ ଅଯଥା ନିୟମ ଭିତରେ ବାନ୍ଧି ଦିଆଗଲା, ତା’ ଇଚ୍ଛା ଅନୁଯାୟୀ କାମ କରିବାର ସ୍ବାଧୀନତା ଦିଆଗଲା ନାହିଁ, ତେବେ ସେଇ କାମ କେବେହେଲେ ସଫଳ ହେବ ନାହିଁ l ମହିଳାମାନଙ୍କ କ୍ଷେତ୍ରରେ ଦେଖିଲେ ଯଦି ତାକୁ ଘର କାମ, ପିଲାଙ୍କ କାମ, ଘରର ବୟସ୍କ ଲୋକ ସମସ୍ତଙ୍କ କାମସାରି ଘରୁ ବାହାରି ଯିବାକୁ କିମ୍ବା ନିର୍ଦ୍ଦିଷ୍ଟ ସମୟ ଭିତରେ ଘରେ ଉପସ୍ଥିତ ହେବାକୁ ବାଧ୍ୟ କରାଯାଏ, ସେ ସୁଯୋଗ ଓ ସହଯୋଗ ପାଇଲେ ସୁଦ୍ଧା ସ୍ବାଧୀନତା ଅଭାବରୁ କାମ କରିବାକୁ ସଫଳ ହୁଏ ନାହିଁ l
ସ୍ବାଧୀନତାର କଥା ଯେତେବେଳେ ଉଠିଛି, କେଉଁ ପ୍ରକାରର ସ୍ବାଧୀନତା ବ୍ୟକ୍ତିଟିଏ ସାଧାରଣତଃ ଲୋଡିଥାଏ, ତା’ ଉପରେ ବି ବିବରଣୀ ଦେବା ଜରୁରୀ ମନେହୁଏ l ମୁଖ୍ୟତଃ ଚାରିପ୍ରକାର ସ୍ବାଧୀନତା ଯଥା ସମୟ, ଅର୍ଥ, ସମ୍ପର୍କ ଏବଂ ଅଭିପ୍ରାୟଜନିତ ସ୍ବାଧୀନତା ହିଁ ବ୍ୟକ୍ତିର ସଫଳତାର ପଥ ଉନ୍ମୋଚନ କରେ l ଜୀବନର ସେଇ ସମୟତକ ଯଦି ନିଜକୁ ପସନ୍ଦ ଥିବା ଲୋକଙ୍କ ଗହଣରେ, ନିଜକୁ ଭଲ ଲାଗୁଥିବା କାମ କରି ଅତିବାହିତ କରାଯାଇପାରିଲା ତେବେ ସେ ସମୟ ଏକ ସୁନ୍ଦର ସ୍ମୃତି ହୋଇ ରହିଯାଏ l କାମଟି କରିବା ବେଳେ ଆବଶ୍ୟକ ହେଉଥିବା ନୂଆ ପଦ୍ଧତି, ପ୍ରକାର ପାଇଁ ଯଥେଷ୍ଟ ଅର୍ଥ ଦରକାର ହୁଏ, ଯାହାକୁ କାହାର ଚାପ, ବାରଣ କିମ୍ବା ବାଧ୍ୟ ବାଧକତାରେ କଲେ ତୀବ୍ର ଅସନ୍ତୋଷ ମିଳେ l ଆଉ ପୁଣି ଏଭଳି ଲୋକଙ୍କ ସାନ୍ନିଧ୍ୟ ଯାହାକୁ ଆପଣ ପ୍ରଶଂସା କରନ୍ତି ବା ଯିଏ ଆପଣଙ୍କୁ ପ୍ରେରିତ ଓ ଉତ୍ସାହିତ କରେ, ସେମାନଙ୍କ ସହ ମିଶି କାମ କଲେ ଆପଣ ଖୁସି ରହିବା ସହିତ ଲକ୍ଷ୍ୟସ୍ଥଳକୁ ସହଜ ଏବଂ ଶୀଘ୍ର ପହଞ୍ଚି ପାରିବେ l ଶେଷ ସ୍ବାଧୀନତା ହେଉଛି ଅଭିପ୍ରାୟକୁ ନେଇ, ଯାହା ଠିକ୍‌ ରହିଲେ ଆଶ୍ଚର୍ଯ୍ୟଜନକ ସଫଳତା ହସ୍ତଗତ ହେବାର ନଜିର ରହିଛି l ଉପରୋକ୍ତ ଚାରୋଟି କ୍ଷେତ୍ରରେ ସ୍ବାଧୀନତା ମିଳିଲେ ବ୍ୟକ୍ତିର କାର୍ଯ୍ୟଶୈଳୀ, ନିଷ୍ପତ୍ତି ନେବା କ୍ଷମତା, ସମ୍ପର୍କ ସ୍ଥାପନ କ୍ରମେ ସ୍ପଷ୍ଟ ଏବଂ ଉନ୍ନତ ହୁଏ, ଯାହା ସଫଳତା ହାରକୁ ବୃଦ୍ଧି କରିବାରେ ସହାୟକ ହୁଏ l ଏଣୁ ଉପରୋକ୍ତ ସମ୍ୟକ ଆଲୋଚନା ପରେ ଆମେ ଏହି ନିର୍ଯାସରେ ପହଞ୍ଚିବା ଯେ ଆଲୋଚିତ ତିନୋଟି କାରକ ଯଥା ସୁଯୋଗ, ସହଯୋଗ ଓ ସ୍ବାଧୀନତା ଏହି ତିନୋଟିରୁ ଯେକୌଣସି ଗୋଟିଏକୁ ବାଦ୍‌ ଦେଲେ ସଫଳତା ହାସଲ କରିବା ଅସମ୍ଭବ l

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?