ଟ୍ରମ୍ପ୍‌ଙ୍କ ଦୁର୍ବଳ ସ୍ଥିତି

ବିଗତ ଦୁଇ ମାସ ମଧ୍ୟରେ ବିତ୍ତୀୟ ନିବେଶକମାନେ ଏକ ନୂଆ ବାଣିଜି୍ୟକ ରଣନୀତି ଆବିଷ୍କାର କରିଛନ୍ତି। ଏହା ଏକ ସରଳ ନିୟମ ଟାକୋ (ଟିଏସିଓ) ବା ଟ୍ରମ୍ପ୍‌ ଅଲ୍‌ଓ୍ବେଜ ଚିକେନ୍ସ ଆଉଟ୍‌କୁ ଆଧାର କରି କରାଯାଇଛି। ଆମେରିକାର ରାଷ୍ଟ୍ରପତି ମିତ୍ର ଓ ଶତ୍ରୁଦେଶଗୁଡ଼ିକ ଉପରେ ଅତ୍ୟଧିକ ଆମଦାନୀ ଶୁଳ୍କ ଲାଗୁ କରିବା କିମ୍ବା ଫେଡେରାଲ ରିଜର୍ଭର ଚେୟାରମ୍ୟାନଙ୍କୁ ହଟାଇବା ଧମକରୁ ପଛକୁ ହଟିଥିଲେ। ପରେ ସେ ପୁଣି ଟାରିଫ୍‌କୁ ଫେରିଛନ୍ତି। ଟ୍ରମ୍ପ୍‌ କେବଳ ‘ଚିକେନ’ ନୁହନ୍ତି; ସେ ଶକ୍ତିଶାଳୀ ହେଲେ ମଧ୍ୟ ଜଣେ ଦୁର୍ବଳ ବ୍ୟକ୍ତି। ଅଧିକାଂଶ ଆମେରିକୀୟଙ୍କ ତୁଳନାରେ ଆମେରିକାର ବିରୋଧୀମାନେ ତାହାକୁ ଭଲ ଭାବେ ବୁଝିପାରିବେ।

ଅନେକ ଆମେରିକୀୟ ଟ୍ରମ୍ପ୍‌ଙ୍କୁ ଭୟ କରନ୍ତି। ଏଣୁ ସେମାନେ ଭାବନ୍ତି ଯେ, ଅନ୍ୟମାନେ ତାଙ୍କୁ ମଧ୍ୟ ଭୟ କରିବା ଦରକାର। କିନ୍ତୁ ଆମେରିକା ବାହାରେ ତାଙ୍କୁ କେହି ସେଭଳି ଭୟ କରନ୍ତି ନାହିଁ। ଆମେରିକାର ମିତ୍ରଦେଶଗୁଡ଼ିକ ସେହି ବ୍ୟକ୍ତିଙ୍କୁ ଭୟ କରନ୍ତି, ଯିଏ ଅନ୍ୟମାନେ ଗଢ଼ିଥିବା ବ୍ୟବସ୍ଥାକୁ ନଷ୍ଟ କରିଦେଇଥାନ୍ତି ଏବଂ ଆମେରିକାର ଶତ୍ରୁଦେଶଗୁଡ଼ିକ ଟ୍ରମ୍ପ୍‌ ଏବଂ ଏଲନ୍‌ ମସ୍କଙ୍କ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି (ଡିଓଜିଇ) ଦ୍ୱାରା କରାଯାଇଥିବା କ୍ଷତିକୁ ନେଇ ଖୁସି ହେଉଛନ୍ତି। ନିକଟରେ ମସ୍କ ଯେତେବେଳେ ପଦତ୍ୟାଗ କଲେ, ସେତେବେଳେ ରୁଷିଆର ପ୍ରମୁଖ ରାଜନୈତିକ ନୀତି ନିର୍ଦ୍ଧାରକ ଆଲେକ୍‌ଜାଣ୍ଡର ଡୁଗିନ ମସ୍କଙ୍କ ପଦତ୍ୟାଗକୁ ନେଇ କହିଥିଲେ ଯେ, ସମଗ୍ର ପୃଥିବୀରେ ଆମେରିକାର ବିଦେଶୀ ସହାୟତାକୁ ବନ୍ଦ କରିବା, ସ୍ବାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗକୁ ଦୁର୍ବଳ କରିବା ପଛରେ ଡିଓଜିଇର ଅଧିକ ସମର୍ଥନ ଥିଲା।

ଦେଖିବାକୁ ଗଲେ ଟ୍ରମ୍ପ୍‌ ଜଣେ ଦୃଢ଼ ବ୍ୟକ୍ତି। ତେବେ ସଂସ୍ଥାଗୁଡ଼ିକୁ ସେ ନଷ୍ଟ କରିବା ପରେ ତାଙ୍କ ପାଖରେ ଆଉ କ’ଣ ରହିଛି। କିନ୍ତୁ ସେ ଜଣେ ଦୁର୍ବଳ ବ୍ୟକ୍ତି, କାରଣ ଅର୍ଥ, ଅସ୍ତ୍ରଶସ୍ତ୍ର ଓ ଗୋଇନ୍ଦାକୁ ନିୟନ୍ତ୍ରଣ କରୁଥିବା ସରକାରୀ ବିଭାଗଗୁଡ଼ିକୁ ନଷ୍ଟ କରିବା ଯୋଗୁ ଏବେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ କାର୍ଯ୍ୟ କରିବା ପାଇଁ ବାସ୍ତବରେ ଆମେରିକା ପାଖରେ କୌଣସି ସାଧନ ନାହିଁ। ସେ କେବଳ ଟେଲିଭିଜନ ପରଦାରେ ଦୃଢ଼ବ୍ୟକ୍ତି ଏବଂ ଜଣେ ଜ୍ଞାନୀ ଭାବେ ନିଜକୁ ଉପସ୍ଥାପନ କରୁଛନ୍ତି। କିନ୍ତୁ ଟ୍ରମ୍ପ୍‌ଙ୍କ ଶକ୍ତି ସମ୍ପୂର୍ଣ୍ଣ ଭାବେ ତାଙ୍କ ଦର୍ଶକଙ୍କ ଗ୍ରହଣୀୟତା ଯୋଗୁ ଗଢ଼ିଉଠିଛି। ତାଙ୍କ ପ୍ରଦର୍ଶନ ଦର୍ଶକଙ୍କ ମନରେ ଏକ ଧାରଣା ସୃଷ୍ଟି କରିଛି ଯେ, ଟ୍ରମ୍ପ୍‌ ସବୁ କିଛିର ସମାଧାନ କରିବେ। ଏହା ନିଶ୍ଚିତ ଯେ, ଟ୍ରମ୍ପ୍‌ଙ୍କ କରିସ୍ମା ବା ଆକର୍ଷଣୀୟତା ହେଉଛି ଏକ ପ୍ରକାର ଶକ୍ତି। କିନ୍ତୁ ଏହା କୌଣସି ସମସ୍ୟା କ୍ଷେତ୍ରରେ ପ୍ରୟୋଗ ହୋଇ ନ ପାରେ ଏବଂ ଆମେରିକା ବାହାରେ ଏହାର ପ୍ରାସଙ୍ଗିକତା ରହି ନ ପାରେ। ଟ୍ରମ୍ପ୍‌ଙ୍କ ସପକ୍ଷବାଦୀମାନେ ଭାବୁଛନ୍ତି ଯେ, ଆମେରିକାର କୌଣସି ମିତ୍ର ଆବଶ୍ୟକ ନାହିଁ, କାରଣ ବିନା କାହାର ସାହାଯ୍ୟରେ ଏହାର ଶତ୍ରୁମାନଙ୍କୁ ଭୟଭୀତ କିମ୍ବା ଧମକ ଦେଇପାରିବ। କିନ୍ତୁ ଆମେ ଜାଣିଛେ, ଟ୍ରମ୍ପ୍‌ କାନାଡ଼ା କିମ୍ବା ମେକ୍ସିକୋ କ୍ଷେତ୍ରରେ ସେଭଳି କରିପାରିବେ ନାହିଁ, ଯେଭଳି ଚାଇନା, ଇରାନ କିମ୍ବା ରୁଷିଆ ଭଳି ଅନ୍ୟମାନଙ୍କ ଉପରେ ପଦକ୍ଷେପ ନେଉଛନ୍ତି। ତାହା କେବଳ ଦେଶ ଭିତରେ ହିଁ କାମ କରିବ। ଅନେକ ବର୍ଷ ହେଲା ଟ୍ରମ୍ପ୍‌ ଶୋଭାଯାତ୍ରା ଓ ସୋସିଆଲ ମିଡିଆରେ ତାଙ୍କ ଦେଶର ବିରୋଧୀଙ୍କ ବିରୋଧରେ ହିଂସାକୁ ଉସୁକାଇ ଆସିଛନ୍ତି। ଯେଉଁମାନେ ଟ୍ରମ୍ପ୍‌ଙ୍କୁ ମାନୁଛନ୍ତି ଓ ତାଙ୍କୁ ଜଣେ ଶକ୍ତିଶାଳୀ ବ୍ୟକ୍ତି ବୋଲି ବିଚାର କରୁଛନ୍ତି, ତାହା ସେମାନଙ୍କର ଦୁର୍ବଳତା। ସେମାନଙ୍କର ଏହି ଦୁର୍ବଳତା ସାରା ପୃଥିବୀରେ ଶକ୍ତିଶାଳୀ ଭାବେ ପ୍ରତିପାଦନ କରିପାରିବ ନାହିଁ।

ଗତ କିଛି ମାସ ହେଲା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଲକ୍ଷ୍ୟ କରି ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଦୃଢ଼ ଭାବନା ଓ କ୍ରୋଧ ପ୍ରକାଶ କରିଆସିଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ କରିବାକୁ ଦାବି କରିଛନ୍ତି। କିନ୍ତୁ ପୁଟିନ୍‌ଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇ ନାହିଁ। ଦେଶରେ ବିନା କାରଣ ହିଂସା ଉସୁକାଇବା ଭଳି ପଦକ୍ଷେପ ବିଦେଶ ନେତାଙ୍କ କ୍ଷେତ୍ରରେ କାମ କରିବ ନାହିଁ। ରୁଷିଆର ଇର୍‌ସ୍ତୁକ ସହରରେ କେହି ବି ପୁଟିନ୍‌ଙ୍କୁ ଧମକାଇବାକୁ କିମ୍ବା କ୍ଷତି କରିବାକୁ ବାହାରୁନାହାନ୍ତି। କାରଣ ଟ୍ରମ୍ପ୍‌ ଆଉ କିଛି ଇଣ୍ଟରନେଟରେ ପୋଷ୍ଟ କରିଥିଲେ। ଟ୍ରମ୍ପ୍‌ ପୋଷ୍ଟ କରିଥିବା କଟକଣା ଧମକକୁ ଜଣେ ଠିକ୍‌ ଭାବେ ବ୍ୟାଖ୍ୟା କରିପାରିବେ। ତାଙ୍କ କଥାର ଗୁରୁତ୍ୱ ରହିବ, ଯେତେବେଳେ ବାସ୍ତବରେ ଏକ ନୀତି ଥିବ କିମ୍ବା ଅନ୍ତତଃପକ୍ଷେ ସେଭଳି କିଛି ଗଠନ ହେବାର ସମ୍ଭାବନ ରହିଥିବ।

କୌଣସି ନୀତି ନିର୍ଦ୍ଧାରଣ ପାଇଁ ଯୋଗ୍ୟ କର୍ମଚାରୀଙ୍କ ସହ ସଂସ୍ଥାଗୁଡ଼ିକ ରହିବା ଉଚିତ। କିନ୍ତୁ ଯେଉଁମାନେ ନୀତି ନିର୍ଦ୍ଧାରଣ କରି ତାହାକୁ କାର୍ଯ୍ୟକାରୀ କରିବେ, ଟ୍ରମ୍ପ୍‌ଙ୍କ ପ୍ରଥମ ନୀତି ସେମାନଙ୍କ ବିରୋଧରେ ଥିଲା। ଉଦାହରଣ ସ୍ବରୂପ, ଯେଉଁମାନେ ୟୁକ୍ରେନ୍‌ ଓ ରୁଷିଆ ସମ୍ପର୍କରେ ଜାଣିଥିଲେ ସେମାନଙ୍କ ମଧ୍ୟରୁ ଅନେକେ ଟ୍ରମ୍ପ୍‌ ପ୍ରଶାସନର ପଦବୀରୁ ହଟିଗଲେଣି। ପରେ ୟୁକ୍ରେନୀୟ ସାର୍ବଭୌମତ୍ୱକୁ ନେଇ ରୁଷିଆକୁ ସୁହାଇଲା ଭଳି ଟ୍ରମ୍ପ୍‌ଙ୍କ ଅନିୟନ୍ତ୍ରିତ ପଦକ୍ଷେପଗୁଡ଼ିକ ଆସିଗଲା। ୟୁକ୍ରେନ୍‌ କିମ୍ବା ଅନ୍ୟ କୌଣସି ମିତ୍ରମାନଙ୍କୁ ନ ନେଇ ନିଜେ ଏଭଳି ପଦକ୍ଷେପ ସବୁ ନେଇଥିଲେ ମଧ୍ୟ ତାହା କାମ କଲା ନାହିଁ। ଟ୍ରମ୍ପ୍‌ଙ୍କ ସ୍ଥିତି ଏତେ ଦୁର୍ବଳ ଯେ, ପୁଟିନ୍‌ ସ୍ବାଭାବିକ ଭାବେ ଧରିନେଇଥିଲେ ସେ ଅଧିକ କିଛି ପାଇପାରିବେ ଏବଂ ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣ ବଢ଼ାଇପାରିବେ।

ଗୋଟିଏ ବିଷୟ ସ୍ପଷ୍ଟ ଯେ, ଟ୍ରମ୍ପ୍‌ ଶକ୍ତିଶାଳୀ ବୋଲି ମସ୍କୋରେ କେହି ବି ଭାବନ୍ତି ନାହିଁ। କାର୍ଯ୍ୟ କରୁଥିବା ସଂସ୍ଥା ଓ ଦକ୍ଷ ସିଭିଲ ସର୍ଭାଣ୍ଟ ବିନା ଟ୍ରମ୍ପ୍‌ ଚାହଁିଲେ ମଧ୍ୟ ରୁଷିିଆକୁ ଧମକାଇ ପାରିବେ ନାହିଁ। କଟକଣା ଲଗାଇବା ପାଇଁ ଅଳ୍ପ କିଛି ନୁହେଁ, ଅଧିକ ଚାକିରିଆ ଦରକାର। ତେବେ ବିଦେଶୀ ସରକାରଗୁଡ଼ିକ ବିଶ୍ୱାସ କରିବା ଦରକାର ଯେ, ଆମେରିକାର ଜଣେ ଅତି ଧନୀ ବ୍ୟକ୍ତି ବିଶେଷଙ୍କଠାରୁ ଡିପାର୍ଟମେଣ୍ଟ ଅଫ୍‌ ଟ୍ରେଜରି (ଅର୍ଥ ବିଭାଗ) ବଡ଼। ଦୁର୍ଭାଗ୍ୟବଶତଃ, ସେମାନଙ୍କ ଗୋଇନ୍ଦା ସଂସ୍ଥାଗୁଡ଼ିକ ସକ୍ରିୟ ନାହାନ୍ତି। ଆମେରିକା ସରକାରଙ୍କ ସଂସ୍ଥାଗୁଡ଼ିକର କ୍ଷତି ଆମେରିକାର ଶତ୍ରୁମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରୁଛି। ତେବେ ରୁଷୀୟମାନେ ଆଶା କରିଥିଲେ, ଟ୍ରମ୍ପ୍‌ ନିଶ୍ଚିତ ଭାବେ ହ୍ବାଇଟ୍‌ ହାଉସ୍‌କୁ ଫେରିବେ, କାରଣ ସେ ଆମେରିକାକୁ ଦୁର୍ବଳ କରିଛନ୍ତି ବୋଲି ସେମାନେ ବିଶ୍ୱାସ କରିଥିଲେ। ଏବେ ଟ୍ରମ୍ପ୍‌ ସିଆଇଏ ଏବଂ ଏଫ୍‌ବିଆଇକୁ ଧ୍ୱସ୍ତ କରିଦେଇଛନ୍ତି। ତୁଲ୍‌ସୀ ଗବ୍ବାର୍ଡ, କାଶ୍‌ ପଟେଲ ଏବଂ ପାମ୍‌ ବୋଣ୍ଡିଙ୍କ ଭଳି ବ୍ୟକ୍ତିଙ୍କୁ ଗୋଇନ୍ଦା ଓ ଆମେରିକାର ଆଇନ ପ୍ରବର୍ତ୍ତନର ଦାୟିତ୍ୱ ଦେଇ ସେମାନେ କେବଳ ଭାବି ପାରନ୍ତି ଯେ, ସମୟ ତାଙ୍କ ସପକ୍ଷରେ ରହିଛି। ସେଥିପାଇଁ ୟୁକ୍ରେନ୍‌ରେ ଯୁଦ୍ଧ ବିରତି ପାଇଁ ଟ୍ରମ୍ପ୍‌ଙ୍କ ଦାବିକୁ ପୁଟିନ ଅଣଦେଖା କରିଛନ୍ତି। ପୁଟିନ ନିଶ୍ଚିତ ଯେ, ଟ୍ରମ୍ପ୍‌ଙ୍କ ନିଷ୍କ୍ରିୟ ଆମେରିକା ପ୍ରତିକ୍ରିୟା ପ୍ରକାଶ କରିବାକୁ ଅକ୍ଷମ। ପୁଟିନ ମଧ୍ୟ ନିଶ୍ଚିତ ଯେ, ୟୁରୋପୀୟ ଦେଶଗୁଡ଼ିକ ଦୂରେଇ ଯାଇଛନ୍ତି ଏବଂ ଅନେକ ବର୍ଷ ଯୁଦ୍ଧ ପରେ ୟୁକ୍ରେନୀୟମାନେ ତାହାକୁ ଜାରି ରଖିବାକୁ ଅକ୍ଷମ ହେବେ।

ଯାହା ରୁଷିଆ ପାଇଁ ସତ, ତାହା ମଧ୍ୟ ଚାଇନା ପାଇଁ ପ୍ରଯୁଜ୍ୟ। ଶକ୍ତିଶାଳୀ ହେଲେ ବି ଦୁର୍ବଳ ବ୍ୟକ୍ତି ଭାବେ ଟ୍ରମ୍ପ୍‌ ପରୋକ୍ଷରେ ଚାଇନାକୁ ସାହାଯ୍ୟ କରିଛନ୍ତି। ଟ୍ରମ୍ପ୍‌ଙ୍କ ପୂର୍ବରୁ ସମୟ ଚାଇନା ସପକ୍ଷରେ ନ ଥିଲା। ଆମେରିକାର ଏକ ପିଢ଼ିର ଧାରଣା ଥିଲା ଯେ, ଚାଇନା ଅର୍ଥ ବ୍ୟବସ୍ଥାରେ ଓ ସାମରିକ କ୍ଷେତ୍ରରେ ଆମେରିକାକୁ ଟପିଯିବ। ହେଲେ ଏହା ସ୍ପଷ୍ଟ ଯେ, ତାହା ଘଟିବାକୁ ଆଉ ବେଶୀ ଡେରି ନାହିଁ। ଚାଇନା ଅତୀତରେ ଯାହା ପାଇବାକୁ ସଂଗ୍ରାମ କରିଥିଲା, ତାହା ସହଜରେ ନେଇଯିବ। ଓ୍ବାଲ୍‌ଷ୍ଟିଟ ଟିଏସିଓ (ଟାକୋ) ବାଣିଜ୍ୟରୁ ସ୍ପଳ୍ପ ମିଆଦୀ ଲାଭ ଉଠାଇପାରେ, କିନ୍ତୁ ଓ୍ବିକ୍‌ ଷ୍ଟଙ୍ଗମ୍ୟାନ କ୍ଷତି ପହଞ୍ଚାଇବେ। ଟ୍ରମ୍ପ୍‌ ଆମେରିକାକୁ ଶକ୍ତିଶାଳୀ କରିଛନ୍ତି ବୋଲି ତାଙ୍କ ସମର୍ଥକମାନେ ବିଶ୍ୱାସ କରୁଥାଇପାରନ୍ତି, କିନ୍ତୁ ତାହା ଘଟିନାହିଁ। ଜଣେ ଶକ୍ତିଶାଳୀ ବ୍ୟକ୍ତି ଭାବେ ଟ୍ରମ୍ପ୍‌ ନୀତି, ଆଇନ ଏବଂ ସମ୍ପର୍କକୁ ନଷ୍ଟ କରିଦେଇଛନ୍ତି। ଜଣେ ଦୁର୍ବଳମନା ବ୍ୟକ୍ତି ଭାବେ ସେ ଏହାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି।
ପ୍ରଥମ ଚେୟାରମ୍ୟାନ, ମଡର୍ନ ୟୁରୋପିଆନ ହିଷ୍ଟ୍ରି, ମଙ୍କ୍‌ ସ୍କୁଲ ଅଫ୍‌ ଗ୍ଲୋବାଲ ଆଫେୟାର୍ସ ଆଣ୍ଡ୍‌ ପବ୍ଲିକ ପଲିସି

ଟିମୋଥି ସ୍ନିଡର

(ୟୁନିଭର୍ସିଟି ଅଫ୍‌ ଟରୋଣ୍ଟୋ)


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?