ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ – ଏଇ ଆଶାରେ ନିଶ୍ଚିନ୍ତ ହୋଇ ବସିଯାଉ। ଏହାଠାରୁ ବଡ଼ ଭୁଲ୍‌ ଆଉ କିଛି ନାହିଁ। ଭଗବାନ୍‌ ହେଲେ ବି ସିଏ ଯେ ଜଣେ ମଣିଷ ଏବଂ ମଣିଷ ଜଗତରେ ମଣିଷକୁ ଯାହା କରିବାକୁ ହୁଏ ସେହି ମାନବୀୟ ଭାବରେ କାର୍ଯ୍ୟସିଦ୍ଧି କରିବା ଛଡ଼ା ତାଙ୍କର ମଧ୍ୟ ଯେ ଉପାୟ ନାହିଁ, ଏହା ବୁଝି, ଖଟିଖାଟି ଚାହିଦା ପୂରଣ କରିବା ଦରକାର। ମହାପୁରୁଷଗଣ ଇଚ୍ଛା କରିଲେ ହିଁ ଅନେକ କିଛି କରିପାରନ୍ତି। ଏଇ କଥାର ତାତ୍ପର୍ଯ୍ୟ ଏଇ ଯେ, ସେମାନଙ୍କର ବିରାଟ ପରିପୂରଣକାରୀ ଓ ନିୟନ୍ତ୍ରଣକାରୀ ଶକ୍ତି, ପ୍ରେମ ଓ ଚରିତ୍ରବଳ ଥାଏ। ସେଇ କାରଣରୁ ଅନେକେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କର କଲ୍ୟାଣକର ଇଚ୍ଛାକୁ ରୂପଦେବାକୁ ଚେଷ୍ଟା କରନ୍ତି ଏବଂ ବହୁ ଲୋକଙ୍କ ସମବେତ ଓ ସୁସଂଗଠିତ ଚେଷ୍ଟା ଫଳରେ ଅନେକ ଅସାଧ୍ୟ ସାଧନ ହୋଇଥାଏ। ଯାହାହେଉ, ଅବତାର ମହାପୁରୁଷଙ୍କ ଭୂତ-ମହେଶ୍ୱର ଭାବ କିନ୍ତୁ ତାଙ୍କୁ ଅନୁସରଣ କରିଲେ ହିଁ ବୁଝାଯାଏ। ମନୁଷ୍ୟତ୍ୱରୁ ଈଶ୍ୱରତ୍ୱକୁ ଅଗ୍ରସର ନ ହେଲେ ଈଶ୍ୱରତ୍ୱ ବୁଝାଯାଏ ନାହିଁ, ତତ୍‌ ସମ୍ବନ୍ଧରେ ଅଳୀକ ମନଗଢ଼ା କଳ୍ପନା ହିଁ ସାର ହୋଇଥାଏ।

ଜୀବନ ଗତିଶୀଳ, ଏକ ପ୍ରବହମାନ ଧାରା। ଏହି ଧାରାରେ ଧାବିତ ସକଳ ଜୀବଜଗତ, ମାତ୍ର ଧାବମାନ ଜୀବନକୁ ସୁନିୟନ୍ତ୍ରିତ କରି ନ ପାରିଲେ ଜନ୍ମ ନିରର୍ଥକ ହୋଇଯାଏ। ଜୀବନକୁ ସୁନିୟନ୍ତ୍ରିତ କରିବା ଲାଗି ସଦ୍‌ଗୁରୁଙ୍କ ଶରଣାପନ୍ନ ହେବା ଅପରିହାର୍ଯ୍ୟ। ସଦ୍‌ଗୁରୁଙ୍କ ନିର୍ଦ୍ଦେଶିତ ପଥରେ ଜୀବନକୁ ଚଳାଇପାରିଲେ ଜୀବନ ହୋଇଉଠେ ସମୁନ୍ନତ, ସୁମଧୁର। ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ‘ସତ୍ୟାନୁସରଣ’ରେ ଉଲ୍ଲେଖ କରିଛନ୍ତି – ‘ସଦ୍‌ଗୁରୁଙ୍କ ଶରଣାପନ୍ନ ହୁଅ, ସତ୍‌ନାମ ମନନ କର ଆଉ ସତ୍‌ସଙ୍ଗର ଆଶ୍ରୟ ଗ୍ରହଣ କର, ମୁଁ ନିଶ୍ଚୟକରି କହୁଛି ତୁମର ଉନ୍ନୟନ ପାଇଁ ତୁମକୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ।’ ଏ ଉନ୍ନୟନ ଉଭୟ ଭୌତିକ ଓ ଆତ୍ମିକ। ଆତ୍ମିକ ଉନ୍ନତି ବିନା କେବଳ ଭୌତିକ ଉନ୍ନତି ମୂଲହୀନ। ପୁଣି ଉଚ୍ଚ ବା ଶ୍ରେଷ୍ଠଜନଙ୍କ ପ୍ରତି ଶ୍ରଦ୍ଧାଭକ୍ତି ବିନା ଉନ୍ନତି ସମ୍ଭବ ନୁହେଁ। କେତେକେ କହନ୍ତି, ‘ପ୍ରଭୁ ତୁମେ ମୋର’। ଏହାର ଅର୍ଥ ପ୍ରଭୁ ତୁମେ କେବଳ ମୋର, ତୁମେ ଆଉ କାହାର ନୁହଁ। ଅବଶ୍ୟ ଏଠାରେ ସଂକୀର୍ଣ୍ଣ ସ୍ବାର୍ଥପରତାର ଝଲକ ଫୁଟିଉଠେ। କାରଣ ଏଭଳି କହୁଥିବା ବ୍ୟକ୍ତି ଚାହେଁ ପ୍ରଭୁ କେବଳ ତା’ରି କଥା ଶୁଣନ୍ତୁ, ତାରି ଅଭୀଷ୍ଟ ପୂରଣ କରନ୍ତୁ। ଅପରପକ୍ଷରେ ‘ମୁଁ ତୁମର’ କହିଲେ – ସମର୍ପଣର ଭାବ ପ୍ରକଟିତ ହୁଏ। ତେଣୁ ଠାକୁରଙ୍କ ପାଖରେ ସମର୍ପିତ ହେବାକୁ ହେଲେ – ‘ମୁଁ ତୁମର’ ଭାବଟିକୁ ନିଜ ଭିତରେ ଆରୋପିତ କରିବାକୁ ପଡ଼ିବ। ଏହା ହୋଇପାରିଲେ ଅହଂକାର, ଆତ୍ମମ୍ଭରିତା ଉପରେ ନିୟନ୍ତ୍ରଣ ଆସିପାରିବ, ନିଜ ଭିତରେ ବିନୟ ସମନ୍ବିତ ଭାବ ଗଢ଼ି ଉଠିବ। ବ୍ୟକ୍ତିର ପ୍ରକୃତ ବ୍ୟକ୍ତିତ୍ୱ ପ୍ରସ୍ଫୁଟିତ ହୋଇପାରିବ।

ବର୍ତ୍ତମାନ ସମୟରେ ବ୍ୟକ୍ତିର ଜୀବନ ବହୁ ସଙ୍କଟ ଦେଇ ଗତିକରୁଛି। ଅବିଶ୍ୱାସ, ସ୍ବାର୍ଥପରତା, ହିଂସା, ଅପରାଧ ଭୟଙ୍କର ଭାବରେ ସମାଜକୁ କଳୁଷିତ କରୁଛି ଓ ଆହୁରି ତୀବ୍ର ରୂପ ଧାରଣ କରିବାର ଆଭାସ ମିଳୁଛି। ବ୍ୟକ୍ତିର ଉନ୍ନତି କେବଳ ଭୌତିକ ଉନ୍ନତିରେ ସୀମିତ ହୋଇଯାଉଛି। ଅର୍ଥନୈତିକ ଉନ୍ନତି ସହିତ ଚରିତ୍ରର ଅବନତି ତାଳ ମିଳାଇ ଚାଲିଛି। ବ୍ୟକ୍ତିର ଜୀବନ ଆହାର, ନିଦ୍ରା ଓ ମୈଥୁନ ମଧ୍ୟରେ ସୀମାବଦ୍ଧ ହୋଇଯାଉଛି। ଧର୍ମକୁ ବାଦ୍‌ ଦେଇ ପ୍ରକୃତ ଉନ୍ନତି ସମ୍ଭବ ନୁହେଁ। ପ୍ରକୃତ ଧର୍ମ କିନ୍ତୁ ସମ୍ପ୍ରଦାୟର ଊର୍ଦ୍ଧ୍ୱରେ। ଏହି ଧର୍ମ କିନ୍ତୁ ଜୀବନ୍ତ ହୋଇଥାଏ ସଦ୍‌ଗୁରୁଙ୍କଠାରେ। ଅତଏବ ସଦ୍‌ଗୁରୁଙ୍କୁ ବାଦ୍‌ ଦେଇ ଓ ଧର୍ମକୁ ବାଦ୍‌ ଦେଇ କେବେ ପ୍ରକୃତ ଉନ୍ନତି ହୋଇପାରେନା। ଶ୍ରୀ ଶ୍ରୀ ଠାକୁର ପୁଣ୍ୟପୋଥିରେ ଭାବସମାଧି ଅବସ୍ଥାରେ ଅମୋଘ ଆଶ୍ୱାସନା ଦେଇ କହିଛନ୍ତି, ‘ଥରେ ପରମାତ୍ମାଙ୍କ ଭାବରେ ଭାବିତ ହୁଅ, ତୁମର ସବୁ ଜ୍ୱାଳା ଯନ୍ତ୍ରଣା ମୋ ହାତ ଦେଇ ପୋଛି ଦେବି।’ ‘ଚଲାର ସାଥୀ’ରେ ଉଲ୍ଲେଖ ରହିଛି ଦୁଃଖ ଓ ଅଭାବକୁ ଅତିକ୍ରମ କରି ସହଜ ସରଳ ଜୀବନ ଯାପନ କରିବା ଓ ସୁଖଶାନ୍ତିରେ ବଞ୍ଚତ୍ବା ସମ୍ଭବ ହୁଏ ସଦ୍‌ଗୁରୁଙ୍କୁ ନିଜ ଜୀବନର କେନ୍ଦ୍ର କରି। ସଦ୍‌ଗୁରୁଙ୍କର ପ୍ରତିଷ୍ଠା ଭିତର ଦେଇ ଧର୍ମର ପ୍ରତିଷ୍ଠା ହୁଏ ଓ ସମାଜର ମଙ୍ଗଳ ହୁଏ। ସେଥିପାଇଁ ନିଜକୁ ତିଆରି କରିବା ନିତାନ୍ତ ଆବଶ୍ୟକ।

ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?