ଆଜି ଧନ୍‌ତେରାସ, ଯଦି ସୁନାରୂପା କିଣିବାକୁ ଅସମର୍ଥ ତା’ହେଲେ ଘରକୁ ଆଣନ୍ତୁ…

ସୁଖ ସମୃଦ୍ଧିର ପର୍ବ ଦୀପାବଳି। ଏହାର ପୂର୍ବରୁ ପଡିଥାଏ ଧନ୍‌ତେରାସ। ବିଶ୍ୱାସ ରହିଛି ଧନ୍‌ତେରାସ ହେଉ ଅବା ଦୀପାବଳି ଦିନ ଯଦି ସୁନା ରୂପା ଅଳଙ୍କାର କିଣାଯାଏ କିମ୍ବା କୌଣସି ନୂଆ ଜିନିଷକୁ କିଣି ଘରକୁ ଅଣାଯାଏ ତା’ହେଲେ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଜ୍ୟୋତିର୍ବିଦଙ୍କ ମତରେ, ଏହି ଦିନମାନଙ୍କରେ କେବଳ ଯେ ଦାମୀ ଜିନିଷ କିଣିଲେ ମା’ ଲକ୍ଷ୍ମୀଙ୍କ ଆର୍ଶୀବାଦ ରହିବ ତାହା ନୁହେଁ, ଆହୁରି ଏମିତିବି କିଛି ଜିନିଷ ରହିଛି ଯାହାକୁ ଏହିଦିନ କିଣିଲେ ମା’ଙ୍କର କୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

* ଲୁଣ: ଏହା ସାମାନ୍ୟ ଲାଗିଲେ ବି ଏହାର ସମ୍ବନ୍ଧ ମାତା ଲକ୍ଷ୍ମୀଙ୍କ ସହିତ ରହିଛି। ତେଣୁ ଧନ୍‌ତେରାସ ହେଉ ଅବା ଦୀପାବଳିରେ ଆପଣ ଯଦି ସୁନାରୂପା କିଣିବାକୁ ଅସମର୍ଥ ତା’ହେଲେ ଗୋଟିଏ ଲୁଣ ପ୍ୟାକେଟ୍‌ ଘରକୁ କିଣି ଆଣନ୍ତୁ, ଏଥିରେ ବି ମହାଲକ୍ଷ୍ମୀ ଖୁସି ହେବେ।

* କଉଡ଼ି: ଧନ୍‌ତେରାସ ଅବା ଦୀପାବଳି ଦିନ କିଛି କଉଡ଼ିକୁ ଆଣି ଠାକୁର ଘରେ ହେଉ ଅବା ସିନ୍ଦୁକରେ ରଖିଲେ ଘରୁ କ୍ରମେ ଅଭାବ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ।

* ହଳଦୀ: ଏହି ଦିନ ହଳଦୀ କିଣିବା ବି ଅତ୍ୟନ୍ତ ଶୁଭ ହୋଇଥାଏ।

*ଗୋମତି ଚକ୍ର: ଧନ୍‌ତେରାସ ହେଉ ଅବା ଦୀପାବଳିରେ ଗୋମତି ଚକ୍ର କିଣିବା ମଧ୍ୟ ଶୁଭ ସଙ୍କେତ ଦେଇଥାଏ।

* ଶ୍ରୀଯନ୍ତ୍ର: ଶ୍ରୀଯନ୍ତ୍ର ହେଉ ଅବା କୁବେର ଯନ୍ତ୍ରକୁ ଏହିଦିନ ଘରକୁ ଆଣି ଧନଥିବା ସ୍ଥାନରେ ରଖିଲେ କ୍ରମେ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ ଚୋରି ହୋଇଗଲେ କେମିତି ବନ୍ଦ କରିବେ ଗୁଗଲ ପେ, ଫୋନ ପେ…ଜାଣନ୍ତୁ

ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପସନ୍ଦ କରୁଛନ୍ତି।...

ନିଃଶବ୍ଦ ଘାତକ : ଉଚ୍ଚ ରକ୍ତଚାପ

ରକ୍ତଚାପ କ’ଣ : ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି...

ସ୍ବାସ୍ଥ୍ୟବର୍ଦ୍ଧକ କନ୍ଦମୂଳ: ଖାଇବାକୁ ଯେମିତି ସୁସ୍ବାଦୁ, ଶରୀର ପାଇଁ ସେମିତି ଉପକାରୀ

କନ୍ଦମୂଳ ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍‌ ଏ, ବିଟା...

ଛୋଟ ଛୋଟ କଥାକୁ ନେଇ କଳହ ଉପୁଜୁଛି କି? ସୁଖି ଦାମ୍ପତ୍ୟ ପାଇଁ ବାସ୍ତୁଟିପ୍ସ ଜାଣିରଖନ୍ତୁ…

ବେଳେବେଳେ ଛୋଟ ଛୋଟ କଥାକୁ ନେଇ ପତ୍ନୀପତିଙ୍କ ଭିତରେ କଥା କଟାକଟି ହୋଇଥାଏ। ଏହା ସାଧାରଣ ଲାଗିଲେ ବି ଏହା ପଛରେ ମଧ୍ୟ ବାସ୍ତୁଦୋଷର କିଛିଟା...

ଆପଣବି ହୋଇ ପାରିବେ ଭାଗ୍ୟଶାଳୀ, ଘରେ ଲଗାନ୍ତୁ ଏହି ଗଛ

ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ୍ତ ପରିବେଶ ସୃଷ୍ଟି କରିବାର ପ୍ରୟାସରେ, ଉଦ୍ଭିଦଗୁଡିକୁ ଏକୀକୃତ କରିବା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେନାହିଁ...

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା...

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ...

ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri