୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। କିନ୍ତୁ ଅନେକ ଲୋକ ବର୍ତ୍ତମାନ ଧାନ ଅମଳ କରି ଦଲାଲ ମାନଙ୍କୁ ବିକ୍ରି କରିବାରେ ଲାଗିଛନ୍ତି। ପ୍ରଶାସନ ମଣ୍ଡି ଖୋଲିବାରେ ବଳମ୍ବ କରୁଥିବା ଯୋଗୁ ଚାଷୀମାନେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏହିଭଳି ପରିସ୍ଥିତିରେଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ଶନିବାର ଉପଖଣ୍ଡ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲାପାଳ ଉମାଶଙ୍କର ବେହେରା ଅଧ୍ୟକ୍ଷତା କରି ଯେଉଁ ଚାଷୀ ମାନେ ମଣ୍ଡିରେ ନାମ ଲଗାଇଛନ୍ତି ସେମାନେ କିଭଳି ଠିକ ଭାବେ ଧାନ ବିକ୍ରି କରିପାରିବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ଚାଷୀମାନେ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ କିଭଳି ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀଙ୍କୁ ଯଦି କୌଣସି କର୍ମଚାରୀ ଅବହେଳା ପ୍ରଦର୍ଶନ କରନ୍ତି ତେବେ ତାଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ ପରୋକ୍ଷରେ ସୂଚାଇ ଦେଇଥିଲେ।

ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ, ଏଆରସିଏସ୍‌ ବିଜୟ କୁମାର ସାହୁ, ଆରଏମ୍‌ସି ସମ୍ପାଦକ ସୁମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ମତ ରଖିଥିଲେ। ଚଳିତ ମାସ ୨୩ ତାରିଖରୁ ଖରିଫ ଧାନ ମଣ୍ଡି ଖୋଲିବ। ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଚଳିତବର୍ଷ ଉପଖଣ୍ଡରେ ୪୯ ହଜାର ୭୬୧ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁନାମ ପଞ୍ଜୀକରଣ କରିଛନ୍ତି। ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କଠାରୁ ୧୨୧ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୩୬ଟି ଏସଏଚଜିଙ୍କ ଜରିଆରେ ଧାନ କିଣାଯିବ। ସରକାରଙ୍କୁ ଚାଉଳ ଫେରାଇଥିବା ଉପଖଣ୍ଡର ସମସ୍ତ ମିଲର୍ସ ଏଥିରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ସମସ୍ତ ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରି ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁଉପ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବାହାରକୁ ହେଉଥିବା ଧାନ ଚାଲାଣ ଉପରେ ମଧ୍ୟ ନଜର ରଖି ଆବଶ୍ୟକ ପଦକ୍ଷେପ ନିଆଯିବ।ଚାଷୀଙ୍କଠାରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ ଏବଂ ଯେପରି ଅଧିକରୁ ଅଧିକ ପଞ୍ଜିକୃତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରି କରିପାରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଓ ଗ୍ରେଡ଼ ଏ ଧାନର ମୂଲ୍ୟ ୨୩୮୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ଇନପୁଟ ସହାୟତା ୭୩୧ ଟଙ୍କା ପ୍ରଦାନ କରାଯିବ। ଚାଷୀଙ୍କଠାରୁ ଧାନ କିଣିବାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଇନ ପୁଟ ଓ ବୋନସ ଟଙ୍କା ଜମା କରାଯିବ। ଚାଷୀ ଏଫଏକ୍ୟୁ ମାନର ଧାନ ଧରି ମଣ୍ଡିକୁ ଆଣିବେ। ମଣ୍ଡି ପଏଣ୍ଟରେ ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯିବ। ଧାନର ଗୁଣବତା ଚେକ୍‌ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ।

ସେହିପରି ଚଳିତ ଥର ସମସ୍ତ ମଣ୍ଡିରେ ଲାଗିଥିବା ସିସିଟିଭି କୁ ନେଇ ଉପଖଣ୍ଡ ମୁଖ୍ୟାଳୟରେ ଏକ କଂଟ୍ରୋଲ ରୁମ ଖୋଲାଯିବ। ସେଥିରେ ଧାନ କିଣା ବିକାର ସମସ୍ତ କାର୍ଯ୍ୟ ନିରୀକ୍ଷଣ କରାଯିବ। ବୈଠକରେ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସିଡିପିଓ, ବିପିସି,ଏମଆଇଙ୍କ ସମେତ ଆରଏମସି କର୍ମଚାରୀ, ଚାଷୀ ପ୍ରତିନିଧି, ମିଲର୍ସ,ସମବାୟ ସମିତି ସମ୍ପାଦକ,ମହିଳା ସ୍ବୟଂ ସହାୟକ ଦଳର ସଦସ୍ୟା ଯୋଗ ଦେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri