ଧାମନଗର ଉପନିର୍ବାଚନ: ୧୩୪ ବୁଥ୍‌ର ନାମ ପରିବର୍ତ୍ତନ

ଭଦ୍ରକ ଅଫିସ, ୧୦ା୧୦: ଧାମନଗର ଉପ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ରାଜ୍ୟସ୍ତରୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ପ୍ରଶିକ୍ଷକ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଏବଂ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ। ଉପନିର୍ବାଚନ ପାଇଁ ଥିବା ସମୁଦାୟ ୨୫୨ଟି ବୁଥରୁ ୧୩୪ଟି ବୁଥ୍‌ର ନାମ ପରିବର୍ତ୍ତନ ନେଇ ରାଜନୈତିକ ଦଳମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳଙ୍କ ସହ ଅତିରିକ୍ତ ଜିଲାପାଳ ରାମଦାସ ଟୁଡ଼ୁ, ଉପଜିଲାପାଳ ମନୋଜ ପାତ୍ର ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ସ୍କୁଲ ମିଶ୍ରଣ ଓ କେତେକ ସ୍କୁଲର ଉନ୍ନୀତକରଣ ଯୋଗୁ ସ୍କୁଲଗୁଡ଼ିକର ନାମ ପରିବର୍ତ୍ତନ ହୋଇଥିବାରୁ ବୁଥ୍‌ଗୁଡ଼ିକର ମଧ୍ୟ ନାମ ପରିବର୍ତ୍ତନ କରାଯାଇଛି। ଏ ନେଇ ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଓର ଚିକିଛା ଲାଗି ରାଏଜ୍‌ ବାହାରେ ମା’ବାପ୍‌

କଣ୍ଟାମାଳ, ୧୬।୧୦ (ଡି.ଏନ୍‌.ଏ.)- ଟଁକା ପଏସା ଅଭାବୁ ଅନେକ ଲୋକ୍‌ ଜୀବନର ସବୁ ଆଶ୍‌କେ ହରେଇ ଦେସନ୍‌। ଅସମିଆରେ ବୁଧିବାଟ୍‌ ବନା ହେଇଯାଏସି। ହେଲେ କାହାକେ...

କେନ୍ଦ୍ରାପଡ଼ାରେ ଚକ୍ରାକାର ଧଳା ମାଛିର ଆତଙ୍କ

କେନ୍ଦ୍ରାପଡ଼ା ଅଫିସ, ୩ା୧୦: ପ୍ରଥମେ ନଡ଼ିଆ ଗଛ ପତ୍ରରେ ଧଳା ଫିମ୍ପି ଦେଖା ଦେଉଥିଲା। ଏବେ କଦଳୀ ଗଛରୁ ଆରମ୍ଭ କରି ପନିପରିବା ଗଛରେ ଏହି...

ମାଙ୍କଡ଼ା ପଥର ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୨୧ା୩: ଖୋର୍ଦ୍ଧାରେ ବେଆଇନ ଲଘୁ ଖଣିଜ ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଧରପଗଡ ଜୋରଦାର କରାଯାଇଛି। ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଗଠିତ...

ଜିଲା ମୁଖ୍ୟଚିକିତ୍ସାଳୟ: ମେଡିଶିନ ବିଭାଗରେ ଲାଗିବ ଲିଫ୍ଟ, ର଼୍ୟାମ୍ପ

ବାଲେଶ୍ୱର ଅଫିସ, ୮।୧୨-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମେଡିସିନ ବିଭାଗରେ ଲିଫ୍ଟ ଓ ର଼୍ୟାମ୍ପ ନିର୍ମାଣ ହେବ। ଶନିବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ...

ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ପ୍ରସଙ୍ଗ: ୧୬ ଜିଲାରେ ଲୁଟେରାଙ୍କୁ ସୁରକ୍ଷା

ଯାଜପୁର ଅଫିସ,୩୦ା୩: ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଅଘୋଷିତ ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ...

କାରାଗାରରେ ଆଇନ ସହାୟତା କ୍ଲିନିକ

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଜେଲ ଅନ୍ତେବାସୀଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇଦେବା ପାଇଁ ରାଜ୍ୟର ସମସ୍ତ କାରାଗାରରେ ଆଇନ ସହାୟତା କ୍ଲିନିକ ଖୋଲାଯିବ। ଓଡ଼ିଶା ମଡେଲ ଜେଲ ମାନୁଆଲ...

ପୋଷ୍ଟର ଲଗାଇ ଦାବି କଲେ ମାଓବାଦୀ

ଲାଞ୍ଜିଗଡ଼,୧୯।୫(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସିକେରକୂପା ଫାଣ୍ଡି ଅଧିନସ୍ଥ ଡ଼େଙ୍ଗେନ ଛକ ବା କୁଚେଇଜୋର ଅଞ୍ଚଳରେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।...

ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ପ୍ରଥମେଶ

ଖଇରା, ୧୦।୧୦(ଡି.ଏନ.ଏ.): ମାତ୍ର ୧୬ସେକେଣ୍ଡରେ ଓଡ଼ିଶାର ୩୦ଟି ଜିଲାର ନାମ କହି ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ...

Advertisement
Archives

Model This Week