ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ ଥର୍ମୋମିଟର କିଣି ଆଣିବାକୁ କୁହାଯାଉଛି। ସେ ଡାକ୍ତରଖାନା ବାହାରେ ଥିବା ଔଷଧ ଦୋକାନରୁ ଥର୍ମୋମିଟର କିଣି ଆଣିବା ପରେ ଜ୍ୱର ପରୀକ୍ଷଣ କରାଯାଉଛି ବୋଲି କେତେଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବାବେଳେ ରୋଗୀ ଥର୍ମୋମିଟର କିଣି ପରୀକ୍ଷା କରିବା ଘଟଣା ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି। ଯାହାକି ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା ଉପରେ ପ୍ରଶ୍ନବାଚୀ ଲଗାଇଛି।
ଏନେଇ ଡାଳିଆମଡ଼ା ଗଁାର ମିଟୁ ସାହୁ କୁହନ୍ତି, ମୋ ପୁଅକୁ ନେଇ ମୁଁ ଜିଲା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ ହସ୍ପିଟାଲକୁ ନେଇଥିଲି । ମୋ ପୁଅ ଅସୁସ୍ଥ ଥିବାରୁ ଜ୍ୱର ଥାଇପାରେ ବୋଲି ଡାକ୍ତର ସନ୍ଦେହ କରିଥିଲେ । ନର୍ସଙ୍କ ପାଖରେ ପରୀକ୍ଷଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ନର୍ସଙ୍କ ପାଖକୁ ଯାଇ ପରୀକ୍ଷଣ କରିବାକୁ କହିବାରୁ ଥର୍ମୋମିଟର ବ୍ୟବସ୍ଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ କହିଥିଲେ। ଏପରି କି ମେଡିସିନ ଦୋକାନରୁ କିଣି ଆଣିବାକୁ ପରାମର୍ଶ ମିଳିଥିଲା। ମେଡିସିନ ଦୋକାନରୁ ଥର୍ମୋମିଟର କିଣି ନେବା ପରେ ପରୀକ୍ଷଣ ହୋଇଥିଲା । ନାଗମୁଣ୍ଡୁଳୀ ଗଁାର ପ୍ରତାପ ଚନ୍ଦ୍ର ପରିଡ଼ା କୁହନ୍ତି ମୋର ଜଣେ ସମ୍ପର୍କୀୟ ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ରୋଗୀଙ୍କ ଜ୍ୱର ଆସୁଥିବାରୁ ପରୀକ୍ଷଣ ପାଇଁ ଥର୍ମୋମିଟର କିଣିବାକୁ ନର୍ସ ପରାମର୍ଶ ଦେଲେ । ଥର୍ମୋମିଟର କିଣି ନେବା ପରେ ପରୀକ୍ଷଣ କରାଗଲା। ନୟାଗଡ଼ର ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ କୁହନ୍ତି, ସରକାର ମାଗଣା ଔଷଧ ଦେଉଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜ୍ୱର ମାପିବା ଯନ୍ତ୍ର ନାହିଁ କହିଲେ ବିଶ୍ୱାସ ହେଉନି। ତେବେ ଜ୍ୱର ଜାଣିବା ପାଇଁ ଥର୍ମୋମିଟର ନ ମିଳିବାରୁ ରୋଗୀ ଅଯଥାରେ ଖର୍ଚ୍ଚାନ୍ତ ହୋଇ କିଣିବା ଘଟଣା ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତକୁ ପଦାରେ ପକାଇଛି। ସ୍ବାସ୍ଥ୍ୟ ବିଭାଗ ସବୁ ୱାର୍ଡରେ ଥର୍ମୋମିଟର ଯୋଗାଇ ନ ଦେଲେ ଆମେ ବାଧ୍ୟ ହୋଇ ଆନ୍ଦୋଳନ କରିବୁ ବୋଲି କହିଛନ୍ତି । ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ କୁହନ୍ତ,ରୋଗୀଙ୍କ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର କିଣିବା ଘଟଣା ଠିକ୍‌ ନୁହେଁ। ଏହାର ତଦନ୍ତ ହେବା ଦରକାର। ଏନେଇ ସିଡିଏମ୍‌ଓ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି।
ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଅଜୟ କୁମାର ବାହିନୀପତି କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ଜ୍ୱର ରୋଗୀ ହଇରାଣ ହେଉଛନ୍ତି ଏପରି ଅଭିଯୋଗ ମୁଁ ପାଇନାହିଁ । ତେବେ ଜ୍ୱର ରୋଗୀ ଥର୍ମୋମିଟର କିଣି ଆଣିବା ପରେ ପରୀକ୍ଷଣ କରାଯାଉଥିବା ଘଟଣାର କେତେଦୂର ସତ୍ୟାସତ୍ୟ ରହିଛି ମୁଁ ଅନୁଧ୍ୟାନ କରିବି । କିଏ ଓ କାହିଁକି ଥର୍ମୋମିଟର କିଣି ଆଣିବାକୁ ପରାମର୍ଶ ଦେଉଛି ତା’ର ତଦନ୍ତ ହେବ । ଅନ୍ୟପକ୍ଷେ ଆଗକୁ ଜ୍ୱର ରୋଗୀ ଯେପରି ହଇରାଣ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ରମାକାନ୍ତ ପଣ୍ଡା କୁହନ୍ତି, ଜ୍ୱର ରୋଗୀ ବାହାରୁ ଥର୍ମୋମିଟର କିଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷଣ କରିବା ଘଟଣା ଠିକ୍‌ ନୁହେଁ । ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକଙ୍କ ସହ ଆଲୋଚନା କରି ପ୍ରତି ୱାର୍ଡରେ ଥର୍ମୋମିଟର ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କରାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?