ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ ଥର୍ମୋମିଟର କିଣି ଆଣିବାକୁ କୁହାଯାଉଛି। ସେ ଡାକ୍ତରଖାନା ବାହାରେ ଥିବା ଔଷଧ ଦୋକାନରୁ ଥର୍ମୋମିଟର କିଣି ଆଣିବା ପରେ ଜ୍ୱର ପରୀକ୍ଷଣ କରାଯାଉଛି ବୋଲି କେତେଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବାବେଳେ ରୋଗୀ ଥର୍ମୋମିଟର କିଣି ପରୀକ୍ଷା କରିବା ଘଟଣା ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି। ଯାହାକି ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା ଉପରେ ପ୍ରଶ୍ନବାଚୀ ଲଗାଇଛି।
ଏନେଇ ଡାଳିଆମଡ଼ା ଗଁାର ମିଟୁ ସାହୁ କୁହନ୍ତି, ମୋ ପୁଅକୁ ନେଇ ମୁଁ ଜିଲା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ ହସ୍ପିଟାଲକୁ ନେଇଥିଲି । ମୋ ପୁଅ ଅସୁସ୍ଥ ଥିବାରୁ ଜ୍ୱର ଥାଇପାରେ ବୋଲି ଡାକ୍ତର ସନ୍ଦେହ କରିଥିଲେ । ନର୍ସଙ୍କ ପାଖରେ ପରୀକ୍ଷଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ନର୍ସଙ୍କ ପାଖକୁ ଯାଇ ପରୀକ୍ଷଣ କରିବାକୁ କହିବାରୁ ଥର୍ମୋମିଟର ବ୍ୟବସ୍ଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ କହିଥିଲେ। ଏପରି କି ମେଡିସିନ ଦୋକାନରୁ କିଣି ଆଣିବାକୁ ପରାମର୍ଶ ମିଳିଥିଲା। ମେଡିସିନ ଦୋକାନରୁ ଥର୍ମୋମିଟର କିଣି ନେବା ପରେ ପରୀକ୍ଷଣ ହୋଇଥିଲା । ନାଗମୁଣ୍ଡୁଳୀ ଗଁାର ପ୍ରତାପ ଚନ୍ଦ୍ର ପରିଡ଼ା କୁହନ୍ତି ମୋର ଜଣେ ସମ୍ପର୍କୀୟ ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ରୋଗୀଙ୍କ ଜ୍ୱର ଆସୁଥିବାରୁ ପରୀକ୍ଷଣ ପାଇଁ ଥର୍ମୋମିଟର କିଣିବାକୁ ନର୍ସ ପରାମର୍ଶ ଦେଲେ । ଥର୍ମୋମିଟର କିଣି ନେବା ପରେ ପରୀକ୍ଷଣ କରାଗଲା। ନୟାଗଡ଼ର ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ କୁହନ୍ତି, ସରକାର ମାଗଣା ଔଷଧ ଦେଉଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜ୍ୱର ମାପିବା ଯନ୍ତ୍ର ନାହିଁ କହିଲେ ବିଶ୍ୱାସ ହେଉନି। ତେବେ ଜ୍ୱର ଜାଣିବା ପାଇଁ ଥର୍ମୋମିଟର ନ ମିଳିବାରୁ ରୋଗୀ ଅଯଥାରେ ଖର୍ଚ୍ଚାନ୍ତ ହୋଇ କିଣିବା ଘଟଣା ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତକୁ ପଦାରେ ପକାଇଛି। ସ୍ବାସ୍ଥ୍ୟ ବିଭାଗ ସବୁ ୱାର୍ଡରେ ଥର୍ମୋମିଟର ଯୋଗାଇ ନ ଦେଲେ ଆମେ ବାଧ୍ୟ ହୋଇ ଆନ୍ଦୋଳନ କରିବୁ ବୋଲି କହିଛନ୍ତି । ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ କୁହନ୍ତ,ରୋଗୀଙ୍କ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର କିଣିବା ଘଟଣା ଠିକ୍‌ ନୁହେଁ। ଏହାର ତଦନ୍ତ ହେବା ଦରକାର। ଏନେଇ ସିଡିଏମ୍‌ଓ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି।
ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଅଜୟ କୁମାର ବାହିନୀପତି କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ଜ୍ୱର ରୋଗୀ ହଇରାଣ ହେଉଛନ୍ତି ଏପରି ଅଭିଯୋଗ ମୁଁ ପାଇନାହିଁ । ତେବେ ଜ୍ୱର ରୋଗୀ ଥର୍ମୋମିଟର କିଣି ଆଣିବା ପରେ ପରୀକ୍ଷଣ କରାଯାଉଥିବା ଘଟଣାର କେତେଦୂର ସତ୍ୟାସତ୍ୟ ରହିଛି ମୁଁ ଅନୁଧ୍ୟାନ କରିବି । କିଏ ଓ କାହିଁକି ଥର୍ମୋମିଟର କିଣି ଆଣିବାକୁ ପରାମର୍ଶ ଦେଉଛି ତା’ର ତଦନ୍ତ ହେବ । ଅନ୍ୟପକ୍ଷେ ଆଗକୁ ଜ୍ୱର ରୋଗୀ ଯେପରି ହଇରାଣ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ରମାକାନ୍ତ ପଣ୍ଡା କୁହନ୍ତି, ଜ୍ୱର ରୋଗୀ ବାହାରୁ ଥର୍ମୋମିଟର କିଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷଣ କରିବା ଘଟଣା ଠିକ୍‌ ନୁହେଁ । ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକଙ୍କ ସହ ଆଲୋଚନା କରି ପ୍ରତି ୱାର୍ଡରେ ଥର୍ମୋମିଟର ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କରାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍‌ଏ ପରୀକ୍ଷା

ଅହମଦାବାଦ,୧୨ା୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ନିଶ୍ଚିତ କରାଇବା ପାଇଁ ସେମାନଙ୍କ ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି ଗୁଜରାଟର ଜଣେ...

ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ

ଢାକା,୧୨ା୬: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଗୁରୁବାର ମେହିଦି ହାସନ ମିରାଜଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତାଙ୍କ ଆଗାମୀ ୧୨ ମାସ ପାଇଁ...

ସାଧୁ ବେଶରେ ଆସି ଝାମ୍ପିନେଲେ ଟଙ୍କା

ସାକ୍ଷୀଗୋପାଳ,୧୨।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପାଖେଇ ଆସୁଛି ରଥଯାତ୍ରା। ପ୍ରତିବର୍ଷ ଭଳି ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ଲାଗିବ। ମାତ୍ର ଏହି ଧର୍ମୀୟ ଭାବନାରେ କଳାଦାଗ ଲଗାଇ...

ଖୁଣ୍ଟ ଅଛି ଲାଇଟ ନାହିଁ

ବ୍ରାହ୍ମଣୀଗାଁ, ୧୨/୬ (ମନୋରଞ୍ଜନ ରଣା): ଅନ୍ଧାରରେ ବ୍ରାହ୍ମଣୀଗାଁ ମୁଖ୍ୟ ବଜାର । ଲଗାଯାଉ ନାହିଁ ଷ୍ଟିଟ ଲାଇଟ। ଆଜିକୁ ପ୍ରାୟ ବର୍ଷେ ହେଲେ ରାସ୍ତା ମଝିରେ...

ଦୁର୍ଘଟଣା ପୂର୍ବରୁ ଯାନ୍ତ୍ରୀକ ତ୍ରୁଟି ବିଷୟରେ ସୂଚନା ଦେଇଥିଲେ ଏହି ଯୁବକ, ଭିଡ଼ିଓ ଶେୟାର କରି କହିଥିଲେ, ହେଲେ…

ଅହମଦାବାଦ,୧୨।୬: ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ମେଘନଗରରେ ଏୟାର ଇଣ୍ଡିଆର ବିମାନ AI 171 ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅନେକ...

ଦୁର୍ଘଟଣାରେ ମାମୁ, ୨ ଭାଣିଜୀଙ୍କ ମୃତ୍ୟୁ ଘଟଣା: ବନ୍ଧା ହେଲେ ଟ୍ୟାଙ୍କର ଚାଳକ

ଦିଗପହଣ୍ଡି,୧୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ଗୁରୁବାର କଟକ ଜିଲା କାନପୁର ଥାନା ବାଲିଝରି ଗ୍ରାମର ଗାଡ଼ି ଚାଳକ ସୁଶାନ୍ତ ରାଉତଙ୍କୁ କେଶ୍‌ ନଂ.୧୯୭/୨୫ ଅନୁଯାୟୀ...

ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଏତେ କୋଟି ଟଙ୍କା ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ

ନୂଆଦିଲ୍ଲୀ,୧୨।୬: ଗୁରୁବାର ଗୁଜୁରାଟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳକୁ ବିଏସଏଫ ଏବଂ ଏନଡିଆରଏଫ ଦଳ ପଠାଯାଇଛି।...

ଧୁମ୍‌ଧାମ୍‌ରେ ପାଳନ ହେବ ପ୍ରସିଦ୍ଧ କୁଲାଡ ରଥଯାତ୍ରା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)- ଘୁମୁସରର ରାଜା ଭଞ୍ଜ ରାଜବଂଶ ପକ୍ଷରୁ ଗଞ୍ଜାମ ଜିଲା କୁଲାଡରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ଭଞ୍ଜ ରାଜବଂଶ ପକ୍ଷରୁ କୁଲାଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri