Posted inଜାତୀୟ

ଆତଙ୍କବାଦୀଙ୍କୁ ଧରିବା ଲାଗି ମୁସଲମାନ ସଂଗଠନର ସହଯୋଗ ଲୋଡିଲେ ଡିଜିପି…

ଗୁଆହାଟୀ, ୪।୯ : ଆସାମରେ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିସ୍ଥଳେ ଆସାମ ପୋଲିସର ମହାନିର୍ଦ୍ଦେଶକ(ଡିଜିପି) ଭାସ୍କର ଜ୍ୟୋତି ମହନ୍ତ ରବିବାର ରାଜ୍ୟର ବିଭିନ୍ନ ଇସଲାମ ସଂଗଠନକୁ ଭେଟି ଆତଙ୍କବାଦୀଙ୍କୁ ଧରିବା ଲାଗି ସେମାନଙ୍କ ସହାୟତା ଲୋଡିଛନ୍ତି। ସେ ଅଲ-କାଏଦା ଏବଂ ଏବିଟି ପରି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିବା ଲାଗି ସହଯୋଗ କରିବାକୁ କହିଛନ୍ତି।

ଡିଜିପି କହିଛନ୍ତି ଯେ ଆମେ ସାରା ରାଜ୍ୟରେ ଇସଲାମ ସଂଗଠନକୁ ଭେଟି ସେମାନଙ୍କ ସାହାଯ୍ୟ ଲୋଡିଛୁ। ସେମାନଙ୍କ ସହଯୋଗ ବିନା ଆମେ ରାଜ୍ୟରେ ଅଲ-କାଏଦା ଏବଂ ଏବିଟି ମଡ୍ୟୁଲକୁ ବଷ୍ଟ କରିପାରିବୁ ନାହିଁ। ସେମାନଙ୍କର ସମର୍ଥନ ଏବଂ ସହଯୋଗ ବୃଦ୍ଧି କରିବାକୁ ଆମେ ସେମାନଙ୍କୁ ଅନୁରୋଧ କରିଛୁ ଏବଂ ସେମାନେ ସେମାନଙ୍କର ସମର୍ଥନ ବିଷୟରେ ଆମକୁ ନିଶ୍ଚିତ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଆମକୁ ଇନପୁଟ୍‌ ମିଳିଛି ଯେ କେତେକ ଆତଙ୍କବାଦୀ ଧାର୍ମିକ ଶିକ୍ଷକଙ୍କ ନାମରେ ରାଜ୍ୟରେ ପ୍ରବେଶ କରିଛନ୍ତି। ସେମାନେ ଚୁପ ଚାପ ସେମାନଙ୍କ ରାଜ୍ୟ ବିରୋଧୀ ଷଡ଼ଯନ୍ତ୍ର ଜାରି ରଖିଛନ୍ତି।

ଆସାମର ଡିଜିପି କହିଛନ୍ତି ଯେ ରାଜ୍ୟରେ ହଜାର ହଜାର ବେସରକାରୀ ମଦ୍ରାସା ଅଛି। ସମସ୍ତେ ନିଜ ନିଜ ବିଶ୍ୱାସ ଅନୁଯାୟୀ ବିଭିନ୍ନ ନିୟମ ଉପରେ କାମ କରନ୍ତି । ଆମେ ସମସ୍ତଙ୍କୁ ଅନଲାଇନରେ ସେମାନଙ୍କର ନିୟମ ଅପଲୋଡ କରିବାକୁ କହିଛୁ। ଏଥିପାଇଁ ଆମେ ସେମାନଙ୍କୁ କିଛି ସମୟ ଦେଇଛୁ ।

ଆସାମ ଡିଜିପି କହିଛନ୍ତି ଯେ ବୁଧବାର ରାତିରେ ଅଲ-କାଏଦା ଭାରତୀୟ ଉପମହାଦେଶ (ଏକ୍ୟୁଆଇଏସ) ଏବଂ ଅନସରୁଲ୍ଲା ବଙ୍ଗଳା ଦଳ (ଏବିଟି) ସହ ଜଡିତ ଅଜମଲ ହୁସେନ ନାମକ ଜଣେ ବ୍ୟକ୍ତିଙ୍କୁ ରାଜ୍ୟ ରାଜଧାନୀ ଗୁଆହାଟୀରୁ ଗିରଫ କରାଯିବା ପରେ ଏସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିଛି। ଏହାକୁ ନେଇ ଆସାମର କର୍ତ୍ତୃପକ୍ଷ ତିନିଟି ଭିନ୍ନ ଭିନ୍ନ ଜିଲାର ତିନୋଟି ମଦ୍ରାସାକୁ ଭାଙ୍ଗି ଦେଇଥିଲେ। ଏସବୁ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ହେଉଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା। ପ୍ରମାଣ ମିଳିବା ପରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?