Posted inଜାତୀୟ

ତୁଟୁନି କଂଗ୍ରେସ ଭିତରର କଳି, ମୋଦି ସରକାରଙ୍କୁ ଖୋଲାଖୋଲି ପ୍ରଶଂସା କଲେ ରାଜ ବବ୍ୱର

ନୂଆଦିଲ୍ଲୀ,୪ ।୯: କଂଗ୍ରେସ ଲଗାତାର ଭାବରେ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛି । ଏହାପରେ ବି ନେତାଙ୍କ ମଧ୍ୟରେ ଅଶାନ୍ତି ବଢିବାରେ ଲାଗିଛି । ଏବେ ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବବ୍ୱର ମୋଦି ସରକାରଙ୍କୁ ଯେଉଁଭଳି ଖୋଲାଖୋଲି ଭାବେ ପ୍ରଶଂସା କରିଛନ୍ତି, ସେଥିରୁ ସହଜରେ ଅନୁମାନ କରାଯାଉଛି କି କଂଗ୍ରେସର ଅଧିକାଂଶ ନେତା ଦଳ ଉପରେ ଖୁସି ନାହାନ୍ତି । ଏମିତିକି ରାଜ ବବ୍ୱର ମୋଦି ସରକାରଙ୍କୁ ମନମୋହନ ସିଂ ସରକାରଙ୍କ ସହ ତୁଳନା କରିଛନ୍ତି ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାଜ ବବ୍ୱର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା’ର ପ୍ରଶଂସା କରି ଟୁଇଟ କରିଛନ୍ତି । ଏଥିରେ ସେ ଏବେକାର ସରକାରଙ୍କୁ ମନୋମୋହନ ସିଂ ସରକାରଙ୍କ ସହ ତୁଳନା କରିଛନ୍ତି । ସେ କହିଛନ୍ତି ପିଏମ ‘ଜନ ଧନ ଯୋଜନା’କୁ ୮ ବର୍ଷ ପୂରଣ ହୋଇଛି । ଲୋକଙ୍କ ପାଖରେ ଟଙ୍କା ଓ ସାହାଯ୍ୟ କାହାର ଦଖଲ ବିନା ସିଧାସଳଖ ପହଞ୍ଚୁଛି, ଏହା କାନ୍ତି । ରାଜ ବବ୍ୱର କହିଛନ୍ତି, ଏଥିରୁ ଅଧାରୁ ଅଧିକ ଆକାଉଣ୍ଟ ମହିଳାଙ୍କ ନାଁରେ ରହିଛି । ଏମିତି ଯୋଜନା ‘ଆପକା ପୈସା ଆପକେ ହାଥ‘ ନାମରେ ମନମୋହନ ସରକାର ବି ଆରମ୍ଭ କରିଥିଲେ । ହେଲେ ଏବେକାର ସରକାର ଭଲ କରିଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସର ଅସନ୍ତଷ୍ଟ ନେତାଙ୍କ ସହ ଦଳ ମୁଖିଆ ବାରମ୍ବାର ବୈଠକ କରୁଥିଲେ ସୁଦ୍ଧା ଏହାର କୌଣସି ପ୍ରଭାବ ପଡୁ ନ ଥିବା ଲକ୍ଷ୍ୟ କରାଯାଉଛି । କାରଣ ଏବେ ଅସନ୍ତୁଷ୍ଟ ନେତାମାନେ ବିନା ଦ୍ୱିଧାରେ ମୋଦି ସରକାରଙ୍କର ପ୍ରଶଂସା କଲେଣି ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri