ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା ଅନ୍ୟକେଉଁ କାରଣ ଏହା ପଛରେ ରହିଛି ତାକୁ ନେଇ ଚାଲିଛି ବିଭିନ୍ନ ଆଲୋଚନା। ଏହାରି ଭିତରେ କିନ୍ତୁ ଡିଜିପି ଓ୍ବାଇ.ବି ଖୁରାନିଆ ପ୍ରଥମ ଥର ଏହି ଘଟଣାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,ସର୍ବଭାରତୀୟ ଚାକିରିରେ କେହି ରହିବାକୁ ନ ଚାହିଁଲେ ସେ ଇସ୍ତଫା ଦେଇପାରିବେ। ପୂର୍ବରୁ ଅନେକ ଲୋକ ଚାକିରିରୁ ଇସ୍ତଫାଫତ୍ର ଦେଇଛନ୍ତି। ମାନସିକ ଚାପ କିମ୍ବା ଅନ୍ୟ କୌଣସି କାରଣ ନେଇ ତାଙ୍କ ନିକଟରେ ତଥ୍ୟ ନାହିଁ। ତେବେ ମୀନା ବାରମ୍ବାର ତାଙ୍କ ନିକଟକୁ ଆସି ଇସ୍ତଫା ପତ୍ର ଗ୍ରହଣ କରିବାକୁ ନିବେଦନ କରିଥିଲେ ବୋଲି ଡିଜିପି କହିଛନ୍ତି।
ଅନ୍ୟପଟରେ ଡିସିପି ଜଗମୋହନଙ୍କ ଉପରେ ମାନସିକ ଚାପଥିବା ଚର୍ଚ୍ଚା ହେଉଛି। ବାଲିଅନ୍ତା ଘଟଣା ସାରା ଦେଶରେ ତାଙ୍କୁ ନିନ୍ଦିତ କରିଥିଲା। କାରଣ ରାଜଧାନୀ ଉପକଣ୍ଠରେ ଜିଆରପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ କେତେଜଣ ଅସାମାଜିକ ପଶୁ ଭଳି ପିଟିପଟି ମାରିଲେ। ଏପରିକି ବାଲିଅନ୍ତା ପୋଲିସ ଏବଂ ପିସିଆର ଭ୍ୟାନ୍‌ ଉପସ୍ଥିତିରେ ହାତଗୋଡ଼ ବାନ୍ଧି ପିଟିଥିଲେ। ସୌମ୍ୟଙ୍କୁ ମାରିବା ପରେ ହାତଗୋଡ଼ ବାନ୍ଧି ଡାଲା ଗାଡ଼ିରେ ଲଦି ମେଡିକାଲ ନିଆଯାଇଥିଲା। ଏହି ଘଟଣା ଦୀର୍ଘ ଏକ ଘଣ୍ଟା ଧରି ଚାଲିଥିଲା। କିନ୍ତୁ ଡିସିପି ଭୁବନେଶ୍ୱର ଅଫିସ୍‌ରେ ବସି ଥାନା ଅଧିକାରୀଙ୍କୁ ନେଇ କ୍ରାଇମ୍‌ ମିଟିଂ କରୁଥିଲେ। ପୂର୍ବତନ ଥାନା ଅଧିକାରୀଙ୍କୁ ନିକଟକୁ ଏହି ଘଟଣା ସମ୍ପର୍କରେ ଫୋନ୍‌ ଆସିଥିଲା, ସେ ମଧ୍ୟ ଡିସିପିଙ୍କୁ ଜଣାଇଥିଲେ। କିନ୍ତୁ ଡିସିପି ନିଜ ଦାୟିତ୍ୱ ନିଭାଇବା ବଦଳରେ ମିିଟିଂ କରିଥିଲେ। ଶେଷରେ ମଧ୍ୟ ଥାନା ଅଧିକାରୀଙ୍କୁ ଲଞ୍ଚ୍‌ କରି ଯିବାକୁ କହିଥିଲେ। ତେଣୁ ସୌମ୍ୟଙ୍କ ମା’ ଡିସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏପରି କି ସୌମ୍ୟଙ୍କ ମା’ ଦିଲ୍ଲୀ ଯାଇ ଜାତୀୟ ମାନବାଧିକାର ଆୟୋଗଙ୍କୁ ଭେଟିଥିଲେ। କେବଳ ଏହି ଗୋଟିଏ ହତ୍ୟା ନୁହେଁ ରାଜଧାନୀରେ ଗତ କିଛି ବର୍ଷ ଧରି ଅପରାଧ ବଢିବାରେ ଲାଗିଛି। ବିଶେଷ କରି ଅପରାଧୀମାନେ ରାତି ହେଲେ ଖଣ୍ଡା ବୁଲାଉଛନ୍ତି। ଯେଉଁଥିପାଇଁ ସହରବାସୀ ଭୟଭୀତ ଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ବଦଳରେ ମାମଲା ଶେଷ କରିବାକୁ ଲାଗିପଡ଼ିଛନ୍ତି। ଥାନାଗୁଡ଼ିକୁ ମାସିକିଆ ମାମଲା ଶେଷ କରିବାକୁ ଟାର୍ଗେଟ ଦିଆଯାଇଥିବାରୁ ଥାନା ଅଧିକାରୀ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଯେଣେ ତେଣେ ମାମଲା ବନ୍ଦ କରିବାକୁ ଲାଗିପଡ଼ିଛନ୍ତି। ଯେଉଁଥିପାଇଁ ଏକାଧିକ ମାମଲାରେ ଲୋକ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଯେଉଁଥି ପାଇଁ ଡିସିପିଙ୍କ ଉପରେ ସବୁ ଦୋଷ ଦିଆଯାଇଥିଲା। ଏଭଳି ବିଭିନ୍ନ କାରଣ ପାଇଁ ସେ ଚାପରେ ଥିବା ଅନେକ ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?