ମହାକାଳପଡ଼ା,୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବାୟାବାବା କଲେଜ ସଭାଗୃହଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କୁ କୃମି ନାଶକ ବଟିକା ଖୁଆଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପରେ ଏହି ବ୍ଲକର କୋଣ ଅନୁକୋଣରେ କୃମି ନାଶକ ବଟିକା ଖାଇବାକୁ ସଚେତନ କରାଇବା ସହ ଏହା ବଣ୍ଟନ କରାଯିବ ବୋଲି ଉପସ୍ଥିତ ଅତିଥିମାନେ କହିଛନ୍ତି। ଏହି ଅବସରରେ ଜିଲା ଅତିରିକ୍ତ ଚିକିତ୍ସା ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର , ବିଡ଼ିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ଦାସ, ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନିରଞ୍ଜନ କର, ଶିଶୁ ରୋଗ ବିଶେଷଜ୍ଞ ସୌମ୍ୟ ରଞ୍ଜନ ପଣ୍ଡା, ବିଧାୟକ ପ୍ରତିନିଧି ସରୋଜ କାନ୍ତ ସାହୁ , ରୋଗୀ କଲ୍ୟାଣ ସମିତି ସଭ୍ୟ ଇଂ. ରୁଦ୍ର ନାରାୟଣ ମୁଦୁଲି, ଇଂ. ଚନ୍ଦ୍ରକାନ୍ତ ସ୍ବାଇଁଙ୍କ ସମେତ ବହୁ ସଂଖ୍ୟାରେ କଲେଜ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

