କଟକଣା ସତ୍ତ୍ୱେ ଗୁଣ୍ଡିଚା ମନ୍ଦିରରେ ପଶିଲେ ଭକ୍ତ

ପୁରୀ ଅଫିସ,୨୮।୭:ପ୍ରଶାସନର କଡ଼ା କଟକଣା ସତ୍ତ୍ୱେ ମଙ୍ଗଳବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ୪ଜଣ ବ୍ୟକ୍ତି ଅନଧିକାର ପ୍ରବେଶ କରିଛନ୍ତି। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିଛି। ଜଣେ ମହିଳା ଓ ଜଣେ ପୁରୁଷ ଭକ୍ତଙ୍କ ସହ ୨ଜଣ ପୋଲିସ କର୍ମଚାରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିବା ଭିଡିିଓ ଫୁଟେଜ୍‌ରେ ଦେଖିବାକୁ ମିଳିଛି। ସେମାନେ ରାଜ୍ୟ ବାହାରର ବୋଲି ଆଲୋଚନା ହେଉଛି।
ସମ୍ପୃକ୍ତ ପୋଲିସ ଅଫିସର ଦ୍ୱୟଙ୍କୁ ପଚାରିବାରେ କହିଛନ୍ତି, ମନ୍ଦିର ଭିତରକୁ ଯାଇନାହୁଁ। ଅଳ୍ପ ବାଟ ଯାଇ ଫେରିଆସିଛୁ। ଅନ୍ୟପକ୍ଷରେ, ସମ୍ପୃୃକ୍ତ ବ୍ୟକ୍ତିମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଦୀର୍ଘ ସମୟ କଟାଇ ଫେରିଥିବା ଭିଡିଓରୁ ସ୍ପଷ୍ଟ ହେଉଛି। ଭକ୍ତଦ୍ୱୟଙ୍କ ବେଶପୋଷାକରୁ ଇସ୍କନ ବୈଷ୍ଣବ ଧର୍ମାବଲମ୍ବୀଙ୍କ ଭଳି ଦେଖା ଯାଉଛନ୍ତି। ସମ୍ପୃକ୍ତ ମହିଳା ଓ ପୁରୁଷ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ସଙ୍ଗେସଙ୍ଗେ ଏକ ଚାରିଚକିଆ ଯାନ (ଓଡି-ଓଟୁଏଏସ୍‌-୩୫୩୬)ରେ ବସି ଚାଲିଯାଇଥିଲେ। ସମ୍ପୃକ୍ତ ୨ପୋଲିସ ଅଫିସରଙ୍କ ପୋଷାକରେ କେ.ରି.ପୁ ଲେଖାଥିବାରୁ ସେମାନେ କେନ୍ଦ୍ରୀୟ ସୁରକ୍ଷା ବଳ କର୍ମଚାରୀ ବୋଲି ଅନୁମାନ କରାଯାଉଛି। ତେବେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସେମାନେ କିପରି ପ୍ରବେଶ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇଛି। ଏଥିପାଇଁ ସହରବାସୀ ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ଦାୟିତ୍ୱକୁ ପ୍ରଶାସନ ଏତେ ହାଲୁକାରେ ନେବା ଉଚିତ୍‌ ନୁହେଁ ବୋଲି ସୁରକ୍ଷା ଅଧିକାର କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ସୁରକ୍ଷାକର୍ମୀ ନ ଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିମାନେ ମନ୍ଦିରରେ ପ୍ରବେଶ କରିଛନ୍ତି। ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ଅନଧିକାର ପ୍ରବେଶ କଥା ସତ। ଭିଡିଓ ଫୁଟେଜରୁ ଏହା ବାରି ହେଉଛି। ଭିଡିଓରେ ଦେଖାଯାଉଥିବା ପୋଲିସ କର୍ମଚାରୀ ଓଡ଼ିଶା ପୋଲିସର ନୁହନ୍ତି। ଗାଡ଼ି ନମ୍ବର ସ୍ପଷ୍ଟ ଭାବେ ଜଣାପଡ଼ୁନାହିଁ। ତଥାପି ପ୍ରଶାସନ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri