Posted inଖେଳ

ଟି୨୦ରେ ମହାନ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଓ୍ବାର୍ନର

ନୂଆଦିଲ୍ଲୀ,୨୮।୪ : ଅରୁଣ ଜେଟଲି ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷରେ ୫୭ ରନ୍‌ର ଇନିଂସ ଅବସରରେ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି ଡେଭିଡ୍‌ ଓ୍ବାର୍ନର। ବିଶ୍ୱର ଚତୁର୍ଥ ଓ ଅଷ୍ଟ୍ରେଲିଆର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ କ୍ରିକେଟରେ ସେ ପୂରଣ କରିଛନ୍ତି ୧୦ ହଜାର ରନ୍‌। ମ୍ୟାଚ୍‌ ପୂର୍ବରୁ ଏହି ମାଇଲଷ୍ଟୋନରେ ପହଞ୍ଚିବା ପାଇଁ ତାଙ୍କୁ ୪୦ ରନ୍‌ ଦରକାର ଥିଲା। ୫୭ ରନ୍‌ର ପାଳି ଯୋଗୁ ଟି୨୦ ଫର୍ମାଟ(ଅନ୍ତର୍ଜାତୀୟ ଓ ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌)ରେ ତାଙ୍କ ରନ୍‌ ୧୦,୦୧୭ରେ ପହଞ୍ଚିଛି।

ଏହି ତାଲିକା ଶୀର୍ଷରେ ଅଛନ୍ତି ଜଣାଶୁଣା କ୍ରିସ ଗେଲ୍‌। ତାଙ୍କ ନାମରେ ରହିଛି ସର୍ବାଧିକ ୧୩,୮୩୯ ରନ୍‌। ତାଙ୍କ ପଛକୁ କିରନ ପୋଲାର୍ଡ (୧୦,୬୯୪ ରନ୍‌) ଓ ଶୋଏବ ମଲିକ (୧୦,୪୮୮ ରନ୍‌) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୫ ବଲ୍‌ରେ ୩ ବଡ଼ ରେକର୍ଡ

ଥିରୁଭାନନ୍ତପୁରମ,୨୯।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦ୍ରୁତ ଅର୍ଶଦୀପ ସିଂ ଏବଂ ଦୀପକ ଚହର ପ୍ରଭାବଶାଳୀ ବୋଲିଂ...

ଏହି ଖାସ୍‌ ବନ୍ଧୁଙ୍କ ପାଇଁ ଭାବପ୍ରବଣ ହେଲେ ଗାଙ୍ଗୁଲି

କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସୌରଭ ଗାଙ୍ଗୁଲିଙ୍କୁ ଗୁରୁବାର କୋଲକାତାର ଉଡଲାଣ୍ଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ତାଙ୍କ...

ଦୀପକ ଚହରଙ୍କୁ ବିସିସିଆଇ କ୍ଲିୟରାନ୍ସ

ଦୁବାଇ, ୧୨ା୯ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଠାରୁ ଆବଶ୍ୟକ କ୍ଲିୟରାନ୍ସ ହାସଲ କରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପେସ୍‌ ବୋଲର ଦୀପକ...

ବିଜୟର ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ

ହାଇଦ୍ରାବାଦ୍‌,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍‌ରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦୩...

ବ୍ରିଜ ଭୂଷଣଙ୍କୁୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ...

ପ୍ରଥମ ମ୍ୟାଚ୍‌ ଖେଳୁଥିବାବେଳେ ଏହି କ୍ରିକେଟରଙ୍କ ଭାଙ୍ଗିଯାଇଥିଲା ୪ ଦାନ୍ତ

ଭାରତୀୟ ମହିଳା କ୍ରିକେଟରେ ଡାଏନା ଏଡୁଲଜୀ ଏକ ବଡ ନାମ। ଜଣେ ଖେଳାଳି ଭାବରେ,ଡାଏନା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଡାଏନା ୨୬ ଜାନୁଆରୀ ୧୯୫୬ରେ ଜନ୍ମଗ୍ରହଣ...

ଭାରତୀୟ ମହିଳା ଦଳରେ ୧୫ ବର୍ଷୀୟା ଶେଫାଳୀ

ନୂଆଦିଲ୍ଲୀ, ୬।୯ (ପି.ଟି.)- ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ ଲାଗି ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ୫...

ଅବସର ନେଲେ ହଳଧର

କଟକ ଅଫିସ,୨୧ା୧୦- ହଳଧର ଦାସ ରାଜ୍ୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ରାଜ୍ୟ ଦଳରୁ ଖେଳିବେ ନାହିଁ ବୋଲି ସ୍ପଷ୍ଟ...

Advertisement
Archives

Model This Week