Posted inଜାତୀୟ

‘ପ୍ରେମ ଦୋକାନରେ ନୁହେଁ, ଆମ ହୃଦୟରେ ରହିବା ଦରକାର’, ରାହୁଲଙ୍କୁ ଟାର୍ଗେଟ କଲେ ଫଡନାଭିସ

ମୁମ୍ବାଇ,୧୪।୧୦: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯଦି କଂଗ୍ରେସ ଯେତିକି ଜନସଂଖ୍ୟା, ଯେତିକି ଅଂଶଗ୍ରହଣ ନୀତିରେ ବିଶ୍ୱାସ କରେ ତା’ହେଲେ ତାଙ୍କ ଶାସନ କାଳରେ ଗୋଟିଏ ପରିବାରରୁ ସଂଖ୍ୟକ ପ୍ରଧାନମନ୍ତ୍ରୀ ହେବେ ନାହିଁ।
ମହାରାଷ୍ଟ୍ରର ୱାଶିମ ଜିଲାରେ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ଦ୍ୱାରା ଆୟୋଜିତ ‘ଓବିସି ଜାଗର ଯାତ୍ରା’କୁ ସମ୍ବୋଧିତ କରି ଫଡନାଭିସ କହିଛନ୍ତି ଯେ ଭାଜପା ଶାସନ ଅଧୀନରେ ଅନ୍ୟ ପଛୁଆ ବର୍ଗମାନେ ରାଜନୈତିକ ଶକ୍ତି ତଥା କଲ୍ୟାଣକାରୀ ସୁବିଧା ପାଇଁ ପର୍ଯ୍ୟାପ୍ତ ଅଂଶ ଗ୍ରହଣ କରୁଛନ୍ତି। ଦେଶରେ ଜାତି ଭିତ୍ତିକ ଜନଗଣନା ଉପରେ ଗୁରୁତ୍ୱ ଦେଉଥିବା କଂଗ୍ରେସ ‘ଅଧିକ ଜନସଂଖ୍ୟା, ଅଧିକ ଅଂଶଗ୍ରହଣ’ ସ୍ଲୋଗାନ ବ୍ୟବହାର କରୁଛି। ଏହି ସ୍ଲୋଗାନ ବିଷୟରେ ସେ ପଚାରିଥିଲେ, ତେବେ ଏତେ ସଂଖ୍ୟକ ପ୍ରଧାନମନ୍ତ୍ରୀ କେବଳ ଗୋଟିଏ ପରିବାରରୁ କାହିଁକି ଆସିଛନ୍ତି ବୋଲଇ ସେ ପ୍ରଶ୍ନ କରିଛନ୍ତି। ସେ ଦାବି କରିଛନ୍ତି ଯେ କଂଗ୍ରେସ ଏବଂ ଉଦ୍ଧବ ଠାକରେଙ୍କ ଦଳ (ଶିବସେନା) ଥରେ ମଣ୍ଡଳ କମିଶନଙ୍କ ରିପୋର୍ଟକୁ ବିରୋଧ କରିଥିଲେ।
କଂଗ୍ରେସ କାର୍ଯ୍ୟକ୍ରମରେ ସ୍ଥାନୀୟ ଦଳର ନେତାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ଫଡନାଭିସ କହିଛନ୍ତି ଯେ (କଂଗ୍ରେସ ନେତା) ରାହୁଲ ଗାନ୍ଧୀ ପ୍ରେମ ଦୋକାନ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ପ୍ରେମ ଏକ ଦୋକାନରେ ନୁହେଁ ବରଂ ଏହା ଆମ ହୃଦୟରେ ରହିବା ଆବଶ୍ୟକ। ସେ କହିଛନ୍ତି ଯେ କଂଗ୍ରେସର ୧୭ପ୍ରତିଶତ ମୁଖ୍ୟମନ୍ତ୍ରୀ ଓବିସି ଥିବାବେଳେ ଭାଜପା କ୍ଷେତ୍ରରେ ଏହି ଅନୁପାତ ୩୧ ପ୍ରତିଶତ। ଫଡନାଭିସ କହିଛନ୍ତି ଯେ ଓବିସି ପାଇଁ ଭାଜପା ଏକ ପୃଥକ ମନ୍ତ୍ରଣାଳୟ ଆରମ୍ଭ କରିଛି। ସେ ନିଶ୍ଚିତ କରିଛନ୍ତି ଯେ ମହାରାଷ୍ଟ୍ରରେ ମରାଠା ଏବଂ ଧଙ୍ଗର ସମ୍ପ୍ରଦାୟ ସଂରକ୍ଷଣ ପାଇବେ ବୋଲି ଭାଜପା ନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Iran-US War: ଟ୍ରମ୍ପଙ୍କୁ ପୁଣି ନାଲି ଆଖି ଦେଖାଇଲା ଇରାନ, ଜାଣନ୍ତୁ ଭାରତକୁ ନେଇ କ’ଣ କଲା

ତେହରାନ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପରେ, ସେ କହିଛନ୍ତି ଯେ ଯୁଦ୍ଧବିରତି ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ ଏବଂ…

‘ଗୋଟିଏ ଦିନ ଖେଳ ଛାଡିଦେବି’, ବିରାଟ କୋହଲିଙ୍କ ଭାବପ୍ରବଣ ବୟାନକୁ ନେଇ ହଇଚଇ

ଯେତେବେଳେ ବିରାଟ କୋହଲି ମନ୍ତବ୍ୟ ଦେଇଥିଲେ ଯେ “ଗୋଟିଏ ଦିନ ଏସବୁ ଶେଷ ହେବ,” ତାଙ୍କର ଅର୍ଥ ଥିଲା ଯେ ଭବିଷ୍ୟତରେ ଏପରି ଏକ ସମୟ ଆସିବ…

୧୯ ଦଫା ଦାବି ନେଇ ଜିଲାପାଳଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସା ଗ୍ରାମବାସୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଓଭର ହେଡ୍‌ ଟାଙ୍କି ମରାମତି ଓ…

ସରକାରଙ୍କ କଠୋର ନିଷ୍ପତ୍ତି, ଫିଟନେସ୍ ପ୍ରମାଣପତ୍ର ବିନା ଦିଆଯାଇପାରିବନି ପଶୁ ବଳି

କୋଲକାତା,୧୪ା୫: ଇଦ୍-ଉଲ-ଜୁହା ପୂର୍ବରୁ, ପଶ୍ଚିମବଙ୍ଗର ଭାଜପା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶୁବଳି ଉପରେ ନିଷେଧ ଲଗାଇବା ପାଇଁ ଏକ…

କେତେ ଧନୀ ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ, ରାହୁଲ ଗାନ୍ଧୀ ତାଙ୍କୁ କାହିଁକି ପସନ୍ଦ କରନ୍ତି? ଜାଣନ୍ତୁ…

ଥିରୁଭାନନ୍ତପୁରମ,୧୪।୫: କେରଳମ୍‌ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତିସନ। କଂଗ୍ରେସ ଦଳ ଗୁରୁବାର (୧୪ ମଇ) ତାଙ୍କ ନାମ ଘୋଷଣା କରିଛି। ୧୦ ବର୍ଷ ପରେ କେରଳରେ…

ଉତ୍ତରପ୍ରଦେଶରେ ଶକ୍ତିଶାଳୀ ଝଡ଼ବାତ୍ୟା: ୧୦୦ରୁ ଅଧିକ ମୃତାହତ

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ଭଦୋହି, ବୁଦାଉଁ, ଫତେପୁର ଏବଂ ସୋନଭଦ୍ରା ଜିଲାରେ ବୁଧବାର ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ବାତ୍ୟାଝଡ଼ବାତ୍ୟା ହୋଇଛି। ଏହି ଝଡ଼ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଧିକାରୀମାନେ…

କେରଳମ୍‌ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲା କଂଗ୍ରେସ: ଏହି ବ୍ୟକ୍ତିଙ୍କ ମୁଣ୍ଡରେ ସୁନାକଳସ

ନୂଆଦିଲ୍ଲୀ,୧୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପ୍ରାୟ ୧୦ ଦିନ ପରେ ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିଛି। ଭିଡି ସତିସନ କେରଳର…

ସୁନା ସମ୍ପର୍କରେ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା

ନୂଆଦିଲ୍ଲୀ,୧୪।୫: କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସରଳତାକୁ ଗ୍ରହଣ କରିବା ଏବଂ ସମ୍ବଳର ବିଚାରବନ୍ତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri