ଶ୍ରୀଶଙ୍କରାନନ୍ଦ ମଠର ବିକାଶକୁ ଗୁରୁତ୍ୱ

ପୁରୀ ଅଫିସ, ୭ା୧୧:ଶ୍ରୀଶଙ୍କରାନନ୍ଦ ମଠ ଐତିହ୍ୟ ପୁସ୍ତକର ଉନ୍ମୋଚନ ଉତ୍ସବ ରବିବାର ମଠ ପରିସରରେ ଟ୍ରଷ୍ଟବୋର୍ଡ଼ ସଭାପତି ଦୁର୍ଗାପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ କହିଥିଲେ, ଦୃଶ୍ୟମାନ ଶ୍ରୀମନ୍ଦିରର ସମସାମୟିକ ଶ୍ରୀଶଙ୍କରାନନ୍ଦ ମଠର ବିକାଶ ଜରୁରୀ। ମଠର ଭଗ୍ନ ଅବସ୍ଥା ଦେଖି ମନରେ ଭାବାନ୍ତର ସୃଷ୍ଟି ହେଉଛି। ଏହାର ବିକାଶ ପାଇଁ କୌଣସି ଏକ ଯୋଜନାରେ ଏହି ମଠକୁ ଅନ୍ତର୍ଭୁକ୍ତ କରିବାକୁ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍‌ ପ୍ରତିଷ୍ଠାତା ସଦସ୍ୟ ଓ କିଟ୍‌ ବିଜ୍ଞାନ ବିଭାଗର ଚେୟାରମ୍ୟାନ୍‌ ଡ. ଚିତ୍ତରଞ୍ଜନ ମିଶ୍ର ଯୋଗଦେଇ କହିଥିଲେ, ଆମର ମହାନ ସଂସ୍କୃତି ଐତିହ୍ୟ ଓ ପରମ୍ପରାର ବିକାଶ ନ ହେଲେ ପୂର୍ଣ୍ଣ ସାମାଜିକ ବିକାଶ ସମ୍ଭବ ନୁହେଁ। ବସ୍ତୁବାଦର ବିକାଶ ପଥଚ୍ୟୁତ କରିପାରେ। ମଠ ଥିଲା ସାମାଜିକ ସଂହତି, ଉଚ୍ଚ ଭାବନା ଶିକ୍ଷାର ବିକାଶ ଓ ମାନବିକତାର ମୂଳକେନ୍ଦ୍ର। ମଠ ଥିଲା ସାମାଜିକ ସଂହତି, ଉଚ୍ଚ ଭାବନା ଶିକ୍ଷାର ବିକାଶ ଓ ମାନବିକତାର ମୂଳକେନ୍ଦ୍ର। ମଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ସେହିପରି ମୁଖ୍ୟବକ୍ତା ଭାବେ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦେଇ କହିଥିଲେ, ଓଡ଼ିଶାର ଲୁପ୍ତ ଗୌରବ ଗାଥାକୁ ଅନୁସନ୍ଧାନ କରି ଜାତୀୟ ସ୍ତରରେ ଉପସ୍ଥାନ କରିବାର ସମୟ ଆମକୁ ଅପେକ୍ଷା କରିଛି। ସମ୍ମାନିତ ଅତିଥି ଭାବେ ଡ. କୈଳାସ ଚନ୍ଦ୍ର ଟିକାୟତ ରାୟ ଯୋଗଦେଇ କହିଥିଲେ, ଭାରତ ବିଶ୍ୱଗୁରୁ ହେବାର ସମୟ ଉପନୀତ। ଆମେ ଆମର ପୂର୍ବ ସଂସ୍କୃତି, ଉପାସନା ଓ ପରମ୍ପରାକୁ ପୁନରୁଦ୍ଧାର କରିବା ପ୍ରଥମ କର୍ତ୍ତବ୍ୟ। ଏହି ମଠର ବିକାଶ ୫ବର୍ଷ ମଧ୍ୟରେ ଶୀର୍ଷରେ ପହଞ୍ଚିବ ବୋଲି ବିଶ୍ୱାସ। ସମ୍ମାନିତ ବକ୍ତା ଭାବେ ଯାମିନୀକାନ୍ତ ମିଶ୍ର ଯୋଗଦେଇ କହିଥିଲେ, ଶଙ୍କରାନନ୍ଦ ମଠର ପୂର୍ବ ପ୍ରତିଷ୍ଠାକୁ ସ୍ମରଣ କରିବା ସହିତ ଏଠାରେ ଶିକ୍ଷାର ବିକାଶ ପାଇଁ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିଲା। ମଠର ସ୍ବାମୀମାନଙ୍କ ଅବଦାନ ସମ୍ବନ୍ଧରେ ସେ ଆଲୋକପାତ କରିଥିଲେ। ଏହି ମଠର ସ୍ବାମୀମାନେ ଅତୀତରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ସହିତ ଶ୍ରୀଲୋକନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର, କପିଳାସର ଶ୍ରୀଚନ୍ଦ୍ରଶେଖର ମନ୍ଦିରର ପରିଚାଳନା କରୁଥିଲେ ବୋଲି ପୁସ୍ତକର ମୁଖ୍ୟ ସମ୍ପାଦକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର କହିବା ସହ ପୁସ୍ତକ ପ୍ରକାଶନର ଆଭିମୁଖ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ଉତ୍ସବକୁ ମିହିର କୁମାର ମିଶ୍ର ଓ ଆଦିତ୍ୟ ମିଶ୍ର ସଂଯୋଜନା କରିଥିଲେ। ମହୀପ୍ରକାଶ ମଠର ମହାରାଜ, ଡ. ରବିଚରଣ ରଥ, ଶ୍ରୀ ପତ୍ରିକାର ସମ୍ପାଦକ ଶ୍ରୀକୃଷ୍ଣ ନାୟକ, ଡ. ଭାସ୍କର ମିଶ୍ର, ଡ. ସିଦ୍ଧେଶ୍ୱର ମହାପାତ୍ର, ଶ୍ରୀଦେବୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ ନୀଳକଣ୍ଠ ମିଶ୍ରଙ୍କ ଲିଖିତ ପ୍ରୀତି ପଞ୍ଚୁକ ଐତିହ୍ୟ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପୁସ୍ତକ ସମ୍ବନ୍ଧରେ ଲେଖକ ମତ ଦେଇଥିଲେ। ପୁରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ବଳିଆର ସିଂ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri