ଜିଲାରେ କୃଷିଭିତ୍ତିକ ଶିଳ୍ପର ବିକାଶ ବାଟବଣା

ଭବାନୀପାଟଣା,୨୪ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଗୌଡ଼ସର୍ଗିଗୁଡା ଓ ଭବାନୀପାଟଣା ସରକାରୀ ଆଇଟିଆଇ ନିକଟରେ ଘରୋଇ ଉଦ୍ୟମରେ ୨ଟି ଚିନିକଳ ପ୍ରତିଷ୍ଠା ହୋଇଥିଲା। ଭବାନୀପାଟଣା ଚିନିକଳ ୧୯୭୭ରୁ ବନ୍ଦ ହୋଇଥିବା ବେଳେ ସର୍ଗିଗୁଡା ଚିନିକଳ ୨୪ବର୍ଷ ହେଲା ବନ୍ଦ ହୋଇ ଇତିହାସ ପାଲଟିଲାଣି। ଫଳରେ ଜିଲାରେ କୃଷିଭିତ୍ତିକ ଶିଳ୍ପର ବିକାଶ ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଏବେ ବାଟବଣା ହୋଇଥିବା ଆଲୋଚନା ହେଉଛି।
ପ୍ରକାଶ ଯେ, କଳାହାଣ୍ଡି ଜିଲାର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ୧୯୯୪ରେ ଜୁନାଗଡ଼ ବ୍ଲକ ଗୌଡ଼ସର୍ଗିଗୁଡ଼ାରେ ଜାତୀୟ ରାଜପଥ ୨୬ କଡ଼ରେ କୃଷିଭିତ୍ତିକ ଏକ ଚିନିକଳ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ମହାରାଷ୍ଟ୍ରର ଏକ କମ୍ପାନି ପଶ୍ଚିମ ଓଡ଼ିଶା ସୁଗାର ଓ କେମିକାଲ ଲିମିଟେଡ଼ ଦ୍ବାରା ଏହା ପରିଚାଳିତ ହେଉଥିଲା। ତେବେ ପରିଚଳନାଗତ ତ୍ରୁଟି ଯୋଗୁ କମ୍ପାନୀ ଦେବାଳିଆ ହେବା ସହ ୭ବର୍ଷ ପରେ ଅର୍ଥାତ ୨୦୦୧ରେ ବନ୍ଦ ହୋଇଯାଇଥିଲା। ଏହାଦ୍ବାରା ଶତାଧିକ ଲୋକ ଜୀବିକା ହରାଇବା ସହ ଜିଲାର ଆଖୁଚାଷ ବିଶେଷ ପ୍ରଭାବିତ ହୋଇଥିଲା। କମ୍ପାନୀରେ ତାଲା ପଡ଼ିବା ଫଳରେ ଚୋରମାନଙ୍କ ଭୂସ୍ବର୍ଗ ପାଲଟିଲା। ଏଥିରେ ଲାଗିଥିବା ମୂଲ୍ୟବାନ ଜିନିଷ ଚୋରି ହୋଇ ଶ୍ରୀହୀନ ଅବସ୍ଥାରେ ପଡି ରହିଥିଲା। ଜିଲାରେ ଅର୍ଥନୀତିର ଅଭିବୃଦ୍ଧି ଓ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ବନ୍ଦ ପଡିଥିବା ଚିନିକଳରେ ଏକକାଳୀନ ୩ଟି କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ପାରାବଏଲଡ଼ ରାଇସମିଲ, ବାୟୋମାସ ପ୍ଲାଣ୍ଟ ଓ ଡିଷ୍ଟିଲାରି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରାଯିବା ସହ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ଏହି ଶିଳ୍ପ ପ୍ରକଳ୍ପକୁ ରାଉରକେଲାର ଷ୍ଟାରଲାଇଟ ଏନର୍ଜି ଲିମିଟେଡ଼କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। କମ୍ପାନୀ ଚିନିକଳର ୯୧ ଏକର ୪୮ ଡେସିମିଲ ଜମି ଓ ପୁରୁଣା କୋଠାକୁ ନିଜ ମାଲିକାନାରେ ରଖିଥିଲା। ଏହି କମ୍ପାନୀ ଭିତରେ ଇଣ୍ଟିଗ୍ରେଟେଡ ଶସ୍ୟ ଭିତ୍ତିକ ଡିଷ୍ଟିଲାରି ସମେତ ଘଣ୍ଟାକୁ ୪୮ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପାରବଏଲଡ଼ ରାଇସମିଲ ଓ ୩ ମେଗାୱାଟର ଦୁଇଟି ଟର୍‌ବାଇନ ଯୁକ୍ତ ବାୟୋମାସ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ପାଇଁ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ହେଲେ ପୂର୍ବତନ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁ ଏହି ଷ୍ଟାରଲାଇଟ ଏନର୍ଜି କମ୍ପାନୀ କାମ ଆରମ୍ଭ ହେବା ଦୂରର କଥା କୌଣସି କାରଣବଶତଃ ମୁହଁ ଫେରାଇବା ସହ ସର୍ଗିଗୁଡାଠାରେ ଥିବା ପୁରୁଣା ଚିନିକଳର ୯୧ ଏକର ୪୮ଡେସିମିଲ ଜାଗାକୁ ବିକ୍ରି କରି ଚାଲିଛି। ଏହି ଚିନିକଳ ୨୬ ବର୍ଷ ହେଲା ବନ୍ଦ ପଡିଥିବା ବେଳେ ଏହାର ପୁନରୁଦ୍ଧାର କଲେ ଜିଲାର ଆଖୁଚାଷୀ ଉପକୃତ ହେବା ସହ ଶିକ୍ଷିତ ବେକାର ଯୁବତୀଯୁବକ ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ଭବାନୀପାଟଣା ସହର ସରକାରୀ ଆଇଟିଆଇ ନିକଟରେ ଥିବା ଚିନିକଳ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ଉଦ୍ୟମରେ ୧୯୬୫ରେ ସ୍ଥାପନ କରାଯାଇଥିଲା। ଏହା ୧୯୭୦ ପର୍ଯ୍ୟନ୍ତ ଠିକ ଭାବରେ ଚାଲିଥିବା ବେଳେ ୧୯୭୭ରେ ବନ୍ଦ ହୋଇଗଲା। ଫଳରେ କଳାହାଣ୍ଡିର ଆଖୁଚାଷୀଙ୍କୁ ନିରାଶ ହେବାକୁ ପଡିଥିଲା। ଜିଲାର ଆଖୁ ଚାଷୀ କଳାହାଣ୍ଡି ଓ ବଲାଙ୍ଗୀର ଦେଓଗାଁ ଚିନିକଳକୁ ମଧ୍ୟ ଆଖୁ ଯୋଗାଉଥିଲେ। ଏହି ଚିନିକଳ ବନ୍ଦ ହେବା ପରେ ଆଖୁଚାଷୀ ପୁନର୍ବାର ନିରାଶ ହୋଇଛନ୍ତି।
ବର୍ତ୍ତମାନ ଆଖୁ ଉତ୍ପାଦନ ବୃଦ୍ଧି ହୋଇଥିବା ବେଳେ ଏହାକୁ ବିକ୍ରି ନେଇ ନୂତନ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ସରକାରଙ୍କ ତରଫରୁ ଠୋସ ପଦକ୍ଷେପ ନ ନେଲେ ପୁଣି ଆଖୁଚାଷୀ ବାଟ ହୁଡ଼ିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?