Posted inଖେଳ

ଦେବବ୍ରତ, ଶୁଭମ୍‌, ଅଭିଷେକଙ୍କ ଅର୍ଦ୍ଧଶତକ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ବିକାଶ ଗ୍ରାଉଣ୍ଡରେ ଚାଲିଥିବା ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବଡ଼ ସ୍କୋର ସହ ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ଶାନ୍ତନୁ ମିଶ୍ରଙ୍କ ପରେ ଅଭିଷେକ ରାଉତ, ଦେବବ୍ରତ ପ୍ରଧାନ ଓ ଶୁଭମ୍‌ ନାୟକଙ୍କ ଅର୍ଦ୍ଧଶତକ ସହାୟତାରେ ଓଡ଼ିଶା ଦଳ ପ୍ରଥମ ଇନିଂସରେ ୪୫୭ ରନ ସଂଗ୍ରହ କରିଛି। ଜବାବରେ ବୁଧବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସ ଆରମ୍ଭ କରିଥିବା ବରୋଦା ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ କୌଣସି ଉଇକେଟ ନ ହରାଇ ୭୭ ରନ କରିଛି। ଦୁଇ ଓପନର ଜ୍ୟୋସ୍ନିଲ ସିଂ ୪୩ ଓ ପ୍ରତ୍ୟୁଷ କୁମାର ୩୧ ରନରେ ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଦିବସରେ ୨ ଶତକୀୟ ଭାଗୀଦାରି
ମଙ୍ଗଳବାର ପ୍ରଥମ ଦିବସରେ ଶାନ୍ତନୁ ଓ ଶୁଭ୍ରାଂଶୁ ଯେପରି ବ୍ୟାଟିଂ କରି ଓଡ଼ିଶାର ସମ୍ମାନ ରଖିଥିଲେ ବୁଧବାର ଦ୍ୱିତୀୟ ଦିବସରେ ଅଭିଷେକ, ରାଜେଶ ଧୂପର, ଦେବବ୍ରତ ଓ ଶୁଭମ୍‌ ତାହାର ପୁନରାବୃତ୍ତି କରି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଶାନ୍ତନୁ ଓ ଶୁଭ୍ରାଂଶୁ ଦ୍ୱିତୀୟ ଉଇକେଟରେ ୧୦୬ ରନ ଯୋଡ଼ି ଓଡ଼ିଶାକୁ ସଙ୍କଟ ସ୍ଥିତିରୁ ଉଦ୍ଧାର କରିଥିବାବେଳେ ଅଭିଷେକ ଓ ରାଜେଶ ୬ଷ୍ଠ ଉଇକେଟରେ ୧୦୧ ଏବଂ ଦେବବ୍ରତ ଓ ଶୁଭମ୍‌ ୯ମ ଉଇକେଟରେ ୧୬୧ ରନର ଭାଗୀଦାରି ଗଢ଼ି ଦଳ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛନ୍ତି। ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୧୪/୫ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଆଉ ୭୭ ରନ ଯୋଗ ହେବା ପରେ ଧୂପରଙ୍କ ଉଇକେଟ ହରାଇଥିଲା। ଧୂପର ୪ ଚୌକା ଓ ୧ ଛକା ସହାୟତାରେ ୩୯ ରନ ସଂଗ୍ରହ କରିଥିଲେ। ଅଭିଷେକ ରାଉତ ୭୦ (୮୦ ବଲ, ୧୦ ଚୌକା, ୨ ଛକା) ରନକରି ଆଉଟ ହୋଇଥିବାବେଳେ ଦେବବ୍ରତ ଶତକର ନିକଟତର ହୋଇଥିଲେ ହେଁ ଅଳ୍ପକେ ହାତଛଡ଼ା କରିଥିଲେ। ସେ ୧୪୭ ବଲ୍‌ରୁ ୬ ଚୌକା ଓ ୪ ଛକା ସହାୟତାରେ ୮୯ ରନ କରିଥିବାବେଳେ ଭାର୍ଗବ ଭଟ୍ଟଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ। ଶୁଭମ୍‌ଙ୍କ ଅର୍ଦ୍ଧଶତକ ଦର୍ଶନୀୟ ଥିଲା। ଏହା ଓଡ଼ିଶା ଇନିଂସରେ ଉଷ୍ମତା ଭରିଥିଲା। ୧୦ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭମ୍‌ ୧୩୮ଟି ବଲ୍‌ର ସମ୍ମୁଖୀନ ହୋଇ ୧୦ ଚୌକା ସହାୟତାରେ ୮୨ ରନକରି ପ୍ରତିପକ୍ଷ ବୋଲରଙ୍କୁ ନିରାଶ କରିଥିଲେ।
ରଥଭାଙ୍କୁ ୫ ଉଇକେଟ
ଆତ୍ମବିଶ୍ୱାସର ସହ ଖେଳିଥିବା ଶୁଭମ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରି ବରୋଦା ବାମହାତୀ ସ୍ପିନର ନିନାଦ ରଥଭା ଏହି ଇନିଂସରେ ୫ ଉଇକେଟ ପୂରଣ କରିଥିଲେ। ଏହାଥିଲା ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ସଫଳତା। ପୂର୍ବରୁ ୨୦୧୭ରେ ସେ ଓଡ଼ିଶା ବିପକ୍ଷରେ କ୍ୟାରିୟରର ଏକମାତ୍ର ରଣଜୀ ମ୍ୟାଚ ଖେଳି ୪୯ ରନ ବିନିମୟରେ ଗୋଟିଏ ଉଇକେଟ ପାଇଥିଲେ। ଭଦୋଦରାରେ ଅନୁଷ୍ଠିତ ଏହି ମ୍ୟାଚରେ ସେ ଶତକ (୧୧୫ ରନ) ମଧ୍ୟ ହାସଲ କରିଥିଲେ। ତେଣୁ ଓଡ଼ିଶା ବିପକ୍ଷରେ ତାଙ୍କର ଭଲ ପ୍ରଦର୍ଶନ ଜାରି ରହିଛି। ଅନ୍ୟମାନଙ୍କ ମଧ୍ୟରେ ଭାର୍ଗବ ଭଟ୍ଟ ୩ଟି ଓ ଲୁକମାନ ମେରିଓ୍ବାଲା ୨ଟି ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ (୧୫୪.୨ ଓଭର) ୪୫୭/ଅଲ୍‌ଆଉଟ (ଦେବବ୍ରତ ପ୍ରଧାନ-୮୯, ଶୁଭମ୍‌ ନାୟକ-୮୨, ଅଭିଷେକ ରାଉତ-୭୦, ଶାନ୍ତନୁ ମିଶ୍ର-୬୧, ଶୁଭ୍ରାଂଶୁ ସେନାପତି-୫୨, ନିନାଦ ରଥଭା-୫/୧୦୬, ଭାର୍ଗବ ଭଟ୍ଟ-୩/୧୧୬, ଲୁକମାନ ମେରୀଓ୍ବାଲା-୨/୮୪)। ବରୋଦା ପ୍ରଥମ ଇନିଂସ (୨୫ ଓଭର): ୭୭/୦ (ଜ୍ୟୋସ୍ନିଲ ସିଂ-୪୩*, ପ୍ରତ୍ୟୁଷ କୁମାର-୩୧*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ କ୍ୟାରିୟର୍‌ରେ ଅନେକ ରେକର୍ଡ ହାସଲ କରିଥିବା ରୋହିତଙ୍କ ସମ୍ପତ୍ତି...

ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଏଣ୍ଟ୍ରି ମାରିଲେ ରିଷଭ ପନ୍ତ: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

କୋଲକାତା,୩୦।୪: କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୭ ରନର ଏକ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ସେ...

କୋଲକାତାର ଏକପାଖିଆ ବିଜୟ ପରେ ପଏଣ୍ଟ ଟେବୁଲରେ ହେଲା ପରିବର୍ତ୍ତନ: କିଏ କେଉଁ ସ୍ଥାନରେ ରହିଛି ଜାଣନ୍ତୁ

କୋଲକାତା,୩୦।୪: ଆଇପିଏଲ ୨୦୨୪ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ୭ ଉଇକେଟରେ...

ପ୍ରତ୍ୟେକ ଦିନ ଆମର ନୁହେଁ…କାହିଁକି ଏମିତି କହିଲେ ପନ୍ତ

କୋଲକାତା,୩୦।୪: ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଷଷ୍ଠ ପରାଜୟର ସମ୍ମୁଖୀନ ହୋଇଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚରେ...

ସାଥୀ କ୍ରିକେଟର୍‌ଙ୍କ ଭଉଣୀଙ୍କୁ ମନ ଦେଇ ବସିଥିଲେ ହିଟ୍‌ମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି।...

କେକେଆର ବୋଲର ପ୍ରଭାବୀ

କୋଲକାତା,୩୦ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲର ପ୍ରଭାବୀ ବୋଲିଂ କରିଛନ୍ତି। ବରୁନ ଚକ୍ରବର୍ତ୍ତୀଙ୍କ ୩/୧୬...

ଇଂଲଣ୍ଡକୁ ହରାଇ କ୍ୱାର୍ଟରରେ ଭାରତ

ଚେଙ୍ଗଡୁ,୩୦ା୪(ପି.ଟି.): ଥୋମାସ୍‌ କପ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡକୁ ଏକପାଖିଆ ୫-୦ରେ ପରାସ୍ତ କରିବା ସହ ଗ୍ରୁପ୍‌...

୨୨ ଜଣିଆ ଓଡ଼ିଶା ମହିଳା ଦଳ ଘୋଷଣା

ଭୁବନେଶ୍ୱର,୩୦ା୪, (ସରୋଜ ଜେନା): ରାଜମାତା ଜିଜାବାଈ ଫୁଟବଲ ଟୁର୍ନାମେଣ୍ଟ ପାଇଁ ୨୨ ଜଣିଆ ଓଡ଼ିଶା ମହିଳା ଫୁଟବଲ ଦଳ ସୋମବାର ଘୋଷଣା କରାଯାଇଛି। ମେ ୧ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri