ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ

ବାଂଲାଦେଶରେ ସେନା ସମର୍ଥନରେ ହୋଇଥିବା ହିଂସାତ୍ମକ ବିଦ୍ରୋହ ଯୋଗୁ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ କ୍ଷମତାଚ୍ୟୁତ କରାଗଲା। ଏହା ପରେ ସେଠାରେ ଅରାଜକତା ଲାଗି ରହିଛି। ଅର୍ଥ ବ୍ୟବସ୍ଥା ନିମ୍ନଗାମୀ ହେବାରେ ଲାଗିଛି। ଇସଲାମ୍‌ ମୌଳବାଦୀଙ୍କ ଶକ୍ତି ବଢ଼ିଚାଲିଛି। ଯୁବକମାନେ ଅଧିକ କଠୋରପନ୍ଥୀ ହେଉଛନ୍ତି। ଆଇନବିହୀନ ଅବ୍ୟବସ୍ଥା ଦେଖାଯାଇଛି। ଏହା ସହ ଧର୍ମୀୟ ଓ ଜାତିଗତ ସଂଖ୍ୟାଲଘୁମାନେ ଅବଦମିତ ହୋଇ ରହିଛନ୍ତି। ଏଭଳି ସ୍ଥିତିରେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ଆଶା କରାଯାଉନାହିଁ। ଅନେକେ ଆଶା କରିଥିଲେ, ହସିନା କ୍ଷମତାରୁ ଗଲା ପରେ ଏକଚ୍ଛତ୍ରବାଦ ଶାସନ ଅନ୍ତ ଘଟିବ ଓ ବାଂଲାଦେଶ ପାଇଁ ଗଣତନ୍ତ୍ରର ପରିବର୍ତ୍ତନ ସୁଗମ ହୋଇଯିବ। ଶେଷରେ ଛାତ୍ର ଆନ୍ଦୋଳନ ଶାସନ ପତନର କାରଣ ବୋଲି ସେମାନେ ଦର୍ଶାଇବା ଯୋଗୁ କ୍ଷମତାଶାଳୀ ସେନାର ନିର୍ଣ୍ଣାୟକ ଭୂମିକା ଗୌଣ ହୋଇଗଲା। ହସିନା ସେନାର ପ୍ରଭାବ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଥିବାରୁ ତାହା ସମସ୍ୟାରେ ଥିଲା ଏବଂ ଶେଷରେ ତାଙ୍କୁ ଭାରତକୁ ଚାଲିଯିବା ଲାଗି ବାଧ୍ୟ କରିଥିଲା। ସେହିପରି ଛାତ୍ର ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିଥିବା ମୌଳବାଦୀମାନେ ହସିନାଙ୍କ ଶାସନରେ ଉପେକ୍ଷିତ ହୋଇ ରହିଥିଲେ। ସେମାନେ ମଧ୍ୟ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକ ସୁଯୋଗ ପାଇଗଲେ।
ବେଆଇନ ଭାବେ ହାସିନାଙ୍କୁ କ୍ଷମତାଚ୍ୟୁତ କରାଯିବା ପରେ ଗଠିତ ମଧ୍ୟବର୍ତ୍ତିକାଳୀନ ସରକାରର ପ୍ରମୁଖ ପରାମର୍ଶଦାତା ଭାବେ ମହମ୍ମଦ ୟୁନୁସଙ୍କୁ ଅବସ୍ଥାପିତ କରାଯାଇଥିଲା। ୟୁନୁସ୍‌ ୨୦୦୬ରେ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିଲେ। ସେ ଗ୍ରାମୀଣ ବ୍ୟାଙ୍କର ମାଇକୋକ୍ରେଡିଟ ପାଇଁ ଗରିବଙ୍କ ତ୍ରାଣକର୍ତ୍ତା ଭାବେ ସାମ୍ନାକୁ ଆସିଥିଲେ। ତେବେ ଗ୍ରାମୀଣ ବ୍ୟାଙ୍କର ପ୍ରକୃତ ପ୍ରଭାବକୁ ନେଇ ନୋବେଲ କମିଟି ଚୟନରେ କିଛି ଊଣା ରହିଯାଇଥିଲା। ବରଂ ଏହା ଭୂରାଜନୈତିକ ବିଷୟକୁ ସୂଚିତ କରୁଥିଲା। ନୋବେଲ ପୁରସ୍କାର ପ୍ରଦାନ ଅବସରରେ କମିଟିର ଅଧ୍ୟକ୍ଷ ୟୁନୁସଙ୍କୁ ଇସ୍‌ଲାମ ଓ ପାଶ୍ଚାତ୍ୟ ମଧ୍ୟରେ ଏକ ପ୍ରତିକାତ୍ମକ ସେତୁ ଭାବେ ଅଭିହିତ କରିଥିଲେ। ଆମେରିକାରେ ୧୧ ସେପ୍ଟେମ୍ବର ୨୦୦୧ରେ ଉଗ୍ରବାଦୀ ଆକ୍ରମଣ ପରେ ପାଶ୍ଚାତ୍ୟରେ ଇସ୍‌ଲାମକୁ କ୍ରୂର ବୋଲି ପ୍ରଚାର କରାଯାଉଥିବାରୁ ନୋବେଲ ବିଜେତା ଭାବେ ୟୁନୁସଙ୍କ ଚୟନ ତାହାକୁ ପ୍ରତିହତ କରିପାରିବ ବୋଲି ଅଧ୍ୟକ୍ଷ ଆଶାପୋଷଣ କରିଥିଲେ। ତେବେ ୟୁନୁସଙ୍କୁ ଚୟନ କରାଯିବା ପଛରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ସମର୍ଥନକୁ ଅସ୍ବୀକାର କରାଯାଇ ନ ପାରେ।
ବାଂଲାଦେଶ ମଧ୍ୟବର୍ତ୍ତିକାଳୀନ ସରକାରର ନେତା ଭାବେ ୟୁନୁସ ବ୍ୟାପକ ସୁଧାର ଓ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରିବା ସକାଶେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ବାରମ୍ବାର ନିର୍ବାଚନକୁ ସ୍ଥଗିତ ରଖାଯାଇଆସୁଛି। ସାମ୍ବିଧାନିକ ବୈଧତାର ଅଭାବ ସତ୍ତ୍ୱେ ମଧ୍ୟବର୍ତ୍ତିକାଳୀନ ସରକାର ସ୍ବାଧୀନ ସଂସ୍ଥାଗୁଡ଼ିକରୁ ବ୍ୟକ୍ତିମାନଙ୍କୁ ହଟାଇବା ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ୫ ଜଣ ବରିଷ୍ଠ ବିଚାରପତିଙ୍କୁ ପଦବୀରୁ ତଡ଼ିଦେବା ସହ ଦେଶର ସବୁଠୁ ପୁରୁଣା ଓ ବୃହତ୍ତମ ତଥା ବାଂଲାଦେଶକୁ ସ୍ବାଧୀନତା ଦେଇଥିବା ହାସିନାଙ୍କ ଆଓ୍ବାମୀ ଲିଗ୍‌ ଭଳି ରାଜନୈତିକ ଦଳକୁ ସେ ବେଆଇନ ଘୋଷଣା କରିଛନ୍ତି। ଏହି ସରକାରରେ ମାନବ ଅଧିକାର ଉଲ୍ଲଂଘନ ଘଟଣା ବୃଦ୍ଧି ପାଇଚାଲିଛି ଏବଂ ଦମନ ତୀବ୍ର ହୋଇଛି। ଆଇନଜୀବୀ, ଶିକ୍ଷାବିତ୍‌, ସାମ୍ବାଦିକ, କଳାକାରଙ୍କ ସମେତ ହସିନାଙ୍କ ସମର୍ଥକ ଏବଂ ଏବକାର ସରକାରକୁ ବିରୋଧ କରୁଥିବା ଲୋକଙ୍କୁ ଏକାଠି ଜେଲରେ ରଖାଯାଉଛି। ଫେବୃଆରୀଠାରୁ ଅନେକ ହଜାର ଲୋକଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଅନେକ ସାମ୍ବାଦିକଙ୍କୁ ବେଆଇନ ଭାବେ ହତ୍ୟାଠାରୁ ଆରମ୍ଭ କରି ଗୁରୁତର ଅପରାଧରେ ଛନ୍ଦି ଦିଆଯାଉଛି। ହାଜତରେ ଅବୈଧ ହତ୍ୟା ଓ ନିର୍ଯାତନାର ଖବର ଏବେ ସାଧାରଣ ଘଟଣା ହୋଇଗଲାଣି। ଇସ୍‌ଲାମ ମୌଳବାଦୀଙ୍କୁ ଏବେ ଥଇଥାନ କରାଯିବା ବିଷୟ ଅତ୍ୟନ୍ତ ଉଦ୍‌ବେଗଜନକ। ସେନା ଓ ମୁସଲମାନ ଧର୍ମଗୁରୁଙ୍କ ଦ୍ୱାରା ଚାଲୁଥିବା ଶାସନକୁ ନାମକୁମାତ୍ର ନେତୃତ୍ୱ ଦେଉଥିବା ୟୁନୁସ ପୂର୍ବରୁ ଉଗ୍ରବାଦ ସହ ଜଡ଼ିତ ଥିବା ଜେହାଦି ଗୋଷ୍ଠୀଙ୍କ ଉପରୁ ନିଷେଧାଦେଶ ଉଠାଇ ଦେଇଛନ୍ତି। କୁଖ୍ୟାତ ଇସ୍‌ଲାମ ନେତାମାନଙ୍କୁ ମୁକ୍ତ କରିଦେଇଛନ୍ତି। ଅନେକ ମୌଳବାଦୀ ଏବେ ମନ୍ତ୍ରୀପଦ କିମ୍ବା ଅନ୍ୟ ସରକାରୀ ପଦବୀକୁ ଦଖଲ କରିଛନ୍ତି ଏବଂ ସେମାନଙ୍କ ସହ ଅନୁବନ୍ଧିତ ବିରାଟ ଉପଦ୍ରବୀ ଗୋଷ୍ଠୀ ଖୋଲାଖୋଲି ଭାବେ ବିରୋଧୀଙ୍କୁ ଭୟଭୀତ କରୁଛନ୍ତି।
ବୌଦ୍ଧ, ହିନ୍ଦୁ ଓ ଖ୍ରୀଷ୍ଟିଆନ ଧର୍ମର ଲୋକ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ଉପରେ ଆକ୍ର୍ରମଣ କରାଯାଉଛି। ମୌଳବାଦୀମାନେ ବିଚାରରେ ଯେଉଁମାନେ ଇସ୍‌ଲାମ ବିରୋଧୀ ଗୋଷ୍ଠୀ, ସେମାନେ ମଧ୍ୟ ଆକ୍ରମଣର ଶିକାର ହେଉଛନ୍ତି। କିନ୍ତୁ ଆକ୍ରମଣକାରୀଙ୍କ ବିରୋଧରେ କୌଣସି ଦଣ୍ଡବିଧାନ ହେଉନାହିଁ। ଯେଉଁ ମହିଳାମାନେ ଠିକ୍‌ ଭାବେ ପୋଷାକ ପିନ୍ଧୁ ନାହାନ୍ତି, ସେମାନଙ୍କୁ ସର୍ବସାଧାରଣରେ ଅପମାନିତ ଓ ଆକ୍ରମଣ କରାଯାଉଛି। ସମାଜରେ କଠୋର କଟକଣା ଲାଗୁ କରିଥିବା ଏକ ତାଲିବାନୀ ସଂସ୍କୃତି ସେଠାରେ ଦୃଢ଼ ହେବାରେ ଲାଗିଛି। ସ୍ଥିତି ଏତେ ଖରାପ ହୋଇଛି ଯେ, ସରକାର ସପକ୍ଷବାଦୀ ତଥା ଆଓ୍ବାମୀ ଲିଗ୍‌ର ଘୋର ବିରୋଧୀ ଭାବେ ଜଣାଶୁଣା ବାଂଲାଦେଶ ନ୍ୟାଶନାଲିଟି ପାର୍ଟି (ବିଏନ୍‌ପି)ମୌଳିକ ସ୍ବାଧୀନତାର ଅବକ୍ଷୟକୁ ତୀବ୍ର ନିନ୍ଦା କରିଛି। ସମାଲୋଚନା କରି କହିଛି, ‘ଧର୍ମ ନାମରେ ପାଗଳାମି ପ୍ରକାଶ ପାଇଛି ’ ଏବଂ ରାସ୍ତାରେ ‘ଭୟାନକ ହିଂସା’ ଦେଖାଯାଇଛି।
ବାଂଲାଦେଶରେ ଭୁଶୁଡ଼ି ପଡ଼ୁଥିବା ଏକ ଅର୍ଥ ବ୍ୟବସ୍ଥା ଏହିସବୁ ସମସ୍ୟା ସୃଷ୍ଟି କରିବା ସ୍ବାଭାବିକ। ସେଠାରେ ଜିଡିପି ଅଭିବୃଦ୍ଧି ନିମ୍ନଗାମୀ ହୋଇଛି, ବୈଦେଶିକ ଋଣ ଅତ୍ୟଧିକ ବଢିଯାଇଛି। ୧୨ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ସବୁଠୁ ଶୀର୍ଷରେ ପହଞ୍ଚିଛି। ନିବେଶକଙ୍କ ବିଶ୍ୱାସ କମିବା ସହ ୫ ବର୍ଷ ମଧ୍ୟରେ ଶେୟାର ବଜାର ସବୁଠୁ ନିମ୍ନ ସ୍ତରକୁ ଖସିଛି। ଲୋକେ ଚାକିରି ହରାଉଛନ୍ତି ଏବଂ ସେମାନଙ୍କ ଜୀବନଶୈଳୀର ଅଧୋଗତି କଟରବାଦ ଓ ସାମାଜିକ ଅସ୍ଥିରତା ସୃଷ୍ଟିକରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏକ ମୁସଲମାନ ଦେଶ ଭାବେ ବାଂଲାଦେଶ ଏକଦା ଧର୍ମନିରପେକ୍ଷ ଗଣତନ୍ତ୍ରକୁ ଧାରଣ କରିଥିଲା। କୋଭିଡ୍‌-୧୯ ମହାମାରୀ ପର୍ଯ୍ୟନ୍ତ ଆର୍ଥିକ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଅଗ୍ରଗତି କରୁଥିଲା ଏବଂ ସାମାଜିକ ସ୍ଥିରତା ମଧ୍ୟ ରହିଥିଲା। କିନ୍ତୁ ବର୍ତ୍ତମାନ ଏହା ସେନା କଟକଣାରେ ଥିବା ଏକ ପ୍ରକାର ନିଷ୍କ୍ରିୟ ବ୍ୟବସ୍ଥାରେ ରହି ବିପଦ ମଧ୍ୟକୁ ଠେଲି ହୋଇଯାଇଛି। ଏଭଳି ସେନା ନିୟନ୍ତ୍ରଣ ଦୀର୍ଘଦିନ ହେଲା ପାକିସ୍ତାନକୁ ମଧ୍ୟ ସମସ୍ୟାରେ ପକାଇଛି ଏବଂ ତାହା ଏଥିରୁ ମୁକୁଳିବା ପାଇଁ ସଂଗ୍ରାମ ଜାରି ରଖିଛି।
ଏସବୁର ପରିଣାମ ସାରା ଅଞ୍ଚଳକୁ ପ୍ରଭାବିତ କରିବ। ବାଂଲାଦେଶର ତିନି ପାଖରେ ଭାରତର ସୀମା ରହିଛି ଏବଂ ଅନେକ ଲକ୍ଷ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଭାରତରେ ରହିଛନ୍ତି। ଏହା ଭାରତକୁ ଅତ୍ୟଧିକ ପ୍ରଭାବିତ କରିବ। ହସିନାଙ୍କ ଶାସନ ସମୟରେ ବାଂଲାଦେଶ ବିଶେଷକରି ଉଗ୍ରବାଦ ବିରୋଧୀ ଓ ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ଭାରତର ନିକଟତମ ସହଯୋଗୀ ଥିଲା। ସେ ଶାସନରୁ ହଟିଯିବା ହିଁ ଭାରତର ରଣନୀତିକ ସ୍ବାର୍ଥ ପ୍ରତି ଏକ ଶକ୍ତ ଝଟ୍‌କା। କ୍ଷତି ଭରଣା କରିବାକୁ ଭାରତ ସରକାର ଏବେ ଧୀରେ ଧୀରେ ଚେଷ୍ଟା କରୁଛନ୍ତି, ଯଥା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଉଗ୍ରବାଦୀ ଅନୁପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେଉଛନ୍ତି। ହାସିନାଙ୍କୁ କ୍ଷମତାରୁ ତଡ଼ିଦିଆଯିବା ଯୋଗୁ ସୃଷ୍ଟି ହୋଇଥିବା ବିପଦକୁ ଭାରତ ଉପଲବ୍ଧି କରିିପାରିଥିବାବେଳେ, ଆମେରିକା ଶାସନ ପରିବର୍ତ୍ତନକୁ ସମର୍ଥନ କରିଛି। କିନ୍ତୁ ଯଦି ବାଂଲାଦେଶ ଏବକାର ଧାରାରେ ଗତିକରେ, ତେବେ ଏକ ସ୍ବାଧୀନ, ମୁକ୍ତ, ସମୃଦ୍ଧ ତଥା ସ୍ଥାୟୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିଶ୍ଚିତ କରିବା ଲାଗି ନେଉଥିବା ପଦକ୍ଷେପକୁ ଏହା ଅଧିକ ଜଟିଳ କରିଦେବ। କେତେକେ ସତର୍କ କରି ଦେଇଛନ୍ତି ଯେ, ବାଂଲାଦେଶ ବିଶ୍ୱରେ ହିଂସା ଓ ସଂଘର୍ଷର ଆଉ ଏକ ଜ୍ୱଳନକେନ୍ଦ୍ର ପାଲଟିଯାଇପାରେ, ଯାହା ଦୂର ଦେଶଗୁଡ଼ିକର ଦୃଷ୍ଟି ଆକର୍ଷଣ କରିବ। ଆଉ ଯଦି ଅନ୍ତର୍ଜାତୀୟ ସମୁଦାୟ ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମୀୟ ସ୍ବାଧୀନତା ଏବଂ ଆଞ୍ଚଳିକ ସ୍ଥିରତାର ସୁରକ୍ଷା ପାଇଁ ଗଭୀର ଭାବେ ଚିନ୍ତା କରୁଛନ୍ତି, ତେବେ ବାଂଲାଦେଶର ଲଗାତର ଅଧୋଗତିକୁ ଆଉ ବେଶି ଦିନ ଅଣଦେଖା କରିପାରିବ ନାହିଁ।

ବ୍ରହ୍ମ ଚେଲାନି
ପ୍ରଫେସର, ଏମରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri