ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରାଖୀ ପ୍ରସ୍ତୁତି

ପୁରୀ,୮।୮(ଅଜିତ୍‌ କୁମାର ମହାନ୍ତି): ରକ୍ଷାବନ୍ଧନ ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନର ପର୍ବକୁ ଦର୍ଶାଇଥାଏ। ଏହି ପବିତ୍ର ବନ୍ଧନର ଝଲକ ଶ୍ରୀମନ୍ଦିରରେ ତଥା ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳିଥାଏ। ପବିତ୍ର ରକ୍ଷାବନ୍ଧନ ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତଥା ବଡ ଠାକୁର ବଳଭଦ୍ରଙ୍କ ଜନ୍ମଦିନ ପାଳନ କରାଯାଇଥାଏ। ଚଳିତ ମାସ ୯ ତାରିଖରେ ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ପର୍ବ ପାଳନ ହେବ। ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ରକ୍ଷା ବନ୍ଧନ ଅନନ୍ୟ।

ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ, ଦେବୀ ସୁଭଦ୍ରା ତାଙ୍କର ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ପରମ୍ପରାର ପବିତ୍ର ସମ୍ପର୍କକୁ ଦର୍ଶାଇ ଥାଆନ୍ତି। ଏଥିପାଇଁ ପାଟରା ବିଶୋଇ ସେବକମାନେ ରାଖୀ ପ୍ରସ୍ତୁତିରେ ଲାଗିଛନ୍ତି। ରାଖିପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ର ୨ଟି ଲେଖାଏ ରାଖୀ ଓ ୨ଟି ଲେଖାଏ ଗୁଆମାଳ ପରିଧାନ କରିଥାନ୍ତି ।

ପାଟରା ବିଶୋଇ ସେବକ ବାସୁଙ୍ଗା ପାଟରେ ରାଖୀ ଓ ଗୁଆମାନ ପ୍ରସ୍ତୁତ କରିଥାନ୍ତି। ପ୍ରାୟ ୧୫ କିଲୋ ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ସ୍ବତନ୍ତ୍ର ରାଖୀକୁ ଚିତାଲାଗି ଅମାବାସ୍ୟା ପରଠାରୁ ପ୍ରସ୍ତୁତ କରିଥାଆନ୍ତି ପାଟରା ସେବାୟତ। ତାହାକୁ ଭଉଣୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ବାନ୍ଧିଥାନ୍ତି। ନାଲି,ସବୁଜ,ହଳଦିଆ ଓ ନୀଳ ରଙ୍ଗର ଏହି ଗୁଆମାଳ ରାଖୀକୁ ମଧ୍ୟ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥାଏ। ମାଣିଆବନ୍ଧରେ ତିଆରି ହୋଇଥିବା ପାଟସୂତାରୁ ଏହି ରାଖୀକୁ ପାଟରା ସେବାୟତ ଶ୍ରଦ୍ଧା,ଭକ୍ତି ଓ ବିଶ୍ୱାସର ସହ ପ୍ରସ୍ତୁତ କରିଥାଆନ୍ତି।

ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ବଳଭଦ୍ର ବାଇଗଣୀ ଓ ନୀଳ ରଙ୍ଗର ଗୁଆମାଳ ପରିଧାନ କରନ୍ତି। ୫୪ଟି ଗୁଆରେ ଗୋଟିଏ ଲେଖାଏ ମାଳ ପ୍ରସ୍ତୁତ ହୋଇଥାଏ। ପାଟରା ବିଶୋଇ ସନ୍ତୋଷ କୁମାର ପାତ୍ରଙ୍କ କହିବା ଅନୁଯାୟୀ, ରାଖୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ୪ଟି ରାଖୀ, ୪ଟି ଗୁଆମାଳକୁ ନେଇ ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯିବ। ରାଖୀ ପ୍ରସ୍ତୁତି ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଥାଏ।

ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ପାଇଁ ୪ଟି ରାଖୀ ପ୍ରସ୍ତୁତ ହେଉଥିବାବେଳେ ପାଶର୍‌ବଦେବତାଙ୍କ ପାଇଁ ଛୋଟ ରାଖୀ ତିଆରି କରାଯାଇଥାଏ। ଗହ୍ମା ପୂର୍ଣ୍ଣିମା ସକାଳେ ଶ୍ରୀମନ୍ଦିରରୁ ଚର୍ଚ୍ଚା ଆସି ଡାକିଥାନ୍ତି। ଏହାପରେ ରାଖୀ ଏବଂ ଗୁଆମାଳ ଦୁଇଟି ତାଡ଼ରେ ଶ୍ରୀମନ୍ଦିରକୁ ଯାଇଥାଏ। ମହାପ୍ରଭୁଙ୍କ ନିମନ୍ତେ ରାଖୀ ପ୍ରସ୍ତୁତ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟ ମଣୁଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

‘ମୁଖ୍ୟମନ୍ତ୍ରୀ ବସ୍‌’ ଅଟକାଇ ଚାଳକଙ୍କୁ ଠେଙ୍ଗା ଦେଖାଇ ଧମକ: ଭିଡିଓ ଭାଇରାଲ୍‌ ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri