ଡେଙ୍ଗୁ ରୋଗୀ ଚିହ୍ନଟ, ପୌର ପ୍ରଶାସନ ବେଫିକର

ସୋନପୁର,୧୮।୮(ମୃତ୍ୟୁଞ୍ଜୟ ଶତପଥୀ): ନଦୀକୂଳିଆ ସହର ସୁବର୍ଣ୍ଣପୁରରେ ଏଡିସ୍‌ ମଶାଙ୍କ ବଂଶ ବୃଦ୍ଧି ପାଇଛି। ଗତ ୯ ତାରିଖରେ ସହରର ଗ୍ରୀଡକୋ ଅଞ୍ଚଳରେ ଜଣେ ୯ ବର୍ଷୀୟା ବାଳିକାଙ୍କୁ ଡେଙ୍ଗୁ ରୋଗ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେହିପରି ଜୁଲାଇ ମାସରେ ସୁବର୍ଣ୍ଣପୁର ସହରରେ ଜଣେ ଓ ଉଲୁଣ୍ଡାରେ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ବେଫିକର ଅଛି। ଦୂଷିତ ପରିବେଶ ଓ ଜମି ରହୁଥିବା ପାଣି ଯୋଗୁ ଏଡିସ୍‌ ମଶା ବଂଶ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ଏ ଦିଗରେ ସତର୍କ ରହିବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।
ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ ରଖିବା ପାଇଁ ପ୍ରାକ୍ତନ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ଉଦ୍ୟମ କରିଥିଲେ। ବ୍ୟବସାୟ ପ୍ରତିଷ୍ଠାନ ଓ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ ବାହାରେ ଏଣେତେଣେ ନ ଫୋପାଡି ଡଷ୍ଟବିନ୍‌ରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଜ୍ୟବସ୍ତୁ ପରିଚାଳନାକୁ ଅଧିକ କ୍ରିୟାଶୀଳ କରାଯାଇଥିଲା। କ୍ଲିନ୍‌ ସୁବର୍ଣ୍ଣପୁର ଅଭିଯାନର ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ବୁଲା ଗାଇଗୋରୁଙ୍କ ପାଇଁ ଗୋ ଶ୍ରଦ୍ଧା ଭଳି ଯୋଜନା ହୋଇଥିଲା। ତେବେ ଜିଲାପାଳଙ୍କ ବଦଳି ପରେ ଏହି ଅଭିଯାନ ବାଟବଣା ହୋଇଯାଇଛି। ଅଧିକାରୀ ଓ କର୍ମଚାରୀମାନେ ସଠିକ୍‌ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁନାହାନ୍ତି। ସହରର ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ଗଦା ଦେଖିବାକୁ ମିଳୁଛି। ଭୁବନେଶ୍ୱର ପଟୁ ସୁବର୍ଣ୍ଣପୁର ସହରକୁ ପ୍ରବେଶ ରାସ୍ତାର ଆରମ୍ଭରେ ରହିଛି ଆବର୍ଜନା ଗଦା। ତେଲନଦୀ ବ୍ରିଜ୍‌ ପାରି ହେବା ପରେ ଡାହାଣ ପାର୍ଶ୍ୱରେ ଗଦା ହେଉଛି ଆବର୍ଜନାର ପାହାଡ। ପୌର ପରିଷଦ ପକ୍ଷରୁ ନଦୀକୂଳରେ ଆବର୍ଜନା ଠୁଳ କରାଯାଉଛି। ଏହି ସ୍ଥାନରୁ ହିଁ ଆରମ୍ଭ ହୋଇଛି ରିଂ ରୋଡ। ଏହି ରିଂ ରୋଡ ଦେଇ ସୁବର୍ଣ୍ଣମେରୁ, ସୁରେଶ୍ୱରୀ ଓ ରାମେଶ୍ୱର ମନ୍ଦିରକୁ ଶ୍ରଦ୍ଧାଳୁମାନେ ଯାଇଥାନ୍ତି। ବୟସ୍କ ବ୍ୟକ୍ତିମାନେ ରିଂ ରୋଡରେ ପ୍ରାତଃଭ୍ରମଣ କରନ୍ତି। ତେବେ ପୂତିଗନ୍ଧମୟ ପରିବେଶ ଯୋଗୁ ବାହାର ଜିଲାରୁ ଆସୁଥିବା ପର୍ଯ୍ୟଟକ ନାକ ଟେକୁଛନ୍ତି। ଆବର୍ଜନାଗୁଡିକ ବର୍ଷାରେ ଓଦା ହେଲେ ଦୁର୍ଗନ୍ଧରେ ନାକ ଫାଟି ଯାଉଛି । ବର୍ଷା ହେଲେ ଏହି ବର୍ଜ୍ୟବସ୍ତୁ ସିଧାସଳଖ ତେଲନଦୀରେ ମିଶୁଛି। ନଦୀଜଳ ପ୍ରଦୂଷିତ ହେଉଛି। ନଦୀଜଳ ବ୍ୟବହାର କରୁଥିବା ଲୋକେ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ସହରର ନଳିନୀ ଛକ ନିକଟରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ଓ ମହାରାଜା ହାଇସ୍କୁଲ ପଛ ପାର୍ଶ୍ୱରେ ୭ରୁ ୮ ଦିନ ଧରି ଆବର୍ଜନା ଗଦା କରି ରଖାଯାଉଛି। ସେଗୁଡିକୁ ଟ୍ରାକ୍ଟରରେ କୁଲପଡାସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ନିଆଯାଉନି। ପୌରାଞ୍ଚଳର ରାମଜୀନଗର, ଉଦୟନଗର, ଗ୍ରୀଡ୍‌କୋ କଲୋନୀ, ଶାନ୍ତିନଗର, ବିବେକାନନ୍ଦ ନଗର, ରାମକୃଷ୍ଣ ନଗର, ପଟାଭାଡି, ମାଣିକେଶ୍ୱରୀ ପ୍ଲଟ ଓ ଗୋକର୍ଣ୍ଣେଶ୍ୱରପଡା ଆଦି ଅଞ୍ଚଳରେ ଏ ପର୍ଯ୍ୟନ୍ତ ବ୍ୟବସ୍ଥିତ ଭାବେ ଡ୍ରେନ୍‌ ନିର୍ମାଣ ହୋଇପାରିନି। ସେହିପରି ମଝିପଡା, ଥନାପତିପଡା, ବଡବଜାର, ଭଗବତୀପ୍ଲଟ, ଘୋଡା ଘାଟପଡା, ମାଳିପଡା, ଟିକିରିପଡା, ତରିଆପଡା, କୁମ୍ଭାରପଡା ଓ ଢେରାପଡା ଆଦି ଅଞ୍ଚଳରେ ଠିକ୍‌ ଭାବେ ଡ୍ରେନ୍‌ ସଫା ହେଉନି। ବିଭିନ୍ନ ସ୍ଥାନରେ ନର୍ଦ୍ଦମା ଜଳ ଜମା ହୋଇରହୁଛି। ଏହିସବୁ ସ୍ଥାନରୁ ମଶା ବଂଶ ବିସ୍ତାର ହେଉଛି। ମଶାଙ୍କ ପାଇଁ ସହରବାସୀ ଶାନ୍ତିରେ ରହି ପାରୁନାହାନ୍ତି । ମାତ୍ର ମଶା ଦମନ ପାଇଁ ପୌର ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ ହେଉନି । ଡେଙ୍ଗୁ ରୋଗ ଏଡିସ୍‌ ମଶା ଦ୍ୱାରା ବ୍ୟାପେ। ଏହି ମଶା ସାଧାରଣତଃ ସକାଳ ସମୟରେ ଓ ସନ୍ଧ୍ୟା ପୂର୍ବରୁ କାମୁଡେ। ସହରରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସାଧାରଣ ମ୍ୟାଲେରିଆ ରୋଗୀ ଏବେ ଆତଙ୍କିତ ହୋଇ ପଡୁଛନ୍ତି। ତେଣୁ ପୌର ପରିଷଦ ପକ୍ଷରୁ ସହର ମଝିରେ ସ୍ଥାନେ ସ୍ଥାନେ ଗଦା ହୋଇଥିବା ଅଳିଆ ଦୂର ସ୍ଥାନକୁ ହଟାଇବା ସହ ଡ୍ରେନ୍‌ଗୁଡିକୁ ନିୟମିତ ସଫା କରିବା ଓ ସମସ୍ତ ଓ୍ବାର୍ଡରେ ମଶା ଧୂଆଁ ପ୍ରୟୋଗ ପାଇଁ ସହରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?