ଶ୍ରମିକ ବଦଳରେ ମେଶିନ କାମ ସତ୍ତ୍ୱେ ସରୁନି ପ୍ରକଳ୍ପ

କେନ୍ଦ୍ରାପଡ଼ା, ୨୫ା୯ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାରେ କର୍ମନିଯୁକ୍ତି ଏକ ସମସ୍ୟା। ଶିଳ୍ପ ପ୍ରତିଷ୍ଠାନ ଅଥବା କୃଷିଭିତ୍ତିକ ଶିଳ୍ପ ନାହିଁ। ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଭିତ୍ତିଭୂମି ନ ଥିବାରୁ ଶ୍ରମ ପାଇଁ ଆଗ୍ରହୀ ଯୁବବର୍ଗ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଛନ୍ତି। ଅପରପକ୍ଷରେ ନିଜ ଅଞ୍ଚଳରେ ଶ୍ରମ ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏହି ଜିଲାରେ ଏକପ୍ରକାର ସ୍ଥାଣୁ ପାଲଟିଥିବା ଦେଖାଦେଇଛି। ବିଗତ ୩ବର୍ଷର ଅନୁମୋଦିତ ପ୍ରକଳ୍ପ ଓ ଏହାର କାର୍ଯ୍ୟ ସମ୍ପାଦନ ଶୈଳୀର ତଥ୍ୟ ଏହାକୁ ସ୍ପଷ୍ଟ କରିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୭୯,୭୫୨ଟି ପ୍ରକଳ୍ପର କାର୍ଯ୍ୟକାରୀ ପାଇଁ ନିଆଯାଇଥିଲା। କରୋନା ସଂକ୍ରମଣ କଟକଣା ସତ୍ତ୍ୱେ ଏହି ଆର୍ଥିକ ବର୍ଷରେ ୭୭,୫୦୧ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ରେକର୍ଡ ପରିମାଣ ୯୭.୧୮ ପ୍ରତିଶତ ସଫଳତା ମିଳିଥିଲା। ତେବେ ଏହା ପରଠାରୁ ପ୍ରକଳ୍ପ କାର୍ଯ୍ୟକାରିତାରେ ଜିଲା ପ୍ରଶାସନର ସ୍ଥାଣୁତା ଦେଖାଦେଇଛି। ୨୦୨୧- ୨୨ ଆର୍ଥିକ ବର୍ଷରେ ୧୩,୪୭୧ଟି ପ୍ରକଳ୍ପ ମଧ୍ୟରୁ ୩୨.୬୩ ପ୍ରତିଶତ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ୭,୮୭୧ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୧୨.୯୬ ପ୍ରତିଶତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହୋଇଛି। ଅଦ୍ୟାବଧି ଏହି ଆର୍ଥିକ ବର୍ଷର ୬,୮୫୧ ପ୍ରକଳ୍ପ ନିର୍ମାଣାଧୀନ ଅଛି। ସେହିପରି ଚଳିତ ୨୦୨୩- ୨୪ ଆର୍ଥିକ ବର୍ଷ ଆରମ୍ଭକୁ ଇତିମଧ୍ୟରେ ୬ ମାସ ଶେଷ ହେବାକୁ ବସିଛି। ତେବେ ଏହି ଆର୍ଥିକ ବର୍ଷ ପାଇଁ ୭୦୦୯ ପ୍ରକଳ୍ପ ଯୋଜନା ଅଧୀନରେ କାର୍ଯ୍ୟ ହେବାକୁ ଥିବା ବେଳେ ମାତ୍ର ୧.୭୩ ପ୍ରତିଶତ ଅର୍ଥାତ୍‌ ୧୨୧ଟି ପ୍ରକଳ୍ପ କାର୍ଯ୍ୟର ନିର୍ମାଣ ସରିଛି। ଚଳିତ ଆର୍ଥିକ ବର୍ଷର ଆରମ୍ଭରେ ଆଳି ବ୍ଲକ ଅଞ୍ଚଳର ୭୦୫ଟି, ଡେରାବିଶର ୬୭୨, ଗରଦପୁରର ୪୫୧, କେନ୍ଦ୍ରାପଡ଼ାର ୭୧୦, ମହାକାଳପଡ଼ାର ୭୭୪, ମାର୍ଶାଘାଇର ୫୫୬, ପଟ୍ଟାମୁଣ୍ଡାଇର ୧୩୧୪, ରାଜକନିକାର ୮୯୮ ଓ ରାଜନଗର ବ୍ଲକର ୯୨୯ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ମଞ୍ଜୁରି ମିଳିଥିଲା। ଏହି ସମୟ ଅବଧି ମଧ୍ୟରେ ଜିଲାର ଗରଦପୁର, ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ଅଞ୍ଚଳରେ ଗୋଟିଏ ହେଲେ ପ୍ରକଳ୍ପ କାର୍ଯ୍ୟ ସରିନାହିଁ। ସେହିପରି ଆଳି ଓ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦୁଇ ଅଙ୍କରେ ପହଞ୍ଚତ୍ ନାହିଁ। ସେହିପରି ଜିଲାର ୨,୦୧,୦୨୯ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ମାତ୍ର ୩୦୮ ଜଣଙ୍କୁ ଅଦ୍ୟାବଧି ୧୦୦ ଦିନର କାମ ଯୋଗାଇ ଦିଆଯାଇଛି।
ଏ ସମ୍ପର୍କରେ ଭରତପୁରର ଚିତ୍ତରଞ୍ଜନ ଦାସ, ଦେପୁରର ଜଗଦୀଶ ପତି, ଇନ୍ଦୁପୁରର ଦେବାଶିଷ ସାମଲ, ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି, କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଜିଲାରେ କର୍ମନିଯୁକ୍ତି ଏକ ସମସ୍ୟା। ଏଠାରେ ଶିଳ୍ପ ଅଥବା ଖଣି ନାହିଁ। ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ସଦାସର୍ବଦା ଲାଗି ରହିଛି। ଏ କ୍ଷେତ୍ରରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ ହୋଇଥିବା କେନ୍ଦ୍ରୀୟ ସରକାରୀ ଯୋଜନା ଶ୍ରମ ବଦଳରେ ଅର୍ଥକୁ ସୁଗମ ହେବା କଥା। ମାତ୍ର ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ଅବହେଳା ଜିଲାରେ ଦାଦନ ଶ୍ରମିକ ହେବା ପାଇଁ ଯୁବ ଶ୍ରମିକଙ୍କୁ ବାଧ୍ୟ କରୁଛି। ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ମଧ୍ୟ ବହୁ ଅସାମଞ୍ଜସ୍ୟ ରହିଛି। ଯୋଜନାର ସଫଳତା ପାଇଁ ଶ୍ରମିକଙ୍କ ମଜୁରି ବଢ଼ାଇବା ଆବଶ୍ୟକ। ସେହିପରି ଯୋଜନାରେ ଶ୍ରମିକ ବଦଳରେ ମେଶିନ ଦ୍ୱାରା କାର୍ଯ୍ୟ ହେଉଛି। ଏହାବ୍ୟତୀତ ଏହି ଯୋଜନାରେ ମାଟି ରାସ୍ତା ନିର୍ମାଣ ଓ ପୋଖରୀ ଖୋଳା କାର୍ଯ୍ୟ ରହିଛି। ସାମ୍ପ୍ରତିକ ସମୟରେ ମାଟି ରାସ୍ତା ଅଦରକାରୀ ହୋଇଥିବା ବେଳେ ପୋଖରୀ ଖନନରେ ମେଶିନର ବ୍ୟବହାର ସହଜ ହୋଇଛି। ସେହିପରି ଯୋଜନାରେ କାର୍ଯ୍ୟ ସାରିବା ପରେ ମଜୁରିକୁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡୁଥିବାରୁ ଶ୍ରମିକଙ୍କ ଆଗ୍ରହ କମୁଛି ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଏବେ ବର୍ଷା ଲାଗି ରହିଥିବାରୁ ଯୋଜନା କାର୍ଯ୍ୟକାରୀରେ ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଚଳିତବର୍ଷ ଏହି ଯୋଜନାରେ ବହୁ ପ୍ରକଳ୍ପ ନିର୍ମାଣ ହୋଇଛି। ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇ ନ ଥିବାରୁ ସଫଳତା ହାର କମ ରହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ରେକର୍ଡ ପରିମାଣର ସଫଳତା ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?