Posted inଜାତୀୟ

ବିରୋଧ ସତ୍ତ୍ୱେ ୨ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ 

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୩ଟି କୃଷି ବିଧେୟକ ମଧ୍ୟରୁ ୨ଟିକୁ ମଞ୍ଜୁରୀ ମିଳିଛି। କୃଷି ଉତ୍ପାଦନ ବ୍ୟବସାୟ ବିଧେୟକ-୨୦୨୦ ଏବଂ ମୂଲ୍ୟ ଅଶ୍ୱାସନ କୃଷି ସେବା ବିଧେୟକ-୨୦୨୦କୁ ରାଜ୍ୟ ସଭାରେ ମଞ୍ଜୁର କରାଯାଇଛି। ରାଜ୍ୟ ସଭାର କାର୍ଯ୍ୟକାଳ ଅପରାହ୍ନ ୧ଟା ଶେଷ ହୋଇଥାନ୍ତା। ତେବେ କୃଷି ବିଧେୟକର ଅନୁମୋଦନ ପାଇଁ ସମୟ ସୀମାକୁ ବଢ଼ାଯାଇଥିଲା। ବିରୋଧୀ ଦଳ ସଦସ୍ୟ ବିଧେୟକକୁ ବିରୋଧ କରି ରୁଲକ ବୁକ୍‌ ଚିରିବା ସହିତ ମାଇକ୍‌ ଭାଙ୍ଗି ଦେଇଥିଲେ। ଧ୍ୱନି ମତରେ ବିଧେୟକଗୁଡ଼ିକୁ ଅନୁମୋଦିତ କରାଯାଇଥିଲା। ଏହାପରେ ଗୃହର କାର୍ଯ୍ୟକାଳକୁ ସୋମବାର ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ବିଧେୟକକୁ ଉପସ୍ଥାପନ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ, ଏହି ବିଲ୍‌ କୃଷକଙ୍କ ଜୀବନରେ ବହୁ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବ। ଦେଶର ଯେକୌଣସି ସ୍ଥାନରେ ନିଜ ଉତ୍ପାଦିତ ଫସଲକୁ ବିକ୍ରି କରିବାର ସ୍ବାଧୀନତା କୃଷକମାନେ ପାଇପାରିବେ। ଏହା ସର୍ବନିମ୍ନ ସହାୟକ ମୂଲ୍ୟ ସହିତ କୌଣସି ସମ୍ପର୍କ ରଖେ ନାହିଁ ବୋଲି ତୋମାର କହିଛନ୍ତି। ଏହାକୁ ବିରୋଧ କରି ସିପିଆଇଏମ୍‌ର ଏମ୍‌ପି କେ.କେ. ରାଗେଶ କହିଲେ ଯେ, ସରକାର ଏହ ମାଧ୍ୟମରେ କର୍ପୋରେଟ କ୍ଷେତ୍ରଗୁଡ଼ିକ ପାଇଁ ପ୍ୟାକେଜ ଆଣିଛନ୍ତି। ତେବେ ଏହାଦ୍ୱାରା କୃଷକଙ୍କ କ୍ଷତି ହେବ। କଂଗ୍ରେସ ଏମ୍‌ପି ପ୍ରତାପ ସିଂ ବାଜଓ୍ବା କହିଲେ ଯେ, ଏହି ବିଲ୍‌ କୃଷକଙ୍କ ଆତ୍ମା ଉପରେ ଆକ୍ରମଣ କରିବ। ଏହା ସହମତି ମୃତ୍ୟ ପରଓ୍ବାନରେ ଦସ୍ତଖତ କରିବା ଭଳି। ବିଲ୍‌କୁ ନେଇ ଭାଜପା ଏମ୍‌ପି ଭୂପେନ୍ଦ୍ର ଯାଦବ କଂଗ୍ରେସକୁ ବିରୋଧ କରି କହିଥିଲେ ଯେ, ଗତ ୬୦ ବର୍ଷ ମଧ୍ୟରେ ଦେଶର କୃଷକଙ୍କ ପାଇଁ କଂଗ୍ରେସ କିଛି ବି କରି ନାହିଁ। କୃଷକ କଂଗ୍ରେସ ପାଇଁ କେବଳ ଭୋଟ ବ୍ୟାଙ୍କ ସାଜିଛନ୍ତି। ଏବେ ଭାଜପା ସରକାରକୁ କଂଗ୍ରେସ କେବଳ ବିରୋଧ କରିବା ଜାରି ରଖିଛି। ଏନେଇ ତୃଣମୂଳ କଂଗ୍ରେସ ଏମ୍‌ପି ଡେରେକ୍‌ ଓ ବାୟନ କହିଲେ ଯେ, ଭାଜପା ସରକାର କେବଳ ପ୍ରତିଶ୍ରୁତି ଦେଇଜାଣେ ମାତ୍ର ଏହାକୁ ପୂରଣ କରି ପାରେନା। ସୂଚନାଯୋଗ୍ୟ, ଏହି ୨ଟି କୃଷି ବିଧେୟକକୁ ପୂର୍ବରୁ ଲୋକ ସଭାରେ ମଞ୍ଜୁରୀ ମିଳି ସାରିଛି। ଏବେ ଏହାକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନେଲା ଭାଜପା

ସିର୍ସା,୨୫-୧୦: ହରିୟାଣା ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ଭାଜପା ପକ୍ଷରୁ ୨ ଜଣ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନିଆଯାଇଛି। ମୋଟ ୮...

ରାଜଧାନୀରେ ବନ୍ଦ ହେବ ହୋମ ଆଇସୋଲେଶନ: କରୋନା ପୀଡ଼ିତ ଯିବେ କ୍ୱାରାଣ୍ଟାଇନ ସେଣ୍ଟର

ନୂଆଦିଲ୍ଲୀ,୧୯।୬: ଦେଶରେ ବେଳକୁ ବେଳ କରୋନା ପୀଡ଼ିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଅସମ୍ଭାଳ ହୋଇ ପଡିଲାଣି। ଏହାକୁ...

ଦିଲ୍ଲୀବାସୀଙ୍କୁ ବିଶୁଦ୍ଧ ଜଳ, ଛାତ୍ରୀଙ୍କୁ ଇ-ସ୍କୁଟର

ନୂଆଦିଲ୍ଲୀ, ୧ା୨(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ୮ ଦିନ ବାକି ଥିବାବେଳେ ଭାଜପା ପକ୍ଷରୁ ଶୁକ୍ରବାର ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ନିର୍ବାଚନୀ ଇସ୍ତାହାରରେ ଭାଜପା...

ମହାରାଷ୍ଟ୍ର, କେରଳରେ ବଢ଼ୁଛି ସଂକ୍ରମଣ

ମୁମ୍ବାଇ/ନୂଆଦିଲ୍ଲୀ, ୧୩।୭: ମହାରାଷ୍ଟ୍ର ଏବଂ କେରଳରେ କରୋନା ଭୂତାଣୁର ‘ଆର୍‌’ ଫ୍ୟାକ୍ଟର (ସଂକ୍ରମଣ ହାର) ବଢ଼ୁଥିବାରୁ ଏହାର ଚିନ୍ତାର କାରଣ ହୋଇଛି। ଏହା ଉକ୍ତ ରାଜ୍ୟରେ...

ପ୍ରେମ ଓ ସହନଶୀଳତାରେ ପରିପୂର୍ଣ୍ଣ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧୨: ନୂଆବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ ସ୍ନେହ ଓ ସହନଶୀଳତା ଭିତ୍ତିକ ଏକ ସମାଜ ଗଠନ...

ପାଞ୍ଚ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଅଯୋଧ୍ୟା

ଲକ୍ଷ୍ନୌ,୧୩ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି । ମର୍ଯ୍ୟାଦା ପୁରୁଷ ରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଦୀପ ଜାଳି...

୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍‌ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍‌(ମହାବଲୀପୁରମ୍‌)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି।...

ବରଫ ଚାଦରରେ ଆଚ୍ଛାଦିତ ହେଲା ବଦ୍ରୀନାଥ

ଡେରାଡୁନ,୨୭।୧୨: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ତାପମାତ୍ରା ୪.୨ ଡିଗ୍ରୀ ଥିବା ବେଳେ ଉତ୍ତର ଭାରତରେ ଏହା ମାଇନସ...

Advertisement
Archives

Model This Week