ଚଢ଼ାଉ ସତ୍ତ୍ୱେ ବନ୍ଦ ହେଉନି ଗଞ୍ଜେଇ କାରବାର

ରାୟଗଡ଼ା(ସ୍ବ.ପ୍ର)/ରାୟଗଡା ଅଫିସ୨୫ା୪: ରାୟଗଡା ସହରଦେଇ ବ୍ୟବସାୟୀମାନେ ଗଞ୍ଜେଇ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ତଥା ରାଜ୍ୟ ବାହାରକୁ ଚୋରାଚାଲାଣ କରୁଥିବା ବେଳେ ସେମାନଙ୍କର ଅବକାରୀ ତଥା ସ୍ଥାନୀୟ ପୋଲିସକୁ ତିଳେମାତ୍ର ଭୟ ନ ଥିବା ଭଳି ଜଣାପଡୁଛି। ଜିଲାରେ ନିୟମିତ ଯାଞ୍ଚ କଡାକଡି ହେଉଥିଲେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଁ ନେଉଁନାହିଁ । ମାଫିଆ ତଥା ବ୍ୟବସାୟୀମାନେ ଜିଲା ଭିତରୁ ତଥା ପଡୋଶୀ ଜିଲାଗୁଡିକରୁ ବିପୁଳ ପରିମାଣର ଗଞ୍ଜେଇ ଆଣି ରାୟଗଡାରୁ ଟ୍ରେନ ତଥା ବସ, ଟ୍ରକ ଓ ଅନ୍ୟାନ୍ୟ ଉପାୟରେ ଅନ୍ୟ ରାଜ୍ୟଗୁଡିକୁ ଚାଲାଣ କରିବା ପାଇଁ ଅନେକ ସମୟରେ ଯୋଜନା କରୁଛନ୍ତି ।
ଜିଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୨୩ କେଜି ଗଞ୍ଜେଇ ଜବତ ହୋଇଛି ା ରାୟଗଡ଼ା ରେଞ୍ଜ କାର୍ଯ୍ୟାଳୟ ପାଖରୁ ୧୮କେଜି, ଜିଲା ମୋବାଇଲ ୟୁନିଟ ପକ୍ଷରୁ ୬୦କେଜି ଏବଂ ଗୁଣପୁର ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ୪୫ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ କମିଶନର ଆଶିଷ ସିଂ ଓ ଜିଲାପାଳ ସ୍ବଧା ଦେବ ସିଂଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ଉ କରାଯାଇଥିବା ରାୟଗଡ଼ା ରେଞ୍ଜ ଇନ୍ସପେକ୍ଟର ସୀମା କିରଣ ବେକ୍‌ ସୂଚନା ଦେଇଛନ୍ତି ା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ସ୍ଥାନୀୟ ବସଷ୍ଟାଣ୍ଡରେ ଜଣେ ବ୍ୟକ୍ତିଙ୍କଠାରୁ ଅବକାରୀ ଟିମ୍‌ ୧୮.୨୫୦ କେଜି ଗଞ୍ଜେଇ ଜବତ କରିଥିଲା। ସଂମ୍ପୃକ୍ତ ଯୁବକ ଗୁଜରାଟର ତରଙ୍ଗ କୁମାର ରାମଚନ୍ଦ୍ର କ୍ଷେତ୍ରୀଙ୍କୁ ଗିରଫ କରାଯାଇଥିଲା। ସେହିପରି ଜିଲା ମୋବାଇଲ ୟୁନିଟର ଇନ୍ସପେକ୍ଟର ହିତାଂଶୁ ଶେଖର ମଲିକଙ୍କ ନେତୃତ୍ୱରେ ରାୟଗଡ଼ା ରେଳ ଷ୍ଟେଶନ ଛକ ନିକଟରୁ ମହାରାଷ୍ଟ୍ରର ବାଲୁ ରାମଚନ୍ଦ୍ର ଚୌହାନ ନାମକ ଯୁବକଙ୍କଠାରୁ ୬୦ କେଜି ଗଞ୍ଜେଇ ଜବତ କରାଯାଇଛି ା ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ନଂ.୧୨ ଓ ୬/୨୩ରେ ମାମଲା ରୁଜୁ ସହ କୋର୍ଟ ଚାଲାଣ କରାଯାଇଥିବା ଇନ୍ସପେକ୍ଟର ବେକ୍‌ ସୂଚନା ଦେଇଛନ୍ତି। ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ସବଇନ୍ସପେକ୍ଟର କିଶୋର ଚନ୍ଦ୍ର ରଥ, ଏଏସଆଇ ସଂଗ୍ରାମ କେଶରୀ ପ୍ରଧାନ, କନେଷ୍ଟବଳ ପି.କିଶୋର,ସନ୍ତୋଷ ଗଉଡ,ଈଶ୍ୱର କାଡ୍ରକା,ଚନ୍ଦନ ପାଣି,ଅର୍ଜୁନ ମୁଣ୍ଡାଗଡିଆ,ସଂଜୟ ମାଝି ଓ ରୀନା ବାରିକ ପ୍ରମୁଖ ସାମିଲ ହୋଇଥିଲେ । ସେହପରି ଗୁଣପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ପ୍ରୀତିଧର ନାୟକଙ୍କ ନେତୃତ୍ୱରେ ଗୁଣପୁର ନୂଆ ବସଷ୍ଟାଣ୍ଡ ନିକଟରୁ ମହାରାଷ୍ଟ୍ରର ଅବିନାଶ ଚୌହାନ ନାମକ ଜଣେ ଯୁବକଙ୍କ ଠାରୁ ୪୫ କେଜି ଗଞ୍ଜେଇ ଜବତ କରାଯାଇଛି ା ଏ ନେଇ ନଂ.୮/୨୩ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?