ବାରମ୍ବାର ଦାବି ପରେ ବି ଗୁଡ଼ାରିରୁ ରାଜଧାନୀକୁ ଗଡ଼ୁନି ବସ୍‌

ଗୁଡାରି,୪।୩(ଡି.ଏନ୍‌.ଏ.) – ରାୟଗଡ଼ା ଜିଲାର ଗୁଡାରି ସହର ୧୯୭୨ରେ ଏନ୍‌ଏସି ମାନ୍ୟତା ପାଇଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଅନେକ ଶିକ୍ଷିତ ଯୁବତୀଯୁବକ ଅଛନ୍ତି। ଗୁଡ଼ାରି ଏନ୍‌ଏସି ଏବଂ ବ୍ଲକର ୯ ପଞ୍ଚାୟତକୁ ନେଇ ଏହି ଅଞ୍ଚଳ। ଉଚ୍ଚଶିକ୍ଷା, ନିଯୁକ୍ତି କିମ୍ବା ସାକ୍ଷାତ୍‌କାର ପରୀକ୍ଷା ପାଇଁ ବିଭିନ୍ନ ସମୟରେ ଭୁବନେଶ୍ବର ଯାଇଥାନ୍ତି। ପରିତାପର ବିଷୟ ଗୁଡାରିରୁ ଭୁବନେଶ୍ୱର ଯିବା ପାଇଁ ବସ୍‌ର ସୁବିଧା ନାହିଁ। ଅଞ୍ଚଳବାସୀ ୨୦ କି.ମି. ଦୂର ପଦ୍ମପୁର କିମ୍ବା ଗୁମୁଡ଼ା ଯାଇ ଭୁବନେଶ୍ୱର ବସ୍‌ ଧରିବାକୁ ପଡ଼ୁଛି। ତେଣୁ ଗୁଡାରି ସହରରୁ ଭୁବନେଶ୍ୱର, ବିଶାଖାପାଟଣା ଓ ଜୟପୁରକୁ ବସ୍‌ ଚଳାଚଳ ଏବଂ ଗୁଣପୁର-ଥେରୁବାଲି ରେଳପଥ ସମ୍ପ୍ରସାରଣ ନିମନ୍ତେ ସହରର ଯୁବଗୋଷ୍ଠୀ ‘ୟୁଥ୍‌ ଫର୍‌ ଚେଞ୍ଜ୍‌’ ପକ୍ଷରୁ ଦାବି ହୋଇଛି। ଏ ନେଇ ଏକ ଦସ୍ତଖତ ଅଭିଯାନ ଚାଲିଛି।
ପ୍ରକାଶଯୋଗ୍ୟ, ଗୁଡାରିରୁ ପଦ୍ମପୁର ଯିବା ପାଇଁ ଶେଷ ବସ୍‌ ସମୟ ହେଉଛି ସା ୫ଟା। ଏହାପରେ ଗୁଡାରିରୁ ବାହାରକୁ ଯିବା ପାଇଁ ବସ୍‌ ସୁବିଧା ନାହିଁ। ସେହିପରି ଭୁବନେଶ୍ୱରରୁ ଆସୁଥିବା ବସ୍‌ ଭୋର ୪ଟାରୁ ୫ଟା ମଧ୍ୟରେ ପଦ୍ମପୁରରେ ପହଞ୍ଚିଥାଏ। କିନ୍ତୁ ପଦ୍ମପୁରରୁ ଗୁଡାରି ଯିବା ପାଇଁ ପ୍ରଥମ ବସ୍‌ ସକାଳ ସାଢ଼େ ୭ଟାରେ ରହିଛି। ଫଳରେ ଯାତ୍ରୀ ତଥା ଛାତ୍ରୀଛାତ୍ର ବସ୍‌ଷ୍ଟାଣ୍ଡରେ ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ସ୍ବାସ୍ଥ୍ୟସେବା ପାଇଁ ଅଞ୍ଚଳବାସୀ ମୁଖ୍ୟତଃ ବିଶାଖାପାଟଣା ଉପରେ ନିର୍ଭର କରୁଛନ୍ତି। ଗମନାଗମନର ସମସ୍ୟା ଯୋଗୁ ଅନେକ ସମୟରେ ଅସୁବିଧା ଭୋଗୁଛନ୍ତି। ଏ ନେଇ ପୂର୍ବରୁ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗଙ୍କ ସମେତ ଅନ୍ୟ ରାଜନେତାଙ୍କୁ ଅଞ୍ଚଳବାସୀ ଜଣାଇଛନ୍ତି। ଏ ଦିଗରେ କୌଣସି ସୁଫଳ ମିଳିନାହିଁ। ଆଗକୁ ପୌର ନିର୍ବାଚନ ରହିଛି। ସହରର ଯୁବଗୋଷ୍ଠୀ ପୁଣି ଦାବିକୁ ଆଗକୁ ଆଣି ସମାଧାନ ଦାବି କରିଛନ୍ତି। ବୁଧବାର ଏବଂ ଗୁରୁବାର ଏହି ଅଭିଯାନ ଚାଲିଥିବାବେଳେ ଶୁକ୍ରବାର ଦାବି ଓ ସଂଗୃହୀତ ଦସ୍ତଖତକୁ ଗୁଡାରି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ। ସେହିପରି ଗୁଣପୁର-ଥେରୁବାଲି ରେଳପଥ ସମ୍ପ୍ରସାରଣ ନିମନ୍ତେ ସଂଗୃହୀତ ଦସ୍ତଖତ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯିବ। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଯୁବଗୋଷ୍ଠୀ କହିଛନ୍ତି।
ଏହି ଅଭିଯାନରେ ସହରର ଅନେକ ବୁଦ୍ଧିଜୀବୀ, ଛାତ୍ରୀଛାତ୍ର, ବିଡିଓ ନୃସିଂହ ଚରଣ ସେଠୀ, ତହସିଲଦାର ଭାରତୀ ଦେବୀ, ଥାନାଧିକାରୀ ସଞ୍ଜୟ କୁମାର ନାୟକ, ମେଡିକାଲ ଅଫିସର ଅରୂପାନନ୍ଦ ବେହେରା ଏବଂ ରାଜନେତା ସାମିଲ ହୋଇ ଦସ୍ତଖତ କରିଛନ୍ତି। ଜିଲା ବିଜେଡି ସଭାପତି ସୁଧୀର ଦାସ ମଧ୍ୟ ସାମିଲ ହୋଇ ପରିବହନ ମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଶୀଘ୍ର ରାଜଧାନୀକୁ ବସ୍‌ ସେବା ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri