ବାରମ୍ବାର ଦାବି ପରେ ବି ଗୁଡ଼ାରିରୁ ରାଜଧାନୀକୁ ଗଡ଼ୁନି ବସ୍‌

ଗୁଡାରି,୪।୩(ଡି.ଏନ୍‌.ଏ.) – ରାୟଗଡ଼ା ଜିଲାର ଗୁଡାରି ସହର ୧୯୭୨ରେ ଏନ୍‌ଏସି ମାନ୍ୟତା ପାଇଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଅନେକ ଶିକ୍ଷିତ ଯୁବତୀଯୁବକ ଅଛନ୍ତି। ଗୁଡ଼ାରି ଏନ୍‌ଏସି ଏବଂ ବ୍ଲକର ୯ ପଞ୍ଚାୟତକୁ ନେଇ ଏହି ଅଞ୍ଚଳ। ଉଚ୍ଚଶିକ୍ଷା, ନିଯୁକ୍ତି କିମ୍ବା ସାକ୍ଷାତ୍‌କାର ପରୀକ୍ଷା ପାଇଁ ବିଭିନ୍ନ ସମୟରେ ଭୁବନେଶ୍ବର ଯାଇଥାନ୍ତି। ପରିତାପର ବିଷୟ ଗୁଡାରିରୁ ଭୁବନେଶ୍ୱର ଯିବା ପାଇଁ ବସ୍‌ର ସୁବିଧା ନାହିଁ। ଅଞ୍ଚଳବାସୀ ୨୦ କି.ମି. ଦୂର ପଦ୍ମପୁର କିମ୍ବା ଗୁମୁଡ଼ା ଯାଇ ଭୁବନେଶ୍ୱର ବସ୍‌ ଧରିବାକୁ ପଡ଼ୁଛି। ତେଣୁ ଗୁଡାରି ସହରରୁ ଭୁବନେଶ୍ୱର, ବିଶାଖାପାଟଣା ଓ ଜୟପୁରକୁ ବସ୍‌ ଚଳାଚଳ ଏବଂ ଗୁଣପୁର-ଥେରୁବାଲି ରେଳପଥ ସମ୍ପ୍ରସାରଣ ନିମନ୍ତେ ସହରର ଯୁବଗୋଷ୍ଠୀ ‘ୟୁଥ୍‌ ଫର୍‌ ଚେଞ୍ଜ୍‌’ ପକ୍ଷରୁ ଦାବି ହୋଇଛି। ଏ ନେଇ ଏକ ଦସ୍ତଖତ ଅଭିଯାନ ଚାଲିଛି।
ପ୍ରକାଶଯୋଗ୍ୟ, ଗୁଡାରିରୁ ପଦ୍ମପୁର ଯିବା ପାଇଁ ଶେଷ ବସ୍‌ ସମୟ ହେଉଛି ସା ୫ଟା। ଏହାପରେ ଗୁଡାରିରୁ ବାହାରକୁ ଯିବା ପାଇଁ ବସ୍‌ ସୁବିଧା ନାହିଁ। ସେହିପରି ଭୁବନେଶ୍ୱରରୁ ଆସୁଥିବା ବସ୍‌ ଭୋର ୪ଟାରୁ ୫ଟା ମଧ୍ୟରେ ପଦ୍ମପୁରରେ ପହଞ୍ଚିଥାଏ। କିନ୍ତୁ ପଦ୍ମପୁରରୁ ଗୁଡାରି ଯିବା ପାଇଁ ପ୍ରଥମ ବସ୍‌ ସକାଳ ସାଢ଼େ ୭ଟାରେ ରହିଛି। ଫଳରେ ଯାତ୍ରୀ ତଥା ଛାତ୍ରୀଛାତ୍ର ବସ୍‌ଷ୍ଟାଣ୍ଡରେ ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ସ୍ବାସ୍ଥ୍ୟସେବା ପାଇଁ ଅଞ୍ଚଳବାସୀ ମୁଖ୍ୟତଃ ବିଶାଖାପାଟଣା ଉପରେ ନିର୍ଭର କରୁଛନ୍ତି। ଗମନାଗମନର ସମସ୍ୟା ଯୋଗୁ ଅନେକ ସମୟରେ ଅସୁବିଧା ଭୋଗୁଛନ୍ତି। ଏ ନେଇ ପୂର୍ବରୁ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗଙ୍କ ସମେତ ଅନ୍ୟ ରାଜନେତାଙ୍କୁ ଅଞ୍ଚଳବାସୀ ଜଣାଇଛନ୍ତି। ଏ ଦିଗରେ କୌଣସି ସୁଫଳ ମିଳିନାହିଁ। ଆଗକୁ ପୌର ନିର୍ବାଚନ ରହିଛି। ସହରର ଯୁବଗୋଷ୍ଠୀ ପୁଣି ଦାବିକୁ ଆଗକୁ ଆଣି ସମାଧାନ ଦାବି କରିଛନ୍ତି। ବୁଧବାର ଏବଂ ଗୁରୁବାର ଏହି ଅଭିଯାନ ଚାଲିଥିବାବେଳେ ଶୁକ୍ରବାର ଦାବି ଓ ସଂଗୃହୀତ ଦସ୍ତଖତକୁ ଗୁଡାରି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ। ସେହିପରି ଗୁଣପୁର-ଥେରୁବାଲି ରେଳପଥ ସମ୍ପ୍ରସାରଣ ନିମନ୍ତେ ସଂଗୃହୀତ ଦସ୍ତଖତ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯିବ। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଯୁବଗୋଷ୍ଠୀ କହିଛନ୍ତି।
ଏହି ଅଭିଯାନରେ ସହରର ଅନେକ ବୁଦ୍ଧିଜୀବୀ, ଛାତ୍ରୀଛାତ୍ର, ବିଡିଓ ନୃସିଂହ ଚରଣ ସେଠୀ, ତହସିଲଦାର ଭାରତୀ ଦେବୀ, ଥାନାଧିକାରୀ ସଞ୍ଜୟ କୁମାର ନାୟକ, ମେଡିକାଲ ଅଫିସର ଅରୂପାନନ୍ଦ ବେହେରା ଏବଂ ରାଜନେତା ସାମିଲ ହୋଇ ଦସ୍ତଖତ କରିଛନ୍ତି। ଜିଲା ବିଜେଡି ସଭାପତି ସୁଧୀର ଦାସ ମଧ୍ୟ ସାମିଲ ହୋଇ ପରିବହନ ମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଶୀଘ୍ର ରାଜଧାନୀକୁ ବସ୍‌ ସେବା ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୦ରୁ ଊର୍ଦ୍ଧ୍ୱ ଆହତ

ଖୋର୍ଦ୍ଧା ଅଫିସ,୩ା୭: ଖୋର୍ଦ୍ଧା ବାଘମାରୀ-ସିମୋର ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଛି ଏକ ଯାତ୍ରୀବାହୀ ବସ୍‌। ଉକ୍ତ ବସ୍‌ଟି ବାଙ୍କୀରୁ ଭୁବନେଶ୍ୱର ଆସୁଥିଲା। ଏହି...

କାଳବୈଶାଖୀ ପ୍ରଭାବରେ ୨୭ ଘଣ୍ଟା ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ

ସିଂହପୁର,୭ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ୍‌ ପବନ ବୋହିବା ସହିତ ମୂଷଳ ଧାରାରେ ଏକଘଣ୍ଟା ବର୍ଷା ହୋଇଥିଲା।...

ଲକ୍‌ଡାଉନ କଟକଣା: ଫିକା ପଡ଼ିଲା ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ

ବିଜେପୁର, ୧୩।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯) ବଶ୍ବବାସୀଙ୍କର ଆଖିରୁ ନିଦ ହଜାଇ ଦେଇଛି। ଏହା ଜନଜୀବନର ଜୀବିକା ସହ ସଂସ୍କୃତି, ପରମ୍ପରାକୁ ମଧ୍ୟ ବେଶ୍‌ ପ୍ରଭାବିତ କରିଛି।...

ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଢେଙ୍କାନାଳ ଅଫିସ/ରାସୋଳ (ଡି.ଏନ୍‌.ଏ.),୧୪।୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଗୁରୁବାର ଆରମ୍ଭ ହୋଇଛି ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ। ଥାନାଧିକାରୀ ବିଜୟ...

୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଦିଆଗଲା ପ୍ରୋତ୍ସାହନ ରାଶି

ଭଦ୍ରକ ଅଫିସ,୧୧।୪: ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାର ୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ...

ବାଲିପଦର ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଅସ୍ବାଭାବିକ ଆଚରଣ, ଭୂତ ଭୟ

ବୁଗୁଡା,୨୫ା୯(ଡି.ଏନ୍‌.ଏ.)- ରାଜ୍ୟର କେତେକ ବିଦ୍ୟାଳୟରେ ଏବେ ଭୂତ ଭୟ ଯୋଗୁ ଛାତ୍ରୀଛାତ୍ର ସ୍କୁଲକୁ ଆସୁ ନାହାନ୍ତି। ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...

ଆନ୍ଧ୍ର ନିର୍ବାଚନରେ ଓଡ଼ିଶା ପ୍ରାର୍ଥୀ, ଭୋଟର

ପାରଳାଖେମୁଣ୍ଡି,୭ା୨(ଡି.ଏନ୍‌.ଏ.): କୋଟିଆ ପରେ ବର୍ତ୍ତମାନ ଗଜପତି ଜିଲା ଗଙ୍ଗାବାଡର କେତେକ ଗ୍ରାମ ଉପରେ ଆନ୍ଧ୍ର ପକାଇଛି ଲୋଲୁପ ଦୃଷ୍ଟି। ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରିବା...

ହାତୀ ହାବୁଡରେ ପଡିଲେ ଶ୍ରମିକ: ପହଞ୍ଚିଲା ନାହିଁ ବନ ବିଭାଗ

ଲୋଇସିଂହା,୧୬।୫: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ନୁନିଆପାଲି ଗ୍ରାମରେ ରବିବାର ହାତୀ ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ହେମେନ୍ତ...

Advertisement
Archives

Model This Week