ଜାତୀୟ ରାଜପଥ ଅବରୋଧ, ରେଳ ରୋକୋ

ବଅଁରପାଳ/ ଢେଙ୍କାନାଳ ଅଫିସ,୪।୩(ଡି.ଏନ.ଏ.) – କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ଅନୁଗୋଳ ଜିଲାରେ ଶେଷ ହେଉ ନ ଥିବାରୁ ଏହାର ପ୍ରତିବାଦରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ନେତୃତ୍ୱରେ ଗୁରୁବାର ବଅଁରପାଳଠାରେ ଆନ୍ଦୋଳନ କରାଯାଇଥିଲା। ସକାଳୁ ସନ୍ତ୍ରୀ ଛକଠାରେ ଏମ୍‌ପିଙ୍କ ସହ ସ୍ଥାନୀୟ ବଜାର କମିଟିର ସଦସ୍ୟମାନେ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥରେ ଗାଡ଼ି ଚଳାଚଳ କେଇ ଘଣ୍ଟା ଧରି ଠପ୍‌ ହୋଇଯାଇଥିଲା। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବଜାର କମିଟି ପକ୍ଷରୁ କୁହାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଜିଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସେହିପରି ଏମ୍‌୍‌ପି ମହେଶ ସାହୁଙ୍କ ଅହ୍ବାନକ୍ରମେ ଢେଙ୍କାନାଳ ସକ୍ରିୟ ସଚେତନ ବିକାଶ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟରେ ଗୁରୁବାର ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ଯାଏ ରେଳରୋକୋ କରାଯାଇଥିଲା। ରେଲଓ୍ବେର ଅତିରିକ୍ତ ଆଞ୍ଚଳିକ ପ୍ରବନ୍ଧକ ବ୍ରଜେଶ କୁମାର ମିଶ୍ର, ଆର୍‌ପିଏଫ୍‌ ଅତିରିକ୍ତ କମିଶନର ସରୋଜ ଦାସ, ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ପ୍ରମୋଦ ଦଳବେହେରା, ସଦର ଏସ୍‌ଡିପିଓ ବିକାଶ ବେଉରା, ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର, ଡିଇଏମ୍‌ ସଞ୍ଜୟଦତ୍ତ ମୀନା ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। କ୍ରିୟାନୁଷ୍ଠାନ କମିଟି ଆବାହକ ରୁଦ୍ରାନ୍ତ ଦଳେଇ ଦାବିପତ୍ର ପ୍ରଦାନ କରିଥିଲେ। ଶିକ୍ଷାବିତ୍‌ ପ୍ରଫେସର ଭବାନୀ ଶଙ୍କର ମିଶ୍ର, ନିତ୍ୟାନନ୍ଦ ମିଶ୍ର, ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର, ପ୍ରସନ୍ନ ସାହୁ, ଯୋଗୀନାଥ ମହାନ୍ତି, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ, ବସ୍‌ ମାଲିକ ସଂଘର ରୁଦ୍ରନାରାୟଣ ତ୍ରିପାଠଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ପୋଡ଼ି ପାଉଁଶ ହେଲା ୩,୧୧୬ କିଲୋ ଗଞ୍ଜେଇ, NDPS ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋହନା, ୨୬।୬ (ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri