Odisha Elections 2024

ଆମେରିକାରେ ରହିବା ଲୋଭ: ନିଜ ସନ୍ତାନଙ୍କୁ ବର୍ଡରରେ ଛାଡି ଚାଲିଯାଉଛନ୍ତି ମାତାପିତା, ତିନି ବର୍ଷରେ ମାମଲାରେ ୨୩୩ ପ୍ରତିଶତ ବୃଦ୍ଧି…

ଓ୍ବାଶିଂଟନ,୧୬।୧୨ : ଆମେରିକାରେ ବସବାସ କରିବା ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଭାବରେ ବିବେଚନା କରାଯାଉଛି। ଏନେଇ ଲୋକଙ୍କୁ ଅନେକ କାଗଜପତ୍ର ଦେଇ ଯିବାକୁ ପଡିଥାଏ। ତଥାପି, ଅନେକ ଥର ଆବେଦନ ମଧ୍ୟ ପ୍ରତ୍ୟାଖ୍ୟାନ ହୋଇଥାଏ। ଭାରତରୁ ବହୁ ଲୋକ ବେଆଇନ ଭାବେ ଆମେରିକାରେ ଅନୁପ୍ରବେଶ କରୁଥିବା ହଜାର ହଜାର ମାମଲା ରହିଛ। ଏନେଇ ଆମେରିକା କର୍ତ୍ତୃପକ୍ଷ ଲୋକଙ୍କୁ ଅଟକ ରଖିଛନ୍ତି। ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବା ପାଇଁ ଲୋକମାନେ ଅନେକ କୌଶଳ ବ୍ୟବହାର କରିଥାନ୍ତି। ଯେଉଁଥିରୁ ଗୋଟିଏ ହେଉଛି ନିଜ ପିଲାମାନଙ୍କୁ ବର୍ଡରରେ ଛାଡି ଚାଲିଯିବା ଘଟଣା। ଏକ ରିପୋର୍ଟ ଅନୁଯାୟୀ, ତିନି ବର୍ଷ ମଧ୍ୟରେ ଏଭଳି ମାମଲାରେ ରେକର୍ଡ ବୃଦ୍ଧି ହୋଇଛି। ଏଭଳି ମାମଲା ସଂଖ୍ୟାରେ ୨୩୩ ପ୍ରତିଶତ ବୃଦ୍ଧି ହୋଇଛି।

ଯେଉଁ ମାତାପିତାମାନେ ଆମେରିକାରେ ବସବାସ କରିବାକୁ ଚାହାଁନ୍ତି ସେମାନେ ନିଜ ପିଲାମାନଙ୍କୁ ଆମେରିକାର ସୀମାରେ ଛାଡିଦିଅନ୍ତି ଯାହା ଦ୍ୱାରା ଆମେରିକୀୟ ଏଜେନ୍ସିମାନେ ସେମାନଙ୍କ ପିଲାମାନଙ୍କୁ ସେମାନଙ୍କ ହେପାଜତରେ ନେଇପାରିବେ। ଯେଉଁମାନେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରନ୍ତି ସେମାନେ ଜାଣନ୍ତି ଯଦି ସୀମାରେ ପିଲାମାନଙ୍କୁ ପରିତ୍ୟାଗ କରାଯାଏ, ତେବେ ଆମେରିକା ଏଜେନ୍ସି ସେମାନଙ୍କୁ ନେଇ ସୁରକ୍ଷିତ ରଖିବେ କାରଣ ପିଲାମାନେ ଗ୍ରୀନକାର୍ଡ ପାଇବା ସହଜ । ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷାର ତଥ୍ୟ ଅନୁଯାୟୀ, ୨୦୨୦ ରୁ ୨୦୨୩ ମଧ୍ୟରେ ବୋର୍ଡରେ ଶିଶୁଙ୍କ ପରିତ୍ୟାଗ ମାମଲା ୨୩୩ ପ୍ରତିଶତ ବୃଦ୍ଧି ପାଇଛି।

ଚଳିତ ଆର୍ଥିକ ବର୍ଷରେ ସୀମାନ୍ତରେ ଆମେରିକାର ଏଜେନ୍ସିଗୁଡିକ ୭୩୦ ଭାରତୀୟ ପିଲାଙ୍କୁ ପାଇଥିଲେ, ଯାହାକି ୨୦୨୦ ପରଠାରୁ ସର୍ବାଧିକ। କେବଳ ଚଳିତ ବର୍ଷ ଅକ୍ଟୋବରରେ ସୀମାରେ ୭୮ ପିଲା ମିଳିଥିଲେ, ସେଥିମଧ୍ୟରୁ ୭୩ ଜଣ ମେକ୍ସିକୋ ସୀମାରେ ମିଳିଥିଲେ। କାନାଡା ସୀମାରେ ପାଞ୍ଚ ଜଣ ଶିଶୁ ମିଳିଥିଲେ। ରିପୋର୍ଟ ଅନୁଯାୟୀ, ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ୧୦ ରୁ ୧୪ ବର୍ଷ ବୟସ ବର୍ଗରେ ଅଛନ୍ତି, କେବଳ ଏତିକି ନୁହେଁ, ଚାରି ବର୍ଷରୁ କମ ପିଲାମାନେ ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ଗୁଜରାଟ ପୋଲିସର ଜଣେ ଅଧିକାରୀ କହିଛନ୍ତି ଆମେରିକାର ପିଲାମାନେ ସହଜରେ ଗ୍ରୀନକାର୍ଡ ପାଆନ୍ତି ଏବଂ କେତେକ କ୍ଷେତ୍ରରେ ପିଲାମାନଙ୍କୁ ପ୍ରଥମେ ଆମେରିକା ପଠାଯାଏ ଏବଂ ସେମାନଙ୍କ ମାତାପିତା ତା’ପରେ ଯାଇ ଆଶ୍ରୟ ନେଇଥାନ୍ତି। ଖବର ଅନୁଯାୟୀ, ଉତ୍ତର ଗୁଜରାଟର ମେହସାନା ଏବଂ ଗାନ୍ଧିନଗର ଜିଲାର ମାନବ ଚାଲାଣକାରୀମାନେ ପିଲାମାନଙ୍କୁ ଆମେରିକା ପଠାନ୍ତି, ଯାହାକି ସେମାନଙ୍କ ମାତାପିତାଙ୍କୁ ଆମେରିକାରେ ବସବାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ରିପୋର୍ଟ ଅନୁଯାୟୀ, ବେଳେବେଳେ ପିଲାମାନଙ୍କର ମାତାପିତା ବେଆଇନ ଭାବେ ଆମେରିକା ଯାଇ ନିଜ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରନ୍ତି। ଏଥିପାଇଁ ସେମାନେ ଅନ୍ୟ ଅବୈଧ ପ୍ରବାସୀମାନଙ୍କ ସହ ମିଳିତ ହୁଅନ୍ତି ଯେଉଁମାନେ ଆମେରିକା ସୀମାରୁ ପିଲାମାନଙ୍କୁ ଆଣିଥାନ୍ତି। ଥରେ ଏହି ପିଲାମାନଙ୍କୁ ଆମେରିକାର ଏଜେନ୍ସି ଦ୍ୱାରା ସେମାନଙ୍କ ହେପାଜତକୁ ନିଆଯିବା ପରେ ଆମେରିକାର ମାତାପିତା କିମ୍ବା ସମ୍ପର୍କୀୟମାନେ ଓକିଲଙ୍କ ସହାୟତା ନିଅନ୍ତି। ଓକିଲଙ୍କ ଦ୍ୱାରା ସେମାନଙ୍କ ପାଇଁ ଆମେରିକାରେ ବେଆଇନ ଭାବରେ ବସବାସ କରିବା ସହଜ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ...

ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ...

ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର...

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri