Posted inଜାତୀୟ

କଂଗ୍ରେସକୁ ବଡ଼ ଝଟ୍‌କା: ୫କାଉନସିଲର ଛାଡିଲେ ହାତ

ଚଣ୍ଡିଗଡ଼,୨୭।୪: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଆମ ଆଦମୀ ପାର୍ଟି(ଏଏପି)ର ପରିସର ଏବେ ବୃଦ୍ଧି ପାଇବାରେ ଲାଗିଛି। ଡେରା ବାସି ମ୍ୟୁନିସିପାଲିଟିର ୫ଜଣ କାଉନସିଲର ଏଏପିରେ ଯୋଗଦେଇଛନ୍ତି। ଡେରା ବାସିର ଏଏପି ବିଧାୟକ କୁଲଜିତ୍‌ ରାନ୍ଧୱା ଏନେଇ ଦାବି କରିଛନ୍ତି। କୁଲଜୀତ ରନ୍ଧଓ୍ବାଙ୍କ ସହ ୫ଜଣ କାଉନ୍‌ସିଲରଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ କଂଗ୍ରେସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସ କହିଛି ଯେ, ଏହି କାଉନସିଲରମାନେ ଏକ ସାମାଜିକ କାର୍ଯ୍ୟକ୍ରମ ପାଇଁ ବିଧାୟକଙ୍କ ସହ ନଜର ଆସିଥିଲେ। କିନ୍ତୁ ଯେଉଁ ଫଟୋ ଏବେ ସାମ୍ନାକୁ ଆସିଛି ସେଥିରେ କଂଗ୍ରେସ କାଉନସିଲର ହରଜିତ ସିଂ, ନେହା ଶର୍ମା, ରେଣୁୁ ନେହେରୁ ଏବଂ ଅଜିତ ପାଲଙ୍କ ବେକରେ ଏଏପି ପାର୍ଟିର ପ୍ରତୀକ ମଫଲରକୁ ଦେଖିବାକୁ ମିଳିଛି। ଅପରପକ୍ଷେ ଡେରା ବାସିର ବିଧାୟକ କହିଛନ୍ତି, ସମସ୍ତ ୫ଜଣ କାଉନସିଲର ଏଏପିରେ ଯୋଗ ଦେଇଛନ୍ତି। ମିଳିତ ଭାବେ ଆମେ ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ କରିବୁ ବୋଲି କୁଲଜିତ ରନ୍ଧଓ୍ବା କହିଛନ୍ତି। ସୂଚାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅନେକ କଂଗ୍ରେସ ନେତା ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ଏହାପୂର୍ବରୁ ଅମୃତସରରେ ମଧ୍ୟ କଂଗ୍ରେସ ଦଳର ଅନେକ କାଉନସିଲର ଏଏପିରେ ଯୋଗଦେଇଥିଲେ। ବର୍ତ୍ତମାନ ଆଉ କେତେକ ସ୍ଥାନରେ ବି ସମାନ ଘଟଣା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ହଟ୍ଟଗୋଳ ହେବାରୁ ଗୃହକୁ ଆସନ୍ତା କାଲି ଦିନ ୨ଟା ପର୍ଯ୍ୟନ୍ତ ମୁଲତବି...

କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଘରେ ଘରେ ପହଞ୍ଚିବ ଟିକା

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ଭାଇରସ ଟିକାକରଣକୁ ନେଇ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଏହି ଟିକାକରଣ ପାଇଁ ପ୍ରାୟ ୯୬ ହଜାର କର୍ମୀଙ୍କୁ ପ୍ରଶିକ୍ଷଣ...

ୟୁକ୍ରେନ ସଙ୍କଟ: ସଂଯମତା ପାଇଁ ଭାରତର ନିବେଦନ

ନୂଆଦିଲ୍ଲୀ,୨୨ ।୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ମଙ୍ଗଳବାର ଭାରତୀୟ ସମୟ ସକାଳ ପ୍ରାୟ ୭ଟା ୩୦ରେ ଆୟୋଜିତ ହୋଇଛି ମିଳିତ...

ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା କଲେ ବିବାହ

ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ଘଟିଛି ଏକ ନିଆରା ଘଟଣା। ଏଠାରେ ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା...

ବିନୟ କ୍ୱାତ୍ରା ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ,୪।୪: ନେପାଳରେ ଭାରତର ରାଷ୍ଟ୍ରଦୂତ ଥିବା ବିନୟ ମୋହନ କ୍ୱାତ୍ରାଙ୍କୁ ସୋମବାର କେନ୍ଦ୍ର ସରକାର ନୂଆ ବୈଦେଶିକ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନର...

ଇରାନରୁ ଫେରିଲେ ୪୪ ଭାରତୀୟ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୩(ପି.ଟି.): କରୋନା ସଂକ୍ରମିତ ଇରାନରୁ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଭାରତୀୟ ପର୍ଯ୍ୟଟକ ଫେରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନ ଏୟାରର ଏକ ବିମାନରେ...

୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ ଟେଷ୍ଟ ମ୍ୟାଚ ଦେଖିବେ ମୋଦି: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ,୯ ।୩: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚର ଆୟୋଜନ ହେବାକୁ ଯାଉଛି । ଏହାର ବିଶେଷତ୍ୱ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives

Model This Week