ଅବପାତର ରୂପ ନେଇପାରେ ଲଘୁଚାପ

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା):ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ତଥା ପାଶର୍‌ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପର ରୂପ ନେବ। ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ଆଇଏମ୍‌ଡିର ବିଭିନ୍ନ ମଡେଲ ପୂର୍ବାନୁମାନ କରିଛି। ଏହା ପ୍ରଭାବରେ ରାଜ୍ୟରେ ଅକ୍ଟୋବର ପହିଲାରୁ ଭାରି ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପରିମାଣ କମ୍‌ ରହିବ। ରବିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ତଥା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। ତାଳଚେରରେ ସର୍ବାଧିକ ୩୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ ୨୬.୩, ନବରଙ୍ଗପୁର ୧୮.୨ ଓ ପାରଳାଖେମୁଣ୍ଡି ୧୧.୪ ମିମି ଓ ଅନ୍ୟ ୧୩ ସହରରେ ୧୦ ମିମି ମଧ୍ୟରେ ବର୍ଷା ହୋଇଛି। ତେବେ ସୋମବାର ରାଜ୍ୟର ୧୧ ଜିଲାରେ ବଜ୍ରପାତ ସହ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲାକୁ ୟେଲୋ ୱାର୍ର୍ନିିଂ ଜାରି ହୋଇଛି। ଏହି ସବୁ ଜିଲାର ସ୍ଥାନେ ସ୍ଥାନେ ବର୍ଷା ପରିମାଣ ୭ରୁ ୧୧ ସେଣ୍ଟିମିଟର ଯାଏ ରହିବ ବୋଲି କୁହାଯାଇଛି।
ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ କରିବା ନେଇ ପାଗ ଅନୁକୂଳ ରହିଛି। ରାଜସ୍ଥାନର ପଶ୍ଚିମାଞ୍ଚଳରୁ ଏହି ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ ଓ ଅକ୍ଟୋବର ସୁଦ୍ଧା ରାଜ୍ୟରୁ ମୌସୁମୀ ଅପସାରିତ ହୋଇଯିବ ବୋଲି ଆକଳନ କରାଯାଇଛି।
ରାଜ୍ୟରେ ଏବେ ସୁଦ୍ଧା ୧୦୮୪.୧ ମିମି ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ଏହା ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ୍‌ ଅର୍ଥାତ୍‌ ଏହା ପ୍ରାୟ ସ୍ବାଭାବିକ ପରିସରଭୁକ୍ତ ବୋଲି କୁହାଯାଇଛି। ଏବେ ସୁଦ୍ଧା ଅନୁଭୂତ ବର୍ଷା, ସମ୍ପୂର୍ଣ୍ଣ ମୌସୁମୀ ଋତୁର ସ୍ବାଭାବିକ ବର୍ଷାର ପାଖାପାଖି ୯୪ ପ୍ରତିଶତ ଭରଣା କରି ସାରିଛି। ଢେଙ୍କାନାଳ, ବୌଦ୍ଧ ଓ ଝାରସୁଗୁଡ଼ାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ନବରଙ୍ଗପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରେ ଅଭାବୀ ବର୍ଷା ଓ ଅନ୍ୟ ୨୪ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍‌ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ: ରାନୀତିରେ ହଲଚଲ

ଚେନ୍ନାଇ,୧୧।୫: ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ…

ଆକ୍ସନ ମୋଡ୍‌ରେ ଶୁଭେନ୍ଦୁ ସରକାର: କଲେ ବଡ ଘୋଷଣା

କୋଲକାତା,୧୧।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ ପ୍ରଶାସନ…

ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ହତ୍ୟା: ତେଜିଲା ପ୍ରତିବାଦ, ବାଇକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରାୟଗଡ଼ା,୯।୫: ରାୟଗଡ଼ାର ନିଖିଲ ହାଡ଼ିପାଙ୍କୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ସହରରେ ଚାପା ଉତ୍ତେଜନା ଦେଖାଦେଇଛି। ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକେ ରାୟଗଡ଼ା ଥାନା ଆଗରେ…

RCBକୁ ଜିତାଇବା ପରେ ମଧ୍ୟ କାନ୍ଦିଲେ କ୍ରୁନାଲ ପାଣ୍ଡ୍ୟା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: IPL ୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଭାବପ୍ରବଣତା, ଉତ୍ସାହ ଏବଂ ଅବିସ୍ମରଣୀୟ ମୁହୂର୍ତ୍ତରେ ପରିପୂର୍ଣ୍ଣ ଥିଲା। ଶେଷ…

ପର୍ନ ଷ୍ଟାରଙ୍କ ସହ କୋହଲି! ଫଟୋ ଭାଇରାଲ୍‌ ପରେ କ୍ରିକେଟ୍‌ ଜଗତରେ…

ନୂଆଦିଲ୍ଲୀ,୧୧।୫: ଆଜିକାଲି ବିରାଟ କୋହଲି IPL ୨୦୨୬ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିବାର ଦେଖାଯାଉଛି। ପୂରା ସିଜିନରେ କୋହଲି ଦମଦାର ଫର୍ମରେ ଅଛନ୍ତି। ଏହା…

ଅନ୍‌ଲାଇନ୍‌ ଟ୍ରେଡିଂ ନାମରେ ଠକେଇ, ଆନ୍ଧ୍ରରୁ ଗିରଫ ହେଲେ ମାଷ୍ଟରମାଇଣ୍ଡ୍‌

କୋରାପୁଟ,୧୧ା୫(ଅମିତାଭ ବେହେରା): ଅନ୍‌ଲାଇନ୍‌ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା ଘଟଣାରେ…

ଭବାନୀପାଟଣାରେ ବର୍ଷିଲେ ମୋକିମ, କହିଲେ ମୁଁ କୌଣସି ଗଡ଼କୁ ବିଶ୍ୱାସ କରେନି

ଭବାନୀପାଟଣା,୧୧ା୫(ଉତ୍ତମ ଦାଶ): କଳାହାଣ୍ଡିର ବିକାଶ ନାଁରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସୋମବାର ଏକ ବିଶାଳ ସମାବେଶ ଆୟୋଜନ କରାଯାଇଛି। ଭବାନୀପାଟଣାରେ ଆୟୋଜିତ ଏହି ସମାବେଶରେ ପିସିସି…

ମୁଖ୍ୟମନ୍ତ୍ରୀ ହେଉ ହେଉ ପ୍ରଥମ କ୍ୟାବିନେଟ ବୈଠକରେ ୬ ବଡ଼ ନିଷ୍ପତ୍ତି ନେଲେ ଶୁଭେନ୍ଦୁ, ଯାହା କରି ନଥିଲେ ଦିଦି କରି ଦେଖାଇବେ ଅଧିକାରୀ

କୋଲକାତା,୧୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri