ସ୍ବାମୀ-ପୁଅଙ୍କୁ ଛାଡି ପ୍ରେମିକଙ୍କ ସହ ଯାଇଥିଲେ, ମାଟିତଳୁ ମିଳିଲା ମୃତଦେହ

ଦେବଗଡ,୫।୩: ସ୍ବାମୀ ଓ ପୁଅକୁ ଛାଡି ପ୍ରେମିକ ସହ ଫେରାର ହୋଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଏରୁଣ୍ଡି ଡେଇଁଥିଲେ, ସିଏ ସାଜିଲା ହତ୍ୟାକାରୀ। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା କରଛନ୍ତି। ଏପରି ବୀଭତ୍ସ ହତ୍ୟାକାଣ୍ଡ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗ ପରେ ପୋଲିସ ହତ୍ୟାକାରୀ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।

ସମ୍ବଲପୁର ଜିଲା ନାକଟିଦେଉଳ ଥାନା ବଡଖୋଲ ଗାଁର ଏହି ମହିଳାଜଣକ କିସିଣ୍ଡା ଥାନା ବଳମ ଗାଁର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ସ୍ବାମୀ ଓ ପୁଅ ଥାଉ ଥାଉ ମହିଳାଜଣକ ଜଣକ କିସିଣ୍ଡା ଥାନା ବଲାସିଙ୍ଘା ଗାଁର ଜଣେ ଯୁବକଙ୍କୁ ପ୍ରେମରେ ପଡିଥିଲେ। ଉଭୟ ୨ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ପ୍ରେମ ସମ୍ପର୍କ ପ୍ରଘଟ ହୋଇଯିବା ସନ୍ଦେହ କରି ମହିଳାଜଣକ ସ୍ବାମୀ ଓ ପୁଅକୁ ଛାଡି ପ୍ରେମିକଙ୍କ ପାଖକୁ ପଳାଇ ଆସିଥିଲେ।

ପ୍ରେମିକ ପ୍ରମୋଦଙ୍କ ସହ ମହିଳାଜଣକ ଘର ଭଡା ନେଇ ବିଭିନ୍ନ ଅଞ୍ଚଳରେ ରହୁଥିଲେ। ହେଲେ ପରବର୍ତ୍ତୀ ସମୟରେ ସନ୍ଦେହର ଝଡ ନୂଆ ପ୍ରେମପକ୍ଷୀଙ୍କ ଘରକୁ ଉଜାଡି ଦେଇଥିଲା। ଥରେ ବିଳମ୍ବିତ ରାତିରେ ମହିଳାଜଣକ ଶୋଇଥିବାବସ୍ଥାରେ ତାଙ୍କ ପ୍ରେମିକଜଣକ ଏକ ସାଲରେ ବେକରେ ଗୁଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ମହିଳାଙ୍କ ମୃତଦେହକୁ ଗାଁଠାରୁ ୫୦ ମିଟର ଦୂରରେ ଥିବା ଏକ ଖେଳ ପଡିଆରେ ଗାତ ଖୋଳି ପୋତି ଦେଇଥିଲେ। ଏଥିରେ ପ୍ରେମିକଙ୍କ ବାପା , ଘର ମାଲିକ ଓ ତାଙ୍କ ପୁଅ ସାହାର୍ଯ୍ୟ କରିଥିଲେ।

ଗତ ଶୁକ୍ରବାର ଅପରାହ୍ନରେ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ମାଟି ଖୋଳି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରେ ମହିଳାଙ୍କ ପରିଚୟ ଜାଣିପରି ପୋଲିସ ଅପରାଧୀଙ୍କ ଖୋଜିବା ପାଇଁ ତଦନ୍ତ ଜାରି ରଖିଥିଲା। ତଦନ୍ତରେ ମହିଳାଙ୍କ ପ୍ରେମିକଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

୪୬ ଛୁଇଁବ ତାତି, ୧୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୪: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିକା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri