Posted inଖେଳ

ଦେଓଧର ଟ୍ରଫି: ପରାଗଙ୍କ ଶତକରେ ଫାଇନାଲରେ ପୂର୍ବାଞ୍ଚଳ

ପୁଡୁଚେରୀ,୨ା୮(ପି.ଟି.): ରିୟାନ୍‌ ପରାଗଙ୍କ ଶତକ ଓ ମଣିଶଙ୍କର ମୁରା ସିଂଙ୍କ ୫ ଉଇକେଟ ସଫଳତା ବଳରେ ପଶ୍ଚିମାଞ୍ଚଳକୁ ୧୫୭ ରନ୍‌ରେ ପରାସ୍ତ କରି ଦେଓଧର ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ପୂର୍ବାଞ୍ଚଳ। ପ୍ରଥମେ ବ୍ୟାଟିଂ କରି ରିୟାନ ପରାଗଙ୍କ ଶତକ, ଉତ୍କର୍ଷ ସିଂ ଓ କୁମାର କୁଶାଗ୍ରଙ୍କ ଅର୍ଦ୍ଧଶତକ ବଳରେ ପୂର୍ବାଞ୍ଚଳ ୫୦ ଓଭରରେ ୭ ଉଇକେଟ ହରାଇ ୩୧୯ ରନ୍‌ କରିଥିଲା। ଜବାବରେ ପଶ୍ଚିମାଞ୍ଚଳ ମାତ୍ର ୧୬୨ ରନ୍‌ରେ ଅଲଆଉଟ ହୋଇଥିଲା। ମଣିଶଙ୍କର ମୁରା ସିଂ ୫ ଉଇକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୂର୍ବାଞ୍ଚଳ ପକ୍ଷରୁ ଅଭିମନ୍ୟୁ ଈଶ୍ୱରନ୍‌(୩୮) ଓ ଉତ୍କର୍ଷ ସିଂ (୫୦) ଓପନିଙ୍ଗ ଯୋଡିରେ ୫୮ ରନ୍‌ ଯୋଡିଥିଲେ। ଅର୍ଜନ ନାଗ୍ବସ୍ବଲାଙ୍କ ବଲରେ ଈଶ୍ୱରନ୍‌ ଆଉଟହେବା ପରେ ବିରାଟ ସିଂ (୪୨)ଙ୍କୁ ସାଥୀ କରି ଦଳୀୟ ସ୍କୋର ୧୨୩ରେ ପହଞ୍ଚାଇଥିଲେ ଉତ୍କର୍ଷ। ୫୨ ବଲ୍‌ ଖେଳି ୭ ଚୌକା ଓ ୧ ଛକା ସହିତ ୫୦ ରନ୍‌ କରି ସେ ପ୍ୟାଭିଲିୟନ ଫେରିଥିଲେ। ପରବର୍ତ୍ତୀ ୨୦ ରନ୍‌ ମଧ୍ୟରେ ବିରାଟ ଓ ରିଷଭ ଦାସ ୬ ରନ୍‌ କରି ଆଉଟ ହୋଇଥିଲେ। ଅଧିନାୟକ ସୌରଭ ତିଓ୍ବାରୀ ମାତ୍ର ୧୩ ରନ୍‌ କରି ପଞ୍ଚମ ଖେଳାଳି ଭାବରେ ଆଉଟ ହୋଇଥିଲେ। ତେବେ ରିୟାନ ପରାଗ ଆଉ ଏକ ଦ୍ରୁତ ଶତକ ହାସଲ କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ଦ୍ୱିତୀୟ ଶତକ ହାସଲ କରିଥିବା ରିୟାନ ଷଷ୍ଠ ଉଇକେଟରେ କୁମାର କୁଶାଗ୍ର(୫୩)ଙ୍କ ସହିତ ୧୫୦ ରନ୍‌ ଯୋଡିଥିଲେ। କୁଶାଗ୍ର ୪୭ ବଲ୍‌ ଖେଳି ୪ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ପରାଗ ୬୮ ବଲ୍‌ ଖେଳି ୬ ଚୌକା ଓ ୫ ଛକା ମାରିଥିଲେ। ପଶ୍ଚିମାଞ୍ଚଳ ପକ୍ଷରୁ ସାମ୍ସ ମୁଲାନୀ ୩ ଉଇକେଟ ନେଇଥିବା ବେଳେ ଅତୀତ ସେଠ୍‌ ଓ ଅର୍ଜନ ନାଗ୍ବସ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୩୨୦ ରନ୍‌ର ପିଛା କରୁଥିବା ପଶ୍ଚିମାଞ୍ଚଳ ପକ୍ଷରୁ ହାର୍ଭିକ ଦେଶାଇ ୯୨ ରନ୍‌ କରିଥିବା ବେଳେ ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦଳ ୩୪ ଓଭରରେ ସମସ୍ତ ଉଇକେଟ ହରାଇ ୧୬୨ ରନ୍‌ କରିଥିଲା। ଦେଶାଇ ୯୨ ବଲ ଖେଳି ୧୩ ଚୌକା ଓ ୨ ଛକା ମାରିଥିଲେ। ମଣିଶଙ୍କର ମୁରା ସିଂ ୫ ଉଇକେଟ ନେଇଥିବା ବେଳେ ଉତ୍କର୍ଷ ସିଂ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକାଶ ଦୀପ୍‌ ଓ ଶାହବାଜ ଅହମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପୂର୍ବାଞ୍ଚଳ ୫୦ ଓଭରରେ ୩୧୯/୭( ରିୟାନ୍‌ ପରାଗ-୧୦୨, କୁମାର କୁଶାଗ୍ର-୫୩, ଉତ୍କର୍ଷ ସିଂ-୫୦, ସାମ୍ସ ମୁଲାନୀ-୩/୪୫, ଅତୀତ ସେଠ୍‌-୧/୫୯, ଅର୍ଜନ ନାଗ୍ବସ୍ବଲା-୧/୬୮)। ପଶ୍ଚିମାଞ୍ଚଳ ୩୪ ଓଭରରେ ୧୬୨/୧୦(ହାର୍ଭିକ୍‌ ଦେଶାଇ-୯୨, ଅତୀତ ସେଠ୍‌-୧୮, ସମର୍ଥ ବ୍ୟାସ-୧୨, ମଣିଶଙ୍କର ମୁରା ସିଂ-୫/୨୮, ଉତ୍କର୍ଷ ସିଂ-୩/୧୬, ଶାହବାଜ ଅହମଦ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri