Posted inଜାତୀୟ

ମିଳିଲାନି ଆମ୍ବୁଲାନ୍ସ, ବ୍ୟାଗରେ ଶିଶୁର ମୃତଦେହକୁ ଧରି ୯୦ କିଲୋମିଟର ଯାତ୍ରା କଲେ ବ୍ୟକ୍ତି

ତେହେରାନ,୧୬।୬: ମହାରାଷ୍ଟ୍ରର ନାସିକ ସିଭିଲ ହସ୍ପିଟାଲରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସେବା ନ ମିଳିବାରୁ ଜଣେ ଆଦିବାସୀ ବ୍ୟକ୍ତି ସଖାରାମ କାଭାର ତାଙ୍କ ନବଜାତ ଝିଅର ମୃତଦେହକୁ ଏକ କ୍ୟାରି ବ୍ୟାଗରେ ନେଇ ୯୦ କିଲୋମିଟର ବସରେ ଯାତ୍ରା କରିଛନ୍ତି।

ପିଟିଆଇ ରିପୋର୍ଟ ଅନୁଯାୟୀ, ସଖାରାମ କାଭାର କହିଛନ୍ତି, “ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳା ଓ ଉଦାସୀନତା ଯୋଗୁଁ ମୁଁ ମୋ ସନ୍ତାନକୁ ହରାଇଛି।”

କାଭାର କହିଛନ୍ତି ଯେ ଜୁନ ୧୧ରେ ତାଙ୍କ ୨୬ ବର୍ଷୀୟ ପତ୍ନୀ ଖୋଦାଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)ରେ ପ୍ରସବ ବେଦନା ଅନୁଭବ କରିଥିଲେ। ଏହା ତାଙ୍କର ତୃତୀୟ ସନ୍ତାନ ଥିଲା। ସେ ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲେ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ସେ ଆଶା କର୍ମୀଙ୍କୁ ମଧ୍ୟ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଉପସ୍ଥିତ ନଥିଲେ। ୧୦୮ ନମ୍ବରରେ କଲ କରିଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା। ପରେ ସେ ଏକ ବ୍ୟକ୍ତିଗତ ଗାଡ଼ିର ବ୍ୟବସ୍ଥା କରି ତାଙ୍କ ପତ୍ନୀଙ୍କୁ ଖୋଦାଲା ପିଏଚସିକୁ ନେଇଥିଲେ।

ପିଏଚସିରେ ଏକ ଘଣ୍ଟା ଅପେକ୍ଷା କରାଇଥିଲା

କାଭାର ଅଭିଯୋଗ ଅନୁଯାୟୀ, ଖୋଦାଲା ପିଏଚସିରେ ପହଞ୍ଚିବା ପରେ ତାଙ୍କ ପତ୍ନୀଙ୍କୁ ଏକ ଘଣ୍ଟା ଅପେକ୍ଷା କରାଯାଇଥିଲା। ପରେ ତାଙ୍କୁ ମୋଖାଡା ସିଭିଲ ହସ୍ପିଟାଲକୁ ରେଫର କରାଯାଇଥିଲା। ମୋଖାଡା ସିଭିଲ ହସ୍ପିଟାଲର ଡାକ୍ତରମାନେ ଗର୍ଭସ୍ଥ ଶିଶୁର ହୃଦସ୍ପନ୍ଦନ ନ ମିଳିବାରୁ ତାଙ୍କ ପତ୍ନୀଙ୍କୁ ନାସିକ ସିଭିଲ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ।

ଆସେ ଗାଁରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଥିଲା, ଯାହା ତାଙ୍କ ପତ୍ନୀଙ୍କୁ ସନ୍ଧ୍ୟା ବେଳା ନାସିକ ସିଭିଲ ହସ୍ପିଟାଲକୁ ନେଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଜୁନ ୧୨ରେ କାଭାରଙ୍କ ପତ୍ନୀ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା: ବଦଳିଲା ୧୫ ବିମାନର ରୁଟ୍‌

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ୧୫ଟି ବିମାନର…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri