କାଠ ଜବତ ପାଇଁ କୁନ୍ଥକୁନ୍ଥ

ପରଜଙ୍ଗ, ୬।୮(ଡି.ଏନ.ଏ.) ଜଙ୍ଗଲରେ କଟାଯାଇ ପଡ଼ିଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ। ସୂଚନା ପାଇ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ବନ ଅଧିକାରୀ। ହେଲେ କାଠ ଜବତ କରାଯାଉନାହିଁ। କେବଳ କାଠ ଜବତ କଲେ ସମସ୍ୟାର ସମାଧାନ ହେବନି, ବରଂ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଜିଲାସ୍ତରରୁ ନିର୍ଦ୍ଦେଶ ଆସିଥିବା କହି ଘଟଣାକୁ ଅତି କୋହଳ ଭାବେ ନିଆଯାଉଛି। ଏହାର ସୁଯୋଗରେ କାଠଚୋରମାନେ ସଂରକ୍ଷିତ ଜଙ୍ଗଲକୁ ପଦା କରି ଚାଲିଛନ୍ତି। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ସୁରତନାଳୀ ଗ୍ରାମ ନିକଟ ଜଙ୍ଗଲରେ ଏପରି ଘଟଣା ବନ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଚାନ୍ଦପୁର ପଞ୍ଚାୟତ ସୁରୁତନାଳୀ ଗ୍ରାମ ନିକଟ ଜଙ୍ଗଲରେ ବଡ଼ ବଡ଼ ଶାଳ, ଶାଗୁଆନ, ରହଣି ଭଳି ମୂଲ୍ୟବାନ ଗଛ ଗଣ୍ଡି କଟାହୋଇ ପଡ଼ିଛି। ଏଠାରୁ କାଠ କଟାଯାଇ ପାଣିଗେଙ୍ଗୁଟିଆ, ବତାସିଂହ, ରୋଡ, ପାଳସାହି, ବ୍ରାହ୍ମଣୀ ନଦୀ ଅପରପାର୍ଶ୍ୱରେ ଥିବା ବିଡୋ, ଖଡ଼ଗପ୍ରସାଦ, ନାଧରା, ଧଳପୁର ସମେତ ଜିଲାର ବିଭିନ୍ନ ସ୍ଥାନକୁ ସିଧାସଳଖ ଚାଲାଣ ହେଉଛି। ଏ ସମ୍ପର୍କରେ ଗ୍ରାମବାସୀ ସାଆନ୍ଦା ଅଞ୍ଚଳର ଫରେଷ୍ଟ ଗାର୍ଡ ନିରଞ୍ଜନ ନାୟକଙ୍କୁ ଅବଗତ କରାଇଥିଲେ। ଗତ ଗୁରୁବାର ରେଞ୍ଜର ସୁବ୍ରତ ବେହେରାଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ କାଠ ଜବତ କରାଯାଇ ନ ଥିଲା। ଏହାପରେ ଚୋରା କାଠ ବ୍ୟବସାୟୀମାନେ ଗ୍ରାମବାସୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଚୋରା କାଠ ବ୍ୟବସାୟୀଙ୍କୁ ଧରିବାକୁ ବନ ବିଭାଗ ଗ୍ରାମବାସୀଙ୍କୁ ସୂଚନାଦାତା ଭାବେ ନିଯୁକ୍ତି ଦେଉଥିବାବେଳେ ମହାବିରୋଡ ରେଞ୍ଜରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗ ଏବଂ କାଠ ଚୋରା ବ୍ୟବସାୟୀଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇଥିବାରୁ ସୂଚନା ଦିଆଯିବା ସତ୍ତ୍ୱେ କାଠ ଜବତ କରାଯାଉ ନ ଥିବା କେତେଜଣ ଗ୍ରାମବାସୀ ନିଜ ନାମ ଗୋପନ ରଖି କହିଛନ୍ତି।

ଜବତ କାଠ ଆଣିଲେ ଅଫିସ ଭର୍ତ୍ତି ହୋଇଯିବ
କାଠ ମାଫିଆଙ୍କ ସହ ସମ୍ପର୍କ ନାହିଁ। କାଠ ଜବତ କରି ଆଣିବାକୁ ରେଞ୍ଜର ମନା କରିଛନ୍ତି। ଏତେ ପରିମାଣର କାଠ ଜବତ କରି ରଖିଲେ ଅଫିସ ଭର୍ତ୍ତି ହୋଇଯିବ। ତେଣୁ କାଠ ଜବତ ନ କରି ଅଭିଯୁକ୍ତଙ୍କୁ କିପରି ଧରିବୁ ସେହି ଚେଷ୍ଟା କରିବୁ।
– ସୁଦର୍ଶନ ସେଠୀ, ଫରେଷ୍ଟର

କାଠ ନୁହେଁ, ଅଭିଯୁକ୍ତଙ୍କୁ ଧରିବୁ
ଜଙ୍ଗଲରୁ କାଠ ଜବତ କରି ଆଣିଲେ ଗାଡ଼ି ଭଡ଼ା ବି ବାହାରିବ ନାହିଁ। ଜବତ କାଠ ରଖିବାକୁ ଜାଗାନାହିଁ। ଜଙ୍ଗଲରୁ କାଠ ଜବତ କରିବା ପରିବର୍ତ୍ତେ କାଠ କାଟୁଥିବା ବ୍ୟକ୍ତିଙ୍କୁ ଧରିବାକୁ ଡିଏଫ୍‌ଓ କହିଛନ୍ତି। ତେଣୁ କାଠ ଜବତ କରାଯାଇନାହିଁ।
– ସୁବ୍ରତ ବେହେରା, ରେଞ୍ଜର


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri