ବେଆଇନ ପାର୍କିଂରୁ ବଢୁଛି ଦୁର୍ଘଟଣା

ଅନୁଗୋଳ ଅଫିସ, ୬ା୮: ଶିଳ୍ପବହୁଳ ଅନୁଗୋଳରେ ଜନସଂଖ୍ୟା ସହ ବଢ଼ିଚାଲିଛି ଯାନବାହନ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ରାସ୍ତାର ପ୍ରଶସ୍ତୀକରଣ କରାଯାଉଛି। କିନ୍ତୁ ରାସ୍ତାପାର୍ଶ୍ୱରେ ବେଆଇନ ପାର୍କିଂ କାରଣରୁ ଏହି ପ୍ରଶସ୍ତୀକରଣର ଲାଭ ମିଳିପାରୁ ନ ଥିବାବେଳେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ସହରରେ ଭାରିଯାନ ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଏହାଛଡ଼ା ଅଫ୍‌-ରୋଡ୍‌ ପାର୍କିଂ ପାଇଁ ପରିବହନ ବିଭାଗର ଅନୁମତି ଆବଶ୍ୟକ। ବେଆଇନ ଅନ୍‌-ରୋଡ୍‌ ପାର୍କିଂ ହୋଇଥିଲେ ଗାଡ଼ି ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବାର ନିୟମ ରହିଛି। କିନ୍ତୁ ଏସବୁ ନୀତିନିୟମକୁ ଅନୁଗୋଳରେ ଅଣଦେଖା କରାଯାଇ ନୋ ପାର୍କିଂ ସ୍ଥାନଗୁଡ଼ିକରେ ବହୁ ସଂଖ୍ୟାରେ ଗାଡ଼ି ପାର୍କିଂ କରାଯାଉଛି।
ଅନୁଗୋଳ ସହର ମଧ୍ୟ ଦେଇ ଯାଇଥିବା ରାଜପଥ ଯୋଗୁ ସର୍ବଦା ଟ୍ରାଫିକ୍‌ ଜାମ ପରିସ୍ଥିତି ସୃଷ୍ଟି ହେଉଛି। ବିଭିନ୍ନ ଶିଳ୍ପାଞ୍ଚଳକୁ ଭାରିଯାନର ଲାଇନ ଲାଗୁଥିବା ବେଳେ ଶତାଧିକ ବସ୍‌ ଯାତ୍ରୀ ପରିବହନରେ ନିୟୋଜିତ ରହୁଛି। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଲୋକ କମ୍ପାନୀ ଓ ଅନ୍ୟାନ୍ୟ କାର୍ଯ୍ୟରେ ଆସୁଥିବାରୁ କାର୍‌, ବାଇକ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ପୂଜାପାର୍ବଣ ସମୟରେ ସହର ପ୍ରବେଶ କିମ୍ବା ପ୍ରସ୍ଥାନ କଷ୍ଟକର ହୋଇପଡ଼ୁଛି। ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ସହରର ରାସ୍ତାଗୁଡ଼ିକୁ ପ୍ରଶସ୍ତ କରାଯାଉଛି। କିନ୍ତୁ ବେଆଇନ ପାର୍କିଂ ଏହାର ସମାଧାନ କରିବାକୁ ଦେଉନାହିଁ। ବିଶେଷକରି ରାଜପଥର ନାଲ୍‌କୋଠାରୁ ଅନୁଗୋଳ ଟାଉନ ଯାଏ ରାସ୍ତା ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ବେଆଇନ ପାର୍କିଂ କରାଯାଉଛି। ସେହିପରି ଅଗ୍ନିଶମ ଅଫିସ ବାଇପାସ୍‌ ପାଖରୁ ଆରମ୍ଭ କରି ହୁଲୁରିସିଂହା ରାସ୍ତାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି। ଜାତୀୟ ରାଜପଥକୁ ବାଦ୍‌ଦେଲେ ଏହି ଦୁଇଟି ରାସ୍ତା ବାଇପାସ୍‌ ଭାବେ ବ୍ୟବହାର ହୋଇଥାଏ। ବସ୍‌ଷ୍ଟାଣ୍ଡରୁ ମହୀଧରପୁର ରୋଡ୍‌କୁ ପ୍ରଶସ୍ତ କରାଯାଇଛି। ମାତ୍ର ରାସ୍ତା ପାର୍ଶ୍ୱରେ ବସ୍‌, ଟ୍ରକ୍‌ ଓ ଚାରିଚକିଆ ଯାନ ପାର୍କିଂ ଜାରି ରହିଛି। ବସ୍‌ଷ୍ଟାଣ୍ଡରୁ ଡିଆସି ଛକ ରାସ୍ତା, ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତା, ଷ୍ଟେଶନ ଛକରୁ ଟାଉନ୍‌ ହାଇସ୍କୁଲ ଛକ ପାର୍ଶ୍ୱରେ ସେହି ଏକା ଦୃଶ୍ୟ ଦେଖିବାକୁ ମିଳୁଛି। ଅଫ୍‌-ରୋଡ୍‌ ବା ଯେଉଁ ଗାଡ଼ିଗୁଡ଼ିକ ନ ଗଡ଼ି କୌଣସି କାରଣରୁ ଅଟକି ରହିବେ ସେଥିପାଇଁ ମାଲିକମାନଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରୁ ପ୍ରଥମେ ଅନୁମତି ଆଣିବାକୁ ପଡ଼ିବ। ଏହାଛଡ଼ା ଗାଡ଼ି ରଖିବା ସ୍ଥାନ ପାର୍କିଂ ପାଇଁ ଉଦ୍ଦିଷ୍ଟ କି ନୁହେଁ, ତାହା ମଧ୍ୟ ଦର୍ଶାଇବେ। ସେହିପରି ଅନ୍‌-ରୋଡ୍‌ ବା ଚଳପ୍ରଚଳ ହେଉଥିବା ଗାଡ଼ିଗୁଡ଼ିକ ପାର୍କିଂସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ନିୟମିତ ପାର୍କିଂ କରିପାରିବେ ନାହିଁ। ଯଦି ଏହାର ଉଲ୍ଲଂଘନ ହୁଏ ତା’ହେଲେ ଗାଡ଼ି ମାଲିକଙ୍କୁ ନୋଟିସ ଦେଇ କାର୍ଯ୍ୟାନୁଷ୍ଠାନ ଆରଟିଓ ନେବା କଥା। କିନ୍ତୁ ଅନୁଗୋଳରେ ଏହି ନିୟମ ପାଳନ କରାଯାଉ ନ ଥିବାରୁ ରାସ୍ତା ସଙ୍କୁଚିତ ହୋଇଯାଉଛି। ଫଳରେ ସହର ମଧ୍ୟରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧିପାଉଛି।

ବସ୍‌ଷ୍ଟାଣ୍ଡରେ ଜାଗା ନାହିଁ
ସହରରୁ ଯାତାୟାତ କରୁଥିବା ବସ୍‌ଗୁଡ଼ିକ ରହିବା ପାଇଁ ଅନୁଗୋଳରେ ବସ୍‌ଷ୍ଟାଣ୍ଡ ନାହିଁ। ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାର୍ଯ୍ୟ ୭ ବର୍ଷ ହେଲା ଶେଷ ହୋଇପାରୁ ନାହିଁ। ସଡ଼କ ସୁରକ୍ଷା ବୈଠକରେ ଏ ନେଇ ବାରମ୍ବାର ଅଗବତ କରାଯାଉଥିଲେ ମଧ୍ୟ ପ୍ରଶାସନ ଆନ୍ତରିକତା ଦେଖାଉ ନ ଥିବାରୁ ବାଧ୍ୟ ହୋଇ ରାସ୍ତାକଡ଼ରେ ବସ୍‌ଗୁଡ଼ିକ ପାର୍କିଂ କରାଯାଉଛି।
– ରାଜୁ ମିଶ୍ର, ସମ୍ପାଦକ, ଅନୁଗୋଳ ଜିଲା ବସ୍‌ ମାଲିକ ସଂଘ

ଆଲୋଚନାରେ ସୀମିତ ପଦକ୍ଷେପ
ଜିଲା ପ୍ରଶାସନ, ପୋଲିସ ଓ ପୌରପ୍ରଶାସନକୁ ନେଇ ବହୁବାର ପାର୍କିଂ ସମସ୍ୟା ଉପରେ ବୈଠକ ହୋଇଛି। ଏଥିରେ ୪ରୁ ୫ଟି ସ୍ଥାନ ନିରୂପଣ ସହ କେଉଁଠି କେଉଁ ଗାଡ଼ି ରହୁଛି ତାହା ଉପରେ ମଧ୍ୟ ଆଲୋଚନା କରାଯାଇଛି। କିନ୍ତୁ ପଦକ୍ଷେପ ଆଲୋଚନାରେ ହିଁ ଅଟକିଯାଇଛି।
– ବିଶ୍ୱରଞ୍ଜନ ପଟ୍ଟନାୟକ

କର୍ଣ୍ଣପାତ କରୁନି ପ୍ରଶାସନ
ସହରର ଅନେକ ସ୍ଥାନରେ ବେଆଇନ ଭାବେ ପାର୍କିଂ କରାଯାଉଛି। ଏଥିଯୋଗୁ ଦୁର୍ଘଟଣା ବଢ଼ୁଛି। ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଗଲେ କେହି କର୍ଣ୍ଣପାତ କରୁନାହାନ୍ତି। ବର୍ଷ ବର୍ଷ ଧରି ଏପରି ଚାଲିଥିଲେ ମଧ୍ୟ ପ୍ରଶାସନର ଚେତା ପଶୁନାହିଁ।
– ସ୍ବରୂପ କୁମାର ପାଢ଼ୀ

କାର୍ଯ୍ୟାନୁଷ୍ଠାନ ନିଆଯାଉ
ସହରର ବିଭିନ୍ନ ସ୍ଥାନରେ ଟ୍ରକ୍‌, ବସ୍‌ ଓ ଚାରି ଚକିଆ ଯାନ ପାର୍କିଂ କରାଯାଉଛି। ପରିବହନ ବିଭାଗ ଏସବୁ ଦେଖୁଥିଲେ ବି ନ ଦେଖିଲା ଭଳି ରହୁଛି। ବେଆଇନ୍‌ ଭାବେ ପାର୍କିଂ କରୁଥିବା ଗାଡ଼ି ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
– ଅସିତ୍‌ ସାହୁ

କରୋନା ପାଇଁ ଧ୍ୟାନ ଦେଇପାରିନୁ
କରୋନା ମୁକାବିଲା କାର୍ଯ୍ୟରେ ପ୍ରଶାସନ ଲାଗିଥିବାରୁ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଇ ନାହିଁ। ଏ ନେଇ ଅନୁଧ୍ୟାନ କରାଯିବା ସହ ଯେଉଁମାନେ ଅନ୍‌-ରୋଡ୍‌ କି ଅଫ୍‌-ରୋଡ୍‌ ନିୟମ ଉଲ୍ଲଂଘନ କରି ଗାଡ଼ି ରଖୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ଜିତେନ୍ଦ୍ର କୁମାର ଭୋଇ, ଆରଟିଓ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri