Posted inଖେଳ

ଇଂଲଣ୍ଡ- ପାକିସ୍ତାନ ଟେଷ୍ଟ ସିରିଜ: ଫ୍ରଣ୍ଟଫୁଟ୍‌ ନୋ ବେଲ୍‌ ନେଇ ଟିଭି ଅମ୍ପାୟର ନିଷ୍ପତ୍ତି ନେବେ

ଦୁବାଇ,୬।୮(ପି.ଟି.): ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ଫ୍ରଣ୍ଟ ଫୁଟ୍‌ ନୋ ବଲ ସଂକ୍ରାନ୍ତରେ ଫିଲ୍ଡ ଅମ୍ପାୟର ନୁହେଁ ଟିଭି ଅମ୍ପାୟର ନିଷ୍ପତ୍ତି ନେବେ। ବୁଧବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ- ପାକିସ୍ତାନ ଟେଷ୍ଟ ସିରିଜରେ ଟିଭି ଅମ୍ପାୟରଙ୍କୁ ଏହି ବିଶେଷ ଅଧିକାର ଦିଆଯାଇଛି ଓ ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବୁଧବାର ଘୋଷଣା କରିଛି। ଫ୍ରଣ୍ଟ ଫୁଟ ନୋ ବଲ ଟେକ୍ନୋଲୋଜି ନେଇ ବିଭିନ୍ନ ଦୃଷ୍ଟିକୋଣରୁ ବିଚର କରାଯାଇ ମୂଲ୍ୟାଙ୍କନ କରାଯିବ। ଏହାପରେ ଭବିଷ୍ୟତରେ ଏହି ଟେକ୍ନୋଲୋଜିର ବ୍ୟବହାର ନେଇ ନିଷ୍ପତ୍ତି ନିଆଯିବ। ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଆଇସିସି ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଏହାର ବ୍ୟବହାର ହେବ। ଏହି ୩ଟି ଟେଷ୍ଟରେ ଏହି ଟେକ୍ନୋଲୋଜି କିପରି ବ୍ୟବହାର ହେଉଛି ଓ ଏହା ପ୍ରଦର୍ଶନ ଉପରେ ମଧ୍ୟ ତର୍ଜମା କରାଯିବ।
ସଦ୍ୟସମାପ୍ତ ଇଂଲଣ୍ଡ- ଅୟର୍ଲାଣ୍ଡ ଦିନିକିଆ ସିରିଜରେ ମଧ୍ୟ ତୃତୀୟ ଅମ୍ପାୟର ଫ୍ରଣ୍ଟ ଫୁଟ୍‌ ନୋ ବଲକୁ ନଜର ରଖୁଥିଲେ। ଏହି ସିରିଜ ଆଇସିସି ଓ୍ବାଲ୍ଡ କପ୍‌ ସୁପର ଲଗ୍‌ର ଅଂଶବଶେଷ। ଗତବର୍ଷ ଭାରତ- ଓ୍ବେଷ୍ଟଇଣ୍ଡିଜ ସୀମିତ ଓଭର ସିରିଜରେ ମଧ୍ୟ ଏହି ଟେକ୍ନୋଲୋଜିର ବ୍ୟବହାର ହୋଇଥିଲା। ଚଳିତବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି୨୦ ମହିଳା ବିଶ୍ୱକପ୍‌ରେ ମଧ୍ୟ ଏହାର ବ୍ୟବହାର ହୋଇଥିଲା। ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମାଞ୍ଚେଷ୍ଟରରେ ବୁଧବାରଠାରୁ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ସେହିପରି ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଯଥାକ୍ରମେ ଅଗଷ୍ଟ ୧୩ ଓ ୨୧ ତାରିଖରେ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri