ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌ ମଶା କାମୁଡ଼ିବା ଯୋଗୁ ବ୍ୟାପିଥାଏ। ତେଣୁ ସୁରକ୍ଷା ଦୃଷ୍ଟିରୁ ଶରୀରର ଖୋଲାସ୍ଥାନରେ ମଶା ନିବାରକ(ରିପେଲେଣ୍ଟ) ଲଗାଇବା ଦରକାର। ହାତ ଓ ଗୋଡ଼କୁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ପିନ୍ଧିବା ସହ ଘରର ଦ୍ୱାର ଓ ଝରକାରେ ଜାଲି ଲଗାଇବା ଜରୁରୀ। ଯଦି ଘରେ କାହାକୁ ଡେଙ୍ଗୁ ହୋଇଥାଏ, ତେବେ ବିଶେଷ ସତର୍କ ରହିବା ଆବଶ୍ୟକ। କାରଣ ଜଣେ ସଂକ୍ରମିତ ବ୍ୟକ୍ତିଙ୍କୁ କାମୁଡ଼ିଥିବା ମଶା ଅନ୍ୟ କାହାକୁ କାମୁଡ଼ିଲେ ଏହି ଭୂତାଣୁ ବ୍ୟାପିଥାଏ। ତେଣୁ ସୁରକ୍ଷିତ ରହିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଘର ଚାରିପାଖରେ ମଶାଙ୍କ ବଂଶ ବୃଦ୍ଧି କରିବାକୁ ନ ଦେବା। ତେଣୁ ସପ୍ତାହରେ ଅନ୍ତତଃ ଥରେ ୱାଟରକୁଲର, ଫୁଲଗଛ କୁଣ୍ଡ, ବାଲ୍‌ଟି, ପୋଷାଜନ୍ତୁଙ୍କ ପାଣିପାତ୍ର ଏବଂ ପ୍ରତ୍ୟେକ ପାଣି ଜମି ରହୁଥିବା ପାତ୍ରଗୁଡ଼ିକୁ ଖାଲିକରି ଭଲଭାବେ ସଫା କରନ୍ତୁ।
କିଏ ରହିବେ ବିଶେଷ ସତର୍କ
ଡେଙ୍ଗୁ ଯେକୌଣସି ବୟସର ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ, କିନ୍ତୁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ପାଇଁ ଏହା ଅଧିକ ଜଟିଳ ହେବାର ଆଶଙ୍କା ଥାଏ। ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା, ମଧୁମେହ, କିଡ୍‌ନୀ ରୋଗୀ, ହୃଦ୍‌ରୋଗୀ କିମ୍ବା ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସେହିପରି ପୂର୍ବରୁ ଡେଙ୍ଗୁ ଆକ୍ରାନ୍ତ ହୋଇସାରିଥିବା ଲୋକମାନଙ୍କୁ ମଧ୍ୟ ସାବଧାନ ରହିବାକୁ ପଡ଼ିବ। ଗୋଟିଏ ପ୍ରକାରର ଡେଙ୍ଗୁ ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ତାହା ଅନ୍ୟ ତିନୋଟି ପ୍ରକାର ଭୂତାଣୁରୁ ସୁରକ୍ଷା ଦେଇ ନ ଥାଏ। କେତେକ କ୍ଷେତ୍ରରେ, ଅନ୍ୟଏକ ଷ୍ଟ୍ରେନ ଦ୍ୱାରା ଦ୍ୱିତୀୟଥର ସଂକ୍ରମଣ ହେଲେ ଗୁରୁତର ଡେଙ୍ଗୁ ହେବାର ଆଶଙ୍କା ବୃଦ୍ଧି ପାଇପାରେ।
ଡେଙ୍ଗୁର ଲକ୍ଷଣ
ଡେଙ୍ଗୁର ପ୍ରମୁଖ ଲକ୍ଷଣଗୁଡ଼ିକ ହେଲା- ହଠାତ୍‌ ୧୦୨ରୁ ୧୦୪ ଡିଗ୍ରୀ ଫାରେନ୍‌ହାଇଟ୍‌ ପର୍ଯ୍ୟନ୍ତ ତୀବ୍ର ଜ୍ୱର ହୋଇଥାଏ। ଭୟଙ୍କର ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଶରୀର, ମାଂସପେଶୀ ଓ ଗଣ୍ଠିରେ ତୀବ୍ର ଯନ୍ତ୍ରଣା, ବାନ୍ତି, ଅତ୍ୟଧିକ ଦୁର୍ବଳତା ଓ କ୍ଳାନ୍ତି ଲାଗିବା,
ଚର୍ମରେ ଲାଲ ଦାଗ ସହ କେବେ କେବେ ନାକ କିମ୍ବା ମାଢ଼ିରୁ ରକ୍ତ ବାହାରିବା ଇତ୍ୟାଦି।
ଘରୋଇ ଚିକିତ୍ସା ଯଥେଷ୍ଟ କି ?
ଅନେକଙ୍କ ମନରେ ନିଶ୍ଚୟ ଉପରୋକ୍ତ ପ୍ରଶ୍ନ ଆସିଥାଏ। ଯଦିଓ ପ୍ରତ୍ୟେକ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତିହେବାର ଆବଶ୍ୟକତା ନ ଥାଏ। ସାଧାରଣ ବା ପ୍ରାରମ୍ଭିକ ଡେଙ୍ଗୁକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ ସହ ପ୍ରଚୁର ପାଣି, ଅନ୍ୟ ପାନୀୟ, ବିଶ୍ରାମ ଦ୍ୱାରା ଘରେ ରହି ଚିକିତ୍ସା କରାଯାଇ ପାରିବ। ହେଲେ ନିଜ ମନକୁ ମନ ଔଷଧ ଖାଇବାରୁ ନିବୃତ୍ତ ରହିବା ଉଚିତ। ରୋଗୀ ସୁସ୍ଥ ହେଉଛନ୍ତି କି ନାହିଁ ଜାଣିବା ପାଇଁ ରକ୍ତ ପରୀକ୍ଷା ସହ ଡାକ୍ତରଙ୍କ ଦ୍ୱାରା ଶରୀରରେ ଜଳୀୟଅଂଶ, ରକ୍ତଚାପ ପରୀକ୍ଷା କରାଇ ନେବା ଜରୁରୀ। କାରଣ ଜ୍ୱର କମିବାକୁ ଆରମ୍ଭ କରୁଥିବା ସମୟରେ ହିଁ କେବେ କେବେ ଜଟିଳତା ଦେଖାଦେଇଥାଏ। ଏମିତିରେ ଯଦି ଜ୍ୱର ଦୁଇଦିନରୁ ଅଧିକ ସମୟ ଧରି ରହେ ଏବଂ ଜ୍ୱର ସହ ଯଦି ପେଟରେ ତୀବ୍ର ବେଦନା, ବାରମ୍ବାର ବାନ୍ତି, ଶ୍ୱାସକଷ୍ଟ, ଅତ୍ୟଧିକ ଦୁର୍ବଳତା କିମ୍ବା ଯେକୌଣସି ସ୍ଥାନରୁ ରକ୍ତସ୍ରାବ ହୁଏ, ତେବେ ତୁରନ୍ତ ଡାକ୍ତରଖାନାକୁ ଯିବା ଆବଶ୍ୟକ। ପ୍ରାରମ୍ଭିକ ପର୍ଯ୍ୟାୟରେ ଚିକିତ୍ସା କଲେ ଜଟିଳତାକୁ ଏଡ଼ାଯାଇ ପାରିବ ଏବଂ ଆଇସିୟୁର ଆବଶ୍ୟକତା ପଡ଼ିବ ନାହିଁ।
ଡେଙ୍ଗୁ ଟିକା କେତେ ସୁରକ୍ଷିତ
ବର୍ତ୍ତମାନ ନୂତନ ଭାବେ ଆସିଥିବା ଡେଙ୍ଗୁ ଟିକା ନିଶ୍ଚିତ ଭାବେ ଚିକିତ୍ସା ବିଜ୍ଞାନ ପାଇଁ ଏକ ବଡ଼ ଉପଲବ୍ଧି। ଯାହାକି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ କ୍ଷେତ୍ରରେ ଡେଙ୍ଗୁର ଗୁରୁତର ପ୍ରଭାବକୁ କମ୍‌ କରିବାରେ ଉତ୍ସାହଜନକ ଫଳାଫଳ ଦେଖାଇଛି। କିନ୍ତୁ ଏହା ସମସ୍ତଙ୍କ ପାଇଁ ସୁପାରିସ କରାଯାଏ ନାହିଁ। ଏହାର ବ୍ୟବହାର ବୟସ, ପୂର୍ବରୁ ଡେଙ୍ଗୁ ସଂକ୍ରମଣ ଏବଂ ଜାତୀୟ ସ୍ବାସ୍ଥ୍ୟ ନିୟମାବଳୀ ଭଳି କାରକ ଉପରେ ନିର୍ଭର କରେ।
ଭାରତ ନିୟାମକ ଏବଂ ଜନସ୍ବାସ୍ଥ୍ୟ ପ୍ରକ୍ରିୟା ମାଧ୍ୟମରେ ଡେଙ୍ଗୁ ଟିକାକରଣର ମୂଲ୍ୟାଙ୍କନ ଜାରିରଖିଛି। ତେବେ ଆଗାମୀ ଦିନରେ ଏହି ଟିକା ନେଲେ ମଧ୍ୟ ମଶା ନିୟନ୍ତ୍ରଣ ଓ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଦରକାର। ରୋଗର ଲକ୍ଷଣ ଦେଖା ଦେଲେ ପ୍ରାରମ୍ଭିକ ଡାକ୍ତରୀ ଚିକିତ୍ସା କରାଇନେବା ଆବଶ୍ୟକ।

ଡା. ଶରତ କୁମାର
– ସିନିୟର କନ୍‌ସଲଟାଣ୍ଟ, କ୍ରିଟିକାଲ୍‌
କେୟାର ଆଣ୍ଡ ପଲ୍ମୋନୋଲୋଜିଷ୍ଟ, ମଣିପାଲ୍‌ ହସ୍ପିଟାଲ୍‌, ଭୁବନେଶ୍ୱର

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?