ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖାଯାଇଥିବା ୩ ଜଣ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ପୋଲିସର ଏପରି ସକ୍ରିୟ କାର୍ଯ୍ୟାନୁଷ୍ଠାନ ଏକ ଉଦାହରଣ ସାଜିଛି। ଖବର ନେବାରୁ ଜଣାଯାଇଛି ଯେ, ଅନୁଗୋଳ ଜିଲା ସଦର ଥାନା ଅଞ୍ଚଳର କିଛି ଲୋକ ଭଦ୍ରକ ଜିଲା ଗଣିଜାଙ୍ଗ ଅଞ୍ଚଳରେ ଠିକା କାର୍ଯ୍ୟରେ ନିୟୋଜିତ ଥିଲେ। ଗତ ଗୁରୁବାର ରାତି ଠିକା କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ବ୍ୟକ୍ତି ଗଣିଜାଙ୍ଗରୁ ଭଦ୍ରକ ଅଭିମୁଖେ ଯାଉଥିଲେ। ରାସ୍ତାରେ ଯାଉଥିବା ବେଳେ ସେମାନେ ଅପହରଣର ଶିକାର ହୋଇଥିଲେ। ଅପହରଣକାରୀମାନେ ଠିକା କାର୍ଯ୍ୟରେ ନିୟୋଜିତ ଅନ୍ୟ ଜଣକୁ ଫୋନ୍‌ରେ ମୁଣ୍ଡ ଜାମିନ ରଖାଯାଇଥିବା ଏବଂ ମୁକୁଳାଇବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥିସହ ଅପହରଣକାରୀମାନେ ପଡ଼ୋଶୀ କେନ୍ଦୁଝର ଜିଲା ଅଭିମୁଖେ ପଳାଇ ଆସିଥିଲେ। ଅପହରଣକାରୀଙ୍କଠାରୁ ଫୋନ୍‌ରେ ଏପରି ଦାବି ଶୁଣି ବ୍ୟକ୍ତି ଜଣକ ଅପହରଣକାରୀଙ୍କୁ ମଧ୍ୟ ପିଛା କରିଥିଲେ। ଏଥି ସହ ନନ୍ଦିପଦା ଥାନାରେ ପହଞ୍ଚି ପୋଲିସକୁ ଜଣାଇଥିଲେ। କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା ଅପହରଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର ପାଇଁ ରାତ୍ରିକାଳୀନ ଅପରେଶନ ଆରମ୍ଭ କରିଥିଲେ। ଏସ୍‌ଡିପିଓ ପଣ୍ଡାଙ୍କ ତତ୍ତ୍ୱବଧାନରେ ଆନନ୍ଦପୁର ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାୟକ, ଏବଂ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକାଧିକ ଟିମ୍‌ ଅପହରଣକାରୀଙ୍କୁ ପିଛା କରି ଗୋଡ଼ାଇ ଥିଲେ। ଶେଷରେ ଅପହରଣକାରୀମାନେ ଅପହୃତ ୩ ବ୍ୟକ୍ତିଙ୍କୁ ଯାଜପୁର ଜିଲା ପାଖାପାଖି ଅଞ୍ଚଳରେ ଛାଡ଼ି ଫେରାର ହୋଇଯାଇଥିଲେ। ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କୁ ଉକ୍ତ ଘଟଣା ସମ୍ପର୍କରେ କହିଛନ୍ତି ଯେ, ମଣିଷର ଜୀବନକୁ ପ୍ରାଥମିକତା ସ୍ବରୂପ ପ୍ରାଧାନ୍ୟ ଦେଉ। ତେବେ ଘଟଣା ଭଦ୍ରକ ଜିଲା ଗଣିଜାଙ୍ଗ ଅଞ୍ଚଳରେ ଘଟିଥିବା ବେଳେ ଅପହରଣକାରୀମାନେ କେନ୍ଦୁଝର ଜିଲା ଅଞ୍ଚଳକୁ ପଳାଇ ଆସିଥିଲେ। ଅପହରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ରାତିରେ ନନ୍ଦିପଦା ଥାନାରେ ପହଞ୍ଚି ଘଟଣା ବାବଦରେ ଜଣାଇବା ପରେ ତୁରନ୍ତ ଅପହରଣକାରୀଙ୍କୁ ପିଛା କରି ଗୋଡ଼ାଇ ଥିଲା। ଅପହୃତ ହୋଇଥିବା ୩ ବ୍ୟକ୍ତିଙ୍କୁ ଅପହରଣକାରୀମାନେ ଶେଷରେ ଛାଡି ଫେରାର ହୋଇଯାଇଥିଲେ। ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇନି। ଅପହରଣକାରୀଙ୍କୁ ପ୍ରାଥମିକ ଭାବେ ଚିହ୍ନଟ କରିଛୁ। ଭଦ୍ରକ ଆଞ୍ଚଳିକ ଥାନାଧିକାରୀ ସୁବ୍ରତ ଦାସ କହିଛନ୍ତି ଯେ, ଏପରି ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?