ଯୋଡ଼ାରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ

ଯୋଡ଼ା,୧୫ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି। ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏପରି କି ଡେଙ୍ଗୁରେ ଜୁରୁଡ଼ି ଅଞ୍ଚଳର ଜଣକର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ବିଭାଗ କୌଣସି ତଥ୍ୟ ଦେଉ ନ ଥିବା ବେଳେ ଜୁରୁଡ଼ି, ବାମେବାରି, ଖଣ୍ଡବନ୍ଧ, ଜଜାଙ୍ଗ, ଗୁରୁତୁଆଁ ପ୍ରଭୃତି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି। ଅଞ୍ଚଳରେ ଡେଙ୍ଗୁର ସ୍ଥିତି ଭୟାବହ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଯୋଡା ବିକାଶ ପରିଷଦ ସମ୍ପାଦକ ସୁଶାନ୍ତ କୁମାର ବାରିକ କହିଛନ୍ତି।
ବିଶେଷ ସୂତ୍ରରୁ ସୂଚନା ଅନୁଯାୟୀ, ଯୋଡ଼ା ଅଞ୍ଚଳରେ ୧୬୮ରୁ ଊର୍ଦ୍ଧ୍ୱ ଡେଙ୍ଗୁରେ ଆକ୍ରାନ୍ତ ହେଲେଣି। ସେଥି ମଧ୍ୟରୁ ୪୫ଙ୍କ ରକ୍ତରେ ପ୍ଲେଟ୍‌ଲେଟ୍‌ ହ୍ରାସ ସମସ୍ୟା ଦେଖାଯାଇଥିଲା। ଜିଲା ମୁଖ୍ୟ ଡାକ୍ତରଖାନାରେ ଏହା ଉପଲବ୍ଧ ହେଉ ନ ଥିବାରୁ ରୋଗୀମାନେ ବିଭିନ୍ନ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଯୋଡ଼ାରେ ଥିବା ଟାଟା କମ୍ପାନୀ ଡାକ୍ତରଖାନାରେ ସର୍ବାଧିକ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଯୋଡ଼ାରେ ଥିବା ଏକ ନର୍ସିଂହୋମକୁ ମଧ୍ୟ ଡେଙ୍ଗୁ ରୋଗୀ ବହୁ ସଂଖ୍ୟାରେ ଆସୁଥିବା ଡାକ୍ତର ଓମ୍‌ ପ୍ରକାଶ ମୋହତା କହିଛନ୍ତି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ପୌରପାଳିକା ପକ୍ଷରୁ କୌଣସି ପ୍ରତିଷେଧକମୂଳକ ବ୍ୟବସ୍ଥା କରାଯାଉ ନ ଥିବା ଯୋଡ଼ା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର କହିଛନ୍ତି। ସ୍ଥାନୀୟ ଖଣି କମ୍ପାନୀଗୁଡ଼ିକ କେବଳ ଡେଙ୍ଗୁ ଟେଷ୍ଟ କରି ଦାୟିତ୍ୱ ସମ୍ପନ୍ନ କରି ଦେଉଛନ୍ତି। ଖଣିର ପାରିପାଶର୍‌ବିକ ଅଞ୍ଚଳରେ କୌଣସି ପ୍ରକାର ପରିମଳ ବ୍ୟବସ୍ଥା କରୁନାହାନ୍ତି। ଯୋଡ଼ା ବ୍ଲକ୍‌ ପକ୍ଷରୁ ମଧ୍ୟ ଗ୍ରାମାଞ୍ଚଳଗୁଡ଼ିକରେ ପ୍ରତିକାର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି। କେନ୍ଦୁଝର ସିଡିଏମ କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି, ଗୁରୁବାର ଯୋଡା ଗସ୍ତ କରିଥିଲେ। ଡେଙ୍ଗୁ ସମ୍ପର୍କରେ ପୌର ଅଧ୍ୟକ୍ଷ ଡ. ଜଗଦୀଶ ପ୍ରସାଦ ସାହୁ, ବାସୁଦେବପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଲକ୍ଷ୍ମୀକରନ୍ତ ସିଂ ଓ ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଅଞ୍ଚଳରେ ପରିଛନ୍ନତା, ମେଡିକାଲରେ ଆବଶ୍ୟକ କିଟ୍‌ ଉପଲବ୍ଧ କରିବାକୁ କୁହାଯାଇଛି। ଅଞ୍ଚଳରେ ମଶାରି ବଣ୍ଟନ କରାଯିବ ବୋଲି ସେ କହିଥିଲେ। ଡାକ୍ତର ଲକ୍ଷ୍ମୀକାନ୍ତ ସିଂ କହିଛନ୍ତି, ଡେଙ୍ଗୁ ନିରାକରଣ ପାଇଁ ବିଭାଗୀୟ ପଦକ୍ଷେପ ନିଆଯାଉଛି। ଜିଲାରେ ରୋଗୀଙ୍କୁ ପ୍ଲେଟ୍‌ଲେଟ ବ୍ୟବସ୍ଥା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ରହିଛି। ଅନୁମତି ମିଳିଲେ ତାହା ଯୋଗାଇ ଦିଆଯାଇପାରିବ ବୋଲି କହିଥିଲେ। ଯୋଡ଼ା ବ୍ଲକ୍‌ ଅଧ୍ୟକ୍ଷ କବିନ୍ଦ୍ର ନାଏକ କହିଛନ୍ତି, ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଭିନ୍ନ ସମୟରେ ବୈଠକ କରାଯାଇ ପଦକ୍ଷେପ ନିଆଯାଉଛି। ତଥାପି ଆକ୍ରାନ୍ତଙ୍କ ସଂଖ୍ୟା କମୁନି କାହିଁକି ଜାଣିହେଉନି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri