Posted inଜାତୀୟ

କର୍ନାଲରେ କୃଷକଙ୍କ ଶକ୍ତି ପ୍ରଦର୍ଶନ

କର୍ନାଲ,୮।୯: ଅଗଷ୍ଟ ୨୮ରେ ଅଧିକାର ମାଗୁଥିଲେ, ଲାଠିମାଡ଼ ଖାଇଲେ। ପୋଲିସ ପ୍ରହାରରେ ଜଣେ ଚାଷୀଙ୍କ ଜୀବନ ଚାଲିଗଲା। ଏହାର ପ୍ରତିବାଦରେ ହରିୟାଣାର କର୍ନାଲ ସ୍ଥିତ ମିନି ସେକ୍ରେଟାରିଏଟ୍‌ ଘେରାଓ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହ୍ବାନ ଦିଆଯାଇଥିଲା। ଏହି କ୍ରମରେ ମଙ୍ଗଳବାର ପ୍ରାୟ ୨୦ ହଜାର ଚାଷୀ ଏକତ୍ରିତ ହୋଇଥିଲେ। ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ରୋକିବା ପାଇଁ ଏକତ୍ରିତ ହେବାକୁ ଅନୁମତି ନ ଦେଇ ୧୪୪ ଧାରା ଜାରି କରିଥିଲା। ଏଥିସହ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରାଯାଇଥିଲା।
କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତମାସରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ବେଳେ ପୋଲିସର ଲାଠିମାଡ଼ରେ ସୁଶୀଲ କାଜ୍‌ଲା ନାମକ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ କର୍ନାଲ ଏସ୍‌ଡିଏମ୍‌ ଆୟୁଷ ସିହ୍ନା ଆନ୍ଦୋଳନରତ କୃଷକଙ୍କ ମୁଣ୍ଡ ଫଟାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୁଶୀଲଙ୍କ ପାଇଁ ନ୍ୟାୟ ଦାବି କରି ହଜାର ହଜାର ଚାଷୀ କର୍ନାଲରେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ମିନି ସେକ୍ରେଟାରିଏଟ୍‌ ଘେରାଉ କରିଛନ୍ତି। ବିକେୟୁ ନେତା ରାକେଶ ଟିକାଏତ୍‌ ଗଣମାଧ୍ୟମକୁ କହିଛନ୍ତି, ବିକ୍ଷୋଭରତ ଚାଷୀଙ୍କ ମୁଣ୍ଡ ଫଟାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇ ଭିଡିଓରେ କଏଦ୍‌ ହୋଇଥିବା ଆଇଏଏସ୍‌ ଅଫିସରଙ୍କୁ ନିଲମ୍ବନ କରାଯାଉ। ଯୋଗେନ୍ଦ୍ର ଯାଦବ ମହାପଞ୍ଚାୟତକୁ ସମ୍ବୋଧିତ କରି କହିଥିଲେ, ଜଣେ ଆଇଏଏସ୍‌ ଅଫିସରଙ୍କୁ ଚାଷୀଙ୍କ ମୁଣ୍ଡ ଫଟାଇବା ପାଇଁ ନିର୍ଦ୍ଦେଶ ଦେବା ସକାଶେ କେଉଁ ସମ୍ବିଧାନ ଓ କେଉଁ ଆଇନ ଅନୁମତି ଦେଇଛି। ସରକାରଙ୍କୁ ତାହା ପଚାରିବା ପାଇଁ ଆମେ ଏଠାକୁ ଆସିଛୁ। ଆଲୋଚନା ବେଳେ ପ୍ରଶାସନ ପକ୍ଷରୁ ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ, କର୍ନାଲ ଆଇଜିପି ମମତା ସିଂ, ଏସ୍‌ପି ଗଙ୍ଗାରାମ ପୁନିଆ ଉପସ୍ଥିତ ଥିଲେ। ତେବେ ଜିଲା ପ୍ରଶାସନ ଚାଷୀଙ୍କ ଦାବି ପୂରଣ କରିବାକୁ ସହମତି ପ୍ରକାଶ ନ କରିବାରୁ ଆଲୋଚନା ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri