ଉପସ୍ବାସ୍ଥ୍ୟକେନ୍ଦ୍ର ଗୃହ ଭଙ୍ଗା, ଗଛ କଟାକୁ ବିରୋଧ

ନାଉଗଁା,୨୩ା୧୧(ସ୍ବ.ପ୍ର): ନାଉଗଁା ତହସିଲ ଅନ୍ତର୍ଗତ ଜାମୁଗଁାସ୍ଥିତ ଉପସ୍ବାସ୍ଥ୍ୟକେନ୍ଦ୍ର ଭଙ୍ଗା ଓ ଏହାର ନିକଟରେ ଥିବା ଗଛା କଟାକୁ ବନ୍ଦ କରିବା ଦାବିରେ ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ଏ ନେଇ ତହସିଲ ପ୍ରଶାସନ ପକ୍ଷରୁ ଗଛ କଟାକୁ ସ୍ଥଗିତ ରଖାଯାଇଛି। ଏ ସମ୍ପର୍କରେ ୨ ଦିନ ପରେ ଗ୍ରାମବାସୀଙ୍କ ସହ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି।
ଜାମୁଗଁା ଉପସ୍ବାସ୍ଥ୍ୟକେନ୍ଦ୍ରର ଗୃହ ଭାଙ୍ଗିରୁଜି ଯାଇଛି। ଏହାର ନୂତନ ଗୃହ ନିର୍ମାଣ ପାଇଁ ଜିଲା ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ଟେଣ୍ଡର କରାଯାଇଛି। ଏବେ ନୂତନ ଗୃହ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ଭଙ୍ଗାଯାଇ ସେଠାରେ ନୂତନ କେନ୍ଦ୍ର କରିବାକୁ ଯୋଜନା କରାଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉକ୍ତ କେନ୍ଦ୍ର ଓ ନିକଟରେ ଥିବା ୨ ବଡ଼ ଚାକୁଣ୍ଡା ଗଛକୁ କଟାଯିବା ପାଇଁ ଉଦ୍ୟମ କରାଯାଇଥିଲା। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି।
ଗ୍ରାମବାସୀ ଅନୁପ ମହାନ୍ତିଙ୍କ ସୂଚନା ମୁତାବକ, ପୂର୍ବରୁ ଏହି ଉପସ୍ବାସ୍ଥ୍ୟ କେନ୍ଦ୍ରର ମରାମତି ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ଟଙ୍କା ଓ ୨୦୨୦-୨୧ ଆର୍ଥିକ ବର୍ଷରେ ପଞ୍ଚାୟତ ପକ୍ଷରୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨ ବର୍ଷରେ ମରାମତି ନାମରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ବର୍ତ୍ତମାନ ଏହି କେନ୍ଦ୍ରକୁ କାହିଁକି ଭଙ୍ଗାଯାଉଛି। ସେହିପରି ସରକାରୀ ସ୍ଥାନରେ ଥିବା ଗଛକୁ ବିନା କାରଣରେ ପ୍ରଶାସନ ପକ୍ଷରୁ କଟାଯିବାକୁ ଉଦ୍ୟମ କରାଯାଉଛି। ନୂତନ ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ପୂର୍ବରୁ ସ୍ଥାନୀୟ ସରପଞ୍ଚ ଓ ରାଜସ୍ବ ନିରୀକ୍ଷକ ଅନ୍ୟ ଏକ ସ୍ଥାନ ଚିହ୍ନଟ କରିଥିଲେ। ମାତ୍ର ଏବେ ପୂରୁଣା ସ୍ବାସ୍ଥ୍ୟକେନ୍ଦ୍ର ଗୃହ ଭାଙ୍ଗି ସେଠାରେ ନୂତନ କରିବାକୁ ଉଦ୍ୟମ କରାଯାଉଥିବାରୁ ବିରୋଧ କରାଯାଉଛି ବୋଲି ଗ୍ରାମର ଅନୁୁପ ମହାନ୍ତି, ଦୀଲିପ ପାଢୀ, ଜୀବନ ଜ୍ୟୋତି ପରିଡା,ରିତୁରାଜ ମହାନ୍ତି ପ୍ରମୁଖ କହିଛନ୍ତି। ଖବରପାଇ ଘଟଣାସ୍ଥଳରେ ତହସିଲଦାର ଜେ.କଳ୍ପନା ଓ ଥାନାଧିକାରୀ ଅନିରୁଦ୍ଧ ନାୟକ ପହଞ୍ଚତ୍ ଗ୍ରାମବାସୀ ବୁଝାଶୁଝା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ପ୍ରଶ୍ନ ପଚାରିଲେ ନ୍ୟୁଜ ଆଙ୍କର, ରାଗରେ ନାଲି ପଡ଼ିଗଲେ ଡୋନାଲ୍ଡ ଟ୍ରମ୍ପ, ସାକ୍ଷାତକର ମଝିରୁ ଚାଲିଯିବ ସହ କହିଲେ…

ଓ୍ବାଶିଂଟନ,୮।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାର ସମୟରେ ଏତେ କ୍ରୋଧିତ ହୋଇଗଲେ ଯେ ସେ ସାମ୍ବାଦିକଙ୍କୁ ‘ବେଇମାନ ଏବଂ ମୂର୍ଖ’ ବୋଲି କହି ମଝିରୁ…

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଗୁପ୍ତେଶ୍ୱର ଶୈବପୀଠରେ ଏକାଠି ହେଲେ ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ର, ସରକାରୀ ସ୍କୁଲର ଅଭାବ….

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ…

ସରିଲା ମା’ ଫୁଲସୁନ୍ଦରୀଙ୍କ ଠାକୁରାଣୀ ଯାତ୍ରା, ମନ୍ଦିରକୁ ଫେରିଲେ ଫୁଲସୁନ୍ଦରୀ-ବରାହୀ ଠାକୁରାଣୀ

ପୁରୁଷୋତ୍ତମପୁର,୭।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଚାଲିଥିବା ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପନ ହୋଇଛି । ରାତିରେ ମା’ ଫୁଲସୁନ୍ଦରୀ ଓ ମା’ ବରାହୀ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri