ବଡଟେମରି ମଣ୍ଡିକୁ ଅଲଗା କରିବାକୁ ଦାବି

କୋକସରା,୨୨।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଚାରବାହାଲ ପ୍ୟାକ୍ସ ଅଧୀନରେ ଥିବା ମୋଟେର ମଣ୍ଡିରୁ ରଣମାଲ ପ୍ୟାକ୍ସର ବଡଟେମରି ମଣ୍ଡିକୁ ସମ୍ପୂର୍ଣ୍ଣ ଅଲଗା କରିବାକୁ ଚାଷୀମାନେ ଦାବି କରିଛନ୍ତି। ଚାଷୀଙ୍କ ଅଭିଯୋଗ ହେଲା, ବଡଟେମରୀ ମଣ୍ଡିର ଚାଷୀମାନେ ମଣ୍ଡି ଆରମ୍ଭ ନ ହେଉଣୁ ମୋଟେର ମଣ୍ଡି ପ୍ରାଙ୍ଗଣରେ ଧାନ ଆଣି ଗଦାକରି ରଖିଥାନ୍ତି। ଫଳରେ ମଣ୍ଡି ଶେଷ ହେବା ପର୍ପ୍ୟନ୍ତ ମୋଟେର ମଣ୍ଡିର ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଜାଗା ମିଳେ ନାହିଁ। ଏହି ବିଷୟରେ ବଡଟେମରି ମଣ୍ଡିର ଧାନକ୍ରେତା ସ୍ବୟଂ ସହାୟକ ଗୋଷ୍ଠୀର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ । ଏହାକୁ ମୋଟର ମଣ୍ଡି ଅନ୍ତର୍ଗତ କୁସୁମଖୁଣ୍ଟି, ବାଟିଗୁଡା, ଜଲତାମୁଣ୍ଡା, ଖଟୁଲୁଗୁଡା ସମେତ ମୋଟେର ଗ୍ରାମର ଚାଷୀମାନେ ବିରୋଧ କରିଛନ୍ତି। ଖବର ପାଇ କୋକସରା ତହସିଲଦାର ମନୋଜ ପାଢୀ ପହଞ୍ଚତ୍ ସ୍ଥାନୀୟ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ୭ ଦିନ ଭିତରେ ଜାଗା ଚିହ୍ନଟ କରି ସମସ୍ୟାର ସମାଧାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ମୋଟେର ସରପଞ୍ଚ ଇଂ. ସୁଶୀଲ ଶବର, ହରିଶଙ୍କର ନାଏକ, କୁଶ ବେହେରା, ସୁଦର୍ଶନ ବେହେରା, ଲକ୍ଷ୍ମୀକାନ୍ତ ମାଝି, ବିଶେଶ୍ୱର ବନ୍ଧୀଛୋଡ , ସୁଦର୍ଶନ ବେହେରା, ଲିଙ୍ଗରାଜ ବେହେରା, ମହେନ୍ଦ୍ର ବେହେରା, ହୁତାଶନ ହାତୀ, ବୀରବଲ ଦଳପତି, ହୃଷୀକେଶ ଦାସ, ହେମନ୍ତ ଦାସ, କମଳାକାନ୍ତ ମାଝି, ହର ଜାଲ ପ୍ରମୁଖ ତହସିଲଦାରଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାରେ ୩୦୨ ହେକ୍ଟର ଚାଷଜମି ବାଲିଚର : ୧୨ଟି ପଞ୍ଚାୟତ ପ୍ରଭାବିତ

କର୍ଲାମୁଣ୍ଡା,୨୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଗତ ସପ୍ତାହରେ ପ୍ରବଳ ବର୍ଷାହେବା ଯୋଗୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ବ୍ଲକର ୧୨ଟି ପଞ୍ଚାୟତର ଅଧିକାଂଶ...

କଳାହାଣ୍ଡି : ୧୦୩ କେନ୍ଦ୍ରରେ ପରୀକ୍ଷା ଦେବେ ୨୧,୧୬୫ ଛାତ୍ରୀଛାତ୍ର

ଭବାନୀପାଟଣା,୧୮।୨(ଡି.ଏନ୍‌.ଏ.): ଚଳିତ ବର୍ଷ କଳାହାଣ୍ଡି ଜିଲାର ୩୩୬ଟି ହାଇସ୍କୁଲର ୨୧ ହଜାର ୧୬୫ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥି ନିମନ୍ତେ ଜିଲାରେ ୧୦୩ଟି ପରୀକ୍ଷା...

ଭୁଶୁଡ଼ିଲା ପୋଲ, ଖସିପଡ଼ିଲା ୨ ଚଳନ୍ତା କାର୍‌: ୫ ଆହତ

ଭବାନୀପାଟଣା,୩୦।୧୦(ସ୍ବ.ପ୍ର.): ପୋଲ ଭୁଶୁଡି ପଡିବାରୁ ୨ ଚଳନ୍ତା କାର୍‌ ବ୍ରିଜ୍‌ ତଳକୁ ଖସିପଡିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର...

ଦାଦନ ଖଟିବାକୁ ଯାଇଥିଲେ ଛାତ୍ର, ଘରକୁ ଆସିଲା ମୃତଦେହ

କୋକସରା,୨୬ା୫(ଡି.ଏନ.ଏ) କଳାହାଣ୍ଡି ଜିଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ନେଇଥିବା ବେଳେ ରାଜ୍ୟ...

ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିଭିନ୍ନ ସାମଗ୍ରୀ ଜବତ

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କଳାହାଣ୍ଡି ଓ କନ୍ଧମାଳ ଜିଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ୍‌ ଓ ଏସ୍‌ଓଜି ପକ୍ଷରୁ ମିଳିତ କୋମ୍ବିଂ...

ଦୃଷ୍ଟି ଆଢୁଆଳରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା

କୋକସରା,୧୧ା୧୨(ଡି.ଏନ.ଏ.): ଆଉ ଦିନ କେଇଟା ପରେ ନୂଆବର୍ଷ। ଏହାକୁ ଧୁମଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ବିଶେଷ କରି ବଣଭୋଜି କରିବା...

ସିରିଜାପାଲିରେ ବୁଧବାର ସମିତି ସଭ୍ୟ ନିର୍ବାଚନକୁ ନେଇ ପ୍ରଶାସନ ପ୍ରସ୍ତୁତ

କେସିଙ୍ଗା, ୨୬।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରିଜାପାଲି ପଞ୍ଚାୟତରେ ବୁଧବାର ସମିତି ସଭ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର କର୍ମଚାରୀମାନେ ଆବଶ୍ୟକୀୟ...

ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଏତଲା

କୋକସରା,୧୧ା୬(ଡି.ଏନ୍‌.ଏ.): ବିବାଦୀୟ ଜ୍ଞାନବାପି ମସ୍‌ଜିଦ ବିଷୟରେ ଏକ ଟିଭି ଚ୍ୟାନେଲର ବିତର୍କରେ ହିନ୍ଦୁଧର୍ମ ତଥା ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପ୍ରସଙ୍ଗ ଏବେ...

Advertisement
Archives

Model This Week