ଭୁବନେଶ୍ୱର, ୩।୩ (ବ୍ୟୁରୋ): ନୂଆ କୃଷି ଆଇନକୁ ଦେଶବ୍ୟାପୀ ତୀବ୍ର ବିରୋଧ କରାଯାଉଛି। ଏହାକୁ ପ୍ରତ୍ୟାହାର ପାଇଁ ଓଡ଼ିଶାରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। କୃଷି ଓ କୃଷକଙ୍କ ପାଇଁ ଅଣ୍ଟା ଭିଡିଥିବା ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତି ଏବଂ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଅଭିନବ ପ୍ରତିବାଦ କରିଛି। ପୂର୍ବ ଓ ପଶ୍ଚିମରୁ ବାଇକ୍ ରାଲିର ଆୟୋଜନ କରି ଦାବି ରଖିଛି ଦୁଇ ସମିତି। ମଙ୍ଗଳବାର ଭୁବନେଶ୍ୱରଠାରେ ବିଶାଳ ବାଇକ୍ ରାଲି ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏକ ବାଇକ ଶୋଭାଯାତ୍ରା କଟକ-ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ବାଇପାସ୍ ଛକଠାରୁ ବାହାରି ରସୁଲଗଡ, ବାଣୀବିହାର ଛକଦେଇ ବିଧାନସଭା ସମ୍ମୁଖ ଲୋୟର ପିଏମ୍ଜି ପହଞ୍ଚତ୍ଥିଲା। ପୂର୍ବରୁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ନେତୃତ୍ୱରେ ବରଗଡଠାରୁ ଗତ ଫେବୃୟାରୀ ୨୮ରେ ବାହାରିଥିବା ଉଲ୍ ଗୁଲାନ୍ ଯାତ୍ରା ଭୁବନେଶ୍ୱରରେ ଏହି ଶୋଭାଯାତ୍ରା ସହ ସାମିଲ ହୋଇଥିଲା। ଏହି ଅବସରରେ ଏକ ୩ଜଣିଆ ପ୍ରତିନିଧି ଦଳ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୋଦି ସରକାର ପ୍ରଣୟନ କରିଥିବା ୩ କୃଷକ ବିରୋଧୀ କୃଷି ଆଇନ କର୍ପୋରେଟଙ୍କ ସ୍ବାର୍ଥରେ ଅଣାଯାଇଛି। ତେଣୁ ଏହି ଆଇନଗୁଡିକୁ ତୁରନ୍ତ ପ୍ରତ୍ୟାହାର କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ସ୍ବାମୀନାଥ କମିଶନ ସୁପାରିଶ ଅନୁସାରେ ଏମ୍ଏସ୍ପି ପ୍ରଦାନ କରିବା ନିମନ୍ତେ ଆଇନ ପ୍ରଣୟନ କରିବା, ପ୍ରତି ଧାନ କୁଇଣ୍ଟାଲରେ ୧୦୦୦ଟଙ୍କା ବୋନସ୍ ପ୍ରଦାନ କରିବା ଆଦି ଦାବି କରାଯାଇଛି।
ସମିତି ପକ୍ଷରୁ ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ବିଧାନସଭା ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ନେତୃବୃନ୍ଦ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ଆସନ୍ତା ୨୩ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ କୃଷକ ଅଧିକାର ସମାବେଶ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟବ୍ୟାପି କିଷାନ୍ ଅଧିକାର ଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ମହିଳା ନେତ୍ରୀ ପ୍ରମୋଦିନୀ ସାହୁ, ପ୍ରମିଳା ବେହେରା, ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, ସୁର ଜେନା, ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।
ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା
ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…
ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍
ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍ଆଇ ଟିମ୍କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍ଆଇ ଟିମ୍ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…
ଏମଆରଏଫ୍ ୟୁନିଟ୍ରେ ପଶିଲା ୫ ଫୁଟର ଅଜଗର, ପରେ….
କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍ ୟୁନିଟ୍ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…
ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…
ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…
ରାଜଧାନୀରେ ମହିଳାଙ୍କୁ ବଳାତ୍କାର
ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…
ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ
ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…
ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….
ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…
Archives

