ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…

କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି ସୋମବାର ଲୋକେ ପାଣି ତଳେ ପ୍ରଦର୍ଶନ କରିଛନ୍ତି। ଅନ୍ୟ ଲୋକେ ନିଜ ନିଜ ଘର ବାହାରେ ୧୨ ଘଣ୍ଟିଆ ଅନଶନ କରିଛନ୍ତି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲାକ୍ଷାଦ୍ୱୀପ ଏବଂ କେରଳର ବିରୋଧୀଦଳ ଅଭିିଯୋଗ କରିଛନ୍ତି ଯେ, ଦ୍ୱୀପର ମୁସଲମାନ ବହୁଳ ଅଞ୍ଚଳରେ ପ୍ରଫୁଲ୍ଲ ମଦ ଉପରେ ଜାରି ରହିଥିବା କଟକଣା ହଟାଇ ଦେଇଛନ୍ତି। ସେହିପରି ଉପକୂଳ ଅଞ୍ଚଳରେ ଥିବା ଧୀବରବସ୍ତିଗୁଡ଼ିକୁ ତାଙ୍କ ନିର୍ଦ୍ଦେଶରେ ଭାଙ୍ଗିରୁଜି ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ ଭାଜପା ପକ୍ଷରୁ ପ୍ରଫୁଲ୍ଲଙ୍କୁ ସୁରକ୍ଷା ଦେବାକୁ ଯାଇ କୁହାଯାଇଛି ଯେ, ସେ ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି। ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଉପଯୁକ୍ତ। ପ୍ରଫୁଲ୍ଲଙ୍କ କାର୍ଯ୍ୟ ଅଗଣତାନ୍ତ୍ରିକ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଶରଦ ପାଓ୍ବାରଙ୍କ କୃପାରୁ ଅଜିତ ୪ଥର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି’

ମୁମ୍ବାଇ,୨୮।୮: ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମଧ୍ୟରେ ଚାଲିଥିବା କଳହକୁ ନେଇ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମଧ୍ୟ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଦଳର...

ପ୍ରାଚୀନ ତୀର୍ଥସ୍ଥଳ ଚିତ୍ରକୂଟ ଧାମ: କେବେ ଓ କେମିତି ଯିବେ; କ’ଣ ଦେଖିବେ

ଚିତ୍ରକୂଟ ଧାମ ମନ୍ଦାକିନୀ ନଦୀ ତଟଦେଶରେ ଅବସ୍ଥିତ ଭାରତର ଏକ ପ୍ରାଚୀନ ତୀର୍ଥସ୍ଥଳ ଭାବେ ପରିଚିତ। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପ୍ରଭୁ ଶ୍ରୀରାମ...

ସରକାର ଗଠନ ପରେ ସଂକଳ୍ପ ପତ୍ରକୁ ଅଳିଆ ଗଦାକୁ ଫିଙ୍ଗି ଦେଇଛି ଭାଜପା: ଅଖିଳେଶ

ଲକ୍ଷ୍ନୌ,୧ ।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା)କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟି...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ...

ହକି ଦଳ ଯାହା କଲେ, ଆଜି ସାରା ଦେଶ ଖୁସିରେ ନାଚୁଛି: ପିଏମ୍‌ ମୋଦି…

ନୂଆଦିଲ୍ଲୀ,୫।୮: ଭାରତୀୟ ପୁରୁଷ ହକି ଦଳ ଗୁରବୁାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। ହକି ଦଳ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଜ...

ଭାରତରେ ବଡ଼ ବ୍ରିଜ୍‌ ଦୁର୍ଘଟଣା

ନୂଆଦିଲ୍ଲୀ,୧।୧୧: ଗୁଜରାଟର ମଛୁ ନଦୀ ଉପରେ ଥିବା ଏକ ପୁରୁଣା କେବଲ ବ୍ରିଜ୍‌ ରବିବାର ଭୁଶୁଡ଼ି ପଡ଼ିବାରୁ ୪୭ ପିଲାଙ୍କ ସମେତ ୧୩୪ ଜଣଙ୍କ ଜୀବନ...

କରୋନା ସଚେତନତା ପାଇଁ ନିଜ ଘୋଡ଼ାକୁ ଭାଇରସ ଭଳି ରଙ୍ଗେଇଲେ ପୋଲିସ

କୁର୍ନୁଲ,୩୧।୩: କରୋନା ଭାଇରସର ସଂକ୍ରମଣରୁ ବଞ୍ଚିବାକୁ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ସରକାରୀ ସ୍ତରରେ ଏହାକୁ ନେଇ ଆମ ଦେଶରେ ମଧ୍ୟ ସଚେତନତା ସୃଷ୍ଟି...

ବିବାହର ୧୬ ବର୍ଷ ପରେ ପ୍ରମାଣପତ୍ର ମାଗିବାରୁ କର୍ମଚାରୀ କହିଲେ ପୁଣିଥରେ ବିବାହ କର

କୋଚି,୧୨।୭: କେରଳର ଜଣେ ଦମ୍ପତି ବିବାହର ୧୬ ବର୍ଷ ପରେ ଏହାର ପ୍ରମାଣପତ୍ର ପାଇଁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଥିବା ୪ ଜଣ...

Advertisement
Archives

Model This Week