ସ୍ଥାୟୀ ନିଯୁକ୍ତି ଦାବି: କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଲେ ମହାବିଦ୍ୟାଳୟ ଅସ୍ଥାୟୀ ଅଧ୍ୟାପକ

ବାଙ୍କୀ, ୧୨।୯ (ଶୁଭେନ୍ଦୁ ମହାପାତ୍ର) : ଓଡିଶା ରାଜ୍ୟ ବେସରକାରୀ କଟକ ଜିଲ୍ଲା କର୍ମଚାରୀ ସଂଘ ଆହ୍ବାନ କ୍ରମେ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅଂଶୁପା ସ୍ନାତକ ବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନେ କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ନୂତନ ଜି ଆଇ ଏ ପଦବୀ ବାହାର କରିବା ଦାବିରେ ପୁର୍ବରୁ ସରକାରଙ୍କୁ ଅବଗତ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସହିତ ଭୁବନେଶ୍ୱର ବିଧାନ ସଭା ସମ୍ମୁଖରେ ଧାରଣା ରେ ବସି ପ୍ରତିବାଦ ଜଣାଇଥିଲେ ମଧ୍ୟ ସରକାର ଏ ଦିଗରେ କର୍ଣ୍ଣପାତ କରି ନ ଥିବା ଧାରଣା କାରୀ ମାନେ କହିଛନ୍ତି । ଆଜକୁ ଦୀର୍ଘ ୨୬ ଦିନ ଧରି ଧାରଣା ରେ ବସିଥିବା ବେଳେ ସରକାର ଏଥିପ୍ରତି ଗୁରୁତ୍ ଦେଉନଥିବା ଦୁଃଖର ସହ ପ୍ରକାଶ କରିଛନ୍ତି ଧାରଣାକାରୀ ମାନେ। ଅଳ୍ପ ବେତନରେ ମହାବିଦ୍ୟାଳୟ ରେ ପାଠ ପଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଥିଲେ ମଧ୍ୟ ଉଚିତ ପ୍ରାପ୍ୟ ବେତନ ରୁ ବଞ୍ଚିତ ରହିଛନ୍ତି। ଏହାକୁ ଦୃଷ୍ଟି ଆଗରେ ରଖି ସଂଘ ନିଷ୍ପତି ଅନୁଯାୟୀ, ଅସ୍ଥାୟୀ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କ ମନରେ ଅସୋନ୍ତଷ ପ୍ରକାଶ ପାଇଛି। ଏହି ମହାବିଦ୍ୟାଳୟରେ ୫୭୬ ଜଣ ଛାତ୍ରୀଛାତ୍ର ଅଧ୍ୟୟନରୁ ବଞ୍ଚିତ ରହୁଥିବା ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରୀଛାତ୍ର। ସରକାର ଯେ ପର୍ଯ୍ୟନ୍ତ ଦାବି ପୂରଣ ନ କରିଛନ୍ତି, ସେପର୍ଯ୍ୟନ୍ତ ଅର୍ନିଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସଞ୍ଜୟ ପ୍ରଧାନ, ମନୋରଞ୍ଜନ ବେହେରା, ଭୁବନାନନ୍ଦ ସାହୁ, ସୀତାକାନ୍ତ ରାଉତ, ଦିଲୀପ ସାହୁ , ଶ୍ରୀକାନ୍ତ ବାଘ, ଅଶୋକ ମନ୍ତ୍ରୀ , ସ୍ବର୍ଣ୍ଣଲତା ରାଉତ, ପ୍ରିୟମ୍ବଦା ଚୌଧୁରୀ, ଗିରିଶ ଖଟୁଆ ପ୍ରମୁଖ ଦାବି କରିଛନ୍ତି ।

 

 


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri