ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଜିଲାପାଳଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ବିଭିନ୍ନ ପଞ୍ଚାୟତର ଚାଷୀ ପ୍ରତିନିଧି ବୃନ୍ଦ ଏକତ୍ରିତ ହୋଇ ବାତ୍ୟା ମୋନ୍ଥା ଓ ଲଗାଣ ବର୍ଷା ପ୍ରଭାବରେ କ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ସାନଖେମୁଣ୍ଡି ତହସିଲ ଅଧୀନରେ ଥିବା ଚାଷଜମି ଗୁଡ଼ିକର ଧାନ, ମାଣ୍ଡିଆ, ପନିପରିବା ଫସଲ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ଫୁଲ, ଛତୁ ଚାଷ କରି ଚାଷୀ ଅଧିକ କ୍ଷତି ସହିଛି। ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ କ୍ଷତିର କ୍ଷତିପୂରଣ ସହ ଧାନ ଫସଲରେ ମାଟିଆଗୁଣ୍ଡି, ଚକଡ଼ା ରୋଗପୋକ ସଂକ୍ରମଣର ପ୍ରତିକାର। ଚାଷୀ ଓ ଭାଗ ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସରକାରୀ ସହାୟତା ନିମନ୍ତେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସାନଖେମୁଣ୍ଡି ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନାଙ୍କୁ ମଙ୍ଗଳବାର ୮ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ଲକ ଅଞ୍ଚଳର ଶତାଧିକ ଛାମୁଆ କୃଷକ ନେତା, ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଜିଲା ପରିଷଦ ସଦସ୍ୟ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ ଓ ପାଟପୁର ବନପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗତ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଓ ପରବର୍ତ୍ତୀ ଅବସ୍ଥାରେ ଚାଷ ଓ ଚାଷୀଙ୍କ ସଙ୍କଟଜନକ ସ୍ଥିତି ସମ୍ପର୍କରେ ଅବସ୍ଥାପିତ ସରକାରୀ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସାନଖେମୁଣ୍ଡି ଅଞ୍ଚଳରେ ହୋଇଥିବା ଖରିଫ ଧାନ, ପନିପରିବା ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲର କ୍ଷୟକ୍ଷତି ଆକଳନ ସହ ଉପଯୁକ୍ତ କ୍ଷତି ପୂରଣ ଚାଷୀଙ୍କୁ ପ୍ରଦାନ କରାଯିବା, ପ୍ରତ୍ୟେକ ରାଜସ୍ବ ଗ୍ରାମକୁ ଗୋଟିଏ ୟୁନିଟ୍‌ ଭାବେ ଗ୍ରହଣକରି କ୍ଷୟକ୍ଷତିର ସଠିକ୍‌ ଆକଳନ କରାଯିବା, କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ତ କୃଷିଋଣ, ଜଳକର, ରାଜସ୍ବ ଖଜଣା, ବିଦ୍ୟୁତ ଦେୟ ଛାଡ଼ କରିବା, ବାତ୍ୟା ଓ ଲଗାଣ ବର୍ଷା ପରେ ଧାନ ଫସଲରେ ମାଟିଆଗୁଣ୍ଡି, ଚକଡ଼ା, କାଣ୍ଡବିନ୍ଧା ଭଳି ରୋଗପୋକ ସଂକ୍ରମଣର ପ୍ରତିକାର ସହ ଚାଷୀଙ୍କୁ ମାଗଣାରେ ସାର ଓ କୀଟନାଶକ ପ୍ରଦାନ କରିବା, ସମସ୍ତ ଚାଷୀଙ୍କୁ ଫସଲବୀମା ପ୍ରଦାନ କରିବା, ବାତ୍ୟା ପରେ ଫସଲରେ ବନ୍ୟପ୍ରାଣୀ ହାତୀ, ବାରହା, ହରିଣ, ମାଙ୍କଡ ପ୍ରାଦୁର୍ଭାବରେ କ୍ଷତିଗ୍ରସ୍ତ ଖରିଫ ଧାନ ଓ ପନପରିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବା, ବାତ୍ୟା ମୋନ୍ଥା ଓ ବର୍ଷା ପ୍ରଭାବରେ ଘର ଭାଙ୍ଗିଯାଇଥିବା ବାସହୀନ ବିପନ୍ନ ପରିବାରଙ୍କୁ କ୍ଷତିପୂରଣ ଅର୍ଥରାଶି ସହ ତୁରନ୍ତ ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରିବା, ଆଗାମୀ ରବି ଫସଲ ପାଇଁ ମାଗଣାରେ ଚାଷୀଙ୍କୁ ବିହନ, ସାର ଓ କୀଟନାଶକ ପ୍ରଦାନ କରିବା ସମେତ ବାତ୍ୟା, ବର୍ଷା, ବନ୍ୟା ଭଳି କୃଷି ସଙ୍କଟ ସମୟରେ କ୍ଷୟକ୍ଷତି ଆକଳନ ଓ ସମସ୍ୟା ପ୍ରତିକାରରେ କୃଷି ବିଭାଗର ଅବହେଳା ସମ୍ପର୍କରେ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ସମେତ ବରିଷ୍ଠ କୃଷକ ନେତା ଶମ୍ଭୁ ପଣ୍ଡା, ପୂର୍ବତନ ସରପଞ୍ଚ ସୁବାସ ମହାପାତ୍ର, କୈଳାସ ପାତ୍ର, ଅବସରପ୍ରାପ୍ତ ଶିକ୍ଷାବିତ୍‌ ଲିଙ୍ଗରାଜ ସ୍ବାଇଁ, ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନ, ଭଗବାନ ରାଉତ, କେ. ଶ୍ୟାମସୁନ୍ଦର ଦୋରା, ବିନାୟକ ଦାଶ, ଅଶୋକ ବେହେରା, ବୃନ୍ଦାବନ ମହାଙ୍କୁଡ, ଭାସ୍କର ମହାରଣା, ଅଶୋକ କୁମାର ଜେନା, ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ, ଜଗନ୍ନାଥ ପଣ୍ଡା ଏ. କୈଳାଶ ପାତ୍ର, ଗୋଲା ସ୍ବାଇଁ, ଗୋପାଳ ରାଉଳ, ଦେବେନ୍ଦ୍ର ସୁଆଁସିଅର, ରବିନ୍ଦ୍ର ପ୍ରଧାନ, କାଳୁଚରଣ ସେଠୀ, କାମରାଜୁ ପାତ୍ର, ସୀତାରାମ ସ୍ବାଇଁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବାତ୍ୟା ଓ ରୋଗ ପୋକ କ୍ଷତିଗସ୍ତ ଧାନ ଫସଲ ତହସିଲ ଓ କୃଷି କାର୍ଯ୍ୟାଳୟର ଅଧିକାରୀଙ୍କୁ ଦେଖାଇବା ସହ ଅତିଶୀଘ୍ର ଦାବୀ ପୂରଣ ନ କରାଗଲେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ହାତକୁ ନିଆଯିବ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?