ଶୁଖିଲା ପଟ୍ଟାମୁଣ୍ଡାଇ କେନାଲରେ ପାଣି ଛାଡ଼ିବାକୁ ଦାବି

ପଟ୍ଟାମୁଣ୍ଡାଇ,୧୭।୪(ସ୍ବ.ପ୍ର.): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ସପ୍ତାହେ ହେଲା କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିନ ୧୦ଟା ପରେ ଘରୁ ପଦାକୁ ଗୋଡ଼ କାଢ଼ି ହେଉନାହିଁ। ଦିନର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହୁଛି। ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଟାଣ ଖରା ପାଇଁ ବିଲରେ ପନିପରିବା ଫସଲ ଜଳି ମରି ଯାଉଥିବା ଦେଖିବାକୁ ମିଳୁଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରିଥିବା ଶାଖା କେନାଲଗୁଡ଼ିକ ବର୍ଷାଦିନ ପରଠାରୁ ଶୁଖିଲା ପଡିଛି। ଏଥିଯୋଗୁ ପୋଖରୀଗୁଡିକ ମଧ୍ୟ ଶୁଖିଗଲାଣି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡ଼ାଗଲେ ଏଥିରୁ ବାହାରିଥିବା ଶାଖା କେନାଲରେ ପାଣି ଆସିଲେ ବ୍ୟାପକ ଅଞ୍ଚଳରେ ଜଳ ସମସ୍ୟା ସମାଧାନ ହେବା ସହ ଉତ୍ତାପ ହ୍ରାସ ପାଆନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରିଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଶୁଖିଲା ପଡ଼ିଥିବାରୁ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲକୁ ସଂଯୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା ୧୬ ନଂ. କେନାଲ, ୨ ନଂ. କେନାଲ, କୋରିଆପଲ୍ଲା ମାଇନର, ୧୪ ନଂ. କେନାଲ, ୧୫ ନଂ. ତାତନା ମାଇନର ଶୁଖିଲା ପଡ଼ିଛି। କେନାଲ କୂଳ ଗ୍ରାମର ଅଧିକାଂଶ ଲୋକ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଶାଖା ଉପରେ ନିର୍ଭର କରି ଚଳିଥାନ୍ତି। କେନାଲ ସବୁ ଶୁଖିଲା ପଡ଼ିଥିବାରୁ ଚାଷ ସହ ବିଭିନ୍ନ କାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ସେହିପରି ଗ୍ରୀଷ୍ମପ୍ରବାହ କାରଣରୁ ଗୋରୁ, ଛେଳିମେଣ୍ଢା ଆଦି ଗୃହପାଳିତ ପ୍ରାଣୀ ପିଇବା ପାଣି ନ ପାଇ ଡହଳ ବିକଳ ହେଉଛନ୍ତି। କେନାଲ କୂଳରେ ଥିବା ଜମିରେ ଚାଷୀମାନେ ପନିପରିବା ଚାଷ କରିଥିବାରୁ ପାଣି ବିନା ମରିଯିବାକୁ ବସିଲାଣି। କେନାଲରେ ତୁରନ୍ତ ପାଣି ଛାଡ଼ିବାକୁ ସେ ଦାବି କରିଛନ୍ତି। ଚାଷୀ ଅଜୟ ନାୟକ, ସୁଶାନ୍ତ ସାମଲ, ପ୍ରଫୁଲ୍ଲ ତରାଇ, ବିଜୟ ଦାସ, ବନମାଳୀ ମହାପାତ୍ର, ଦେବେନ୍ଦ୍ର ପ୍ରଧାନ, ତ୍ରିଲୋଚନ ମଲିକ, ଭ୍ରମରବର ବେହେରା ପ୍ରମୁଖ ଜଳସମ୍ପଦ ବିଭାଗ ୧୫ ଦିନ ମଧ୍ୟରେ କେନାଲରେ ପାଣି ଛାଡିବାକୁ ଦାବି କରିଛନ୍ତି।
ସେମାନଙ୍କ କହିବା କଥା, ପଟ୍ଟାମୁଣ୍ଡାଇ ଅଞ୍ଚଳର ଷଣ୍ଢପଲ୍ଲୀ, ଅଳଭା, ଖଡିଅଣ୍ଟା, ଆମ୍ବେର, ଶିମୁଳିଆ, ଅରଡ଼ପଲ୍ଲୀ, ଗଙ୍ଗାରାମପୁର, ଗୁଣୁପୁର, ଛେଦରା, ଅଠରବାଟିଆ, ବେଲତଳ, ତାତନା, ଦକ୍ଷିଣଦିଆ, ବକ୍ତାରପୁର, ଛାଉଣୀ, ମାଟିଆ, କଖାରୁଣୀ, ବାଲିସାହି, ପୋଖରିଆପଡା, ଡିହାପଡା, ନରସିଂହପୁର, ବଡମୂଳବସନ୍ତ, ସେକପୁର, ଗଣ୍ଡକୂଳ, ନପଙ୍ଗ, ସୁବର୍ଣ୍ଣପୁର, ଓଉପଦା, ବିଲିକଣା, ଦୋସିଆ, ବଡପଡା, କାଠିଆପଡା ଆଦି ଉତିକୋଣ ଭେଡ଼ାରେ କେନାଲ ଜଳସେଚିତ ଜମିରେ ପନିପରିବା ଚାଷ କରାଯାଇଛି। କେନାଲ ପାଣି ବ୍ୟତୀତ ଅନ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଚାଷୀ କରିଥିବା ପରିବା ଫସଲ ଖରାରେ ଶୁଖିଯାଇ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଏବେ ଖରାଦିନ ହୋଇଥିବାରୁ ଗୃହପାଳିତ ପ୍ରାଣୀଙ୍କୁ ଗୁହାଳ କିମ୍ବା ଗୋଠରେ ବାନ୍ଧି ରଖି ହେଉନାହିଁ। ପାଣି ଅଭାବରୁ ଗୃହପାଳିତ ପ୍ରାଣୀମାନେ ଶୋଷରେ ଆଉଟ ପାଉଟ ହେଉଛନ୍ତି। କେନାଲରେ ପାଣି ନ ଥିବାରୁ ପ୍ରଚଣ୍ଡ ରୌଦ୍ରତାପରେ ପୋଖରୀ, ଗାଡ଼ିଆଗୁଡିକ ମଧ୍ୟ ଶୁଖିଲା ପଡ଼ିଛି। ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାରୁ କୂପ ଓ ନଳକୂପଗୁଡ଼ିକର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଚଳିତବର୍ଷ ଗ୍ରୀଷ୍ମଋତୁ ଆରମ୍ଭରୁ ବିଭିନ୍ନ ସ୍ଥାନରେ ବାରମ୍ବାର ଅଗ୍ନିକାଣ୍ଡ ଯୋଗୁ ବହୁ ଧନଜୀବନ କ୍ଷତି ଘଟାଇଛି। ପାଖରେ କୌଣସି ପାଣି ନ ଥିବାରୁ ଅଗ୍ନିଶମ ବାହିନୀ କର୍ମଚାରୀ ହଇରାଣ ହେଉଛନ୍ତି। ପଟ୍ଟାମୁଣ୍ଡାଇର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଧୋୟାଞ୍ଚଳକୁ ବାଦ୍‌ ଦେଲେ ଭେଡା ଅଞ୍ଚଳର ୭୦ ଭାଗ ଲୋକ କେନାଲ ପାଣି ଉପରେ ନିର୍ଭର କରି ଚାଷଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଚଳିତବର୍ଷ ଅନ୍ୟବର୍ଷ ତୁଳନାରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି। କେନାଲରେ ପାଣି ଛଡ଼ା ଗଲେ ଉଭୟପାଶର୍‌ବରେ ଥିବା ଗ୍ରାମଗୁଡ଼ିକର ଜନସାଧାରଣ ଆଶ୍ୱସ୍ତି ଅନୁଭବ କରନ୍ତେ। ଏଥିପ୍ରତି ଜଳସମ୍ପଦ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri