ଜବରଦଖଲକାରୀଙ୍କ କବଳରୁ ଜଗନ୍ନାଥଙ୍କ ଜମି ମୁକ୍ତ ପାଇଁ ଜୋର୍‌ ଧରିଲା ଦାବି, ତହସିଲଦାରଙ୍କୁ ଭେଟି…

ପୁରୁଷୋତ୍ତମପୁର,୨୪ା୭(ସୀମାଞ୍ଚଳ ମିଶ୍ର): ହିନ୍ଦୁସମାଜର ଆରାଧ୍ୟଠାକୁର ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରି ମନ୍ଦିରକୁ ହସ୍ତାନ୍ତର କରିବାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦାବି ଜୋର ଧରିଛି। ଏଥିନେଇ ଜଗନ୍ନାଥପ୍ରେମୀ ଭକ୍ତମାନେ ତହସିଲ କାର୍ଯ୍ୟାଳୟ ଆସି ଜବରଦଖଲକାରୀଙ୍କଠାରୁ ଜଗନ୍ନାଥଙ୍କ ଘରବାଡ଼ି, ଜାଗା, ଜମି ଉଦ୍ଧାର କରି ତୁରନ୍ତ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିବାକୁ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ ଲାଗି ରାଜରାସ୍ତାକୁ ଓହ୍ଲାଇବେ ବୋଲି ରୋକଠୋକ୍‌ ଭାବରେ ଚେତାବନୀ ଦେଇଛନ୍ତି। ଏହାସହ ଏକ ସ୍ମାରକପତ୍ର ଅତିରିକ୍ତ ତହସିଲଦାର ସଙ୍ଗୀତାସେଠୀଙ୍କୁ ପ୍ରଦାନ କରିଥିବା ବେଳେ ଗଞ୍ଜାମ ଜିଲାପାଳ, ଆଇନମନ୍ତ୍ରୀ,ରାଜସ୍ବମନ୍ତ୍ରୀ,ହିନ୍ଦୁ ଦୋବୋତ୍ତର କମିଶନର, ସହକାରୀ ଦେବୋତ୍ତର କମିଶନର, ପୁରୁଷୋତ୍ତମପୁର ଏନ୍‌ଏସି ନିିର୍ବାହୀ ଅଧିକାରୀଙ୍କ ନିକଟକୁ ମଧ୍ୟ ସ୍ମାରକପତ୍ର ପଠାଇ ପଦକ୍ଷେପ ନେବାକୁ ଦାବିକରିଛନ୍ତି।

ଗୁରୁବାର ପୁରୁଷୋତ୍ତମପୁରର ଜନସାଧାରଣ ଓ ଜଗନ୍ନାଥଙ୍କ ଭକ୍ତମାନେ ଏକତ୍ରହୋଇ ରଥସାହି ଜଗନ୍ନାଥମନ୍ଦିରଠାରୁ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ପୁରୁଷୋତ୍ତମପୁର ମୌଜାର ରଥସାହିରେ ବିଜେ ପ୍ରଭୁ ଜଗନ୍ନାଥଙ୍କ ସର୍ବସାଧାରଣ ଖାତା ୧୭୮୯ରେ ଦେବସ୍ଥଳୀ ବର୍ଣ୍ଣିତ ରହିଥିବା ୧୦ଟି ଘରବାଡ଼ି ପ୍ଲଟଜାଗାକୁ କିଛି ବ୍ୟକ୍ତି ଓ ବିଦ୍ୟୁତ୍‌ ବିଭାଗ ବେଇଆନ ଭାବରେ ଜବରଦଖଲ କରିଛନ୍ତି। ଏହାସହ ପୁରୁଷୋତ୍ତମପୁର ପୁରୁଣା ଜଗନ୍ନାଥ ସାହି ନଇତଡ଼ ସାହିରେ ଜଣେ ବଦାନ୍ୟ ବ୍ୟକ୍ତି ଦୀର୍ଘବର୍ଷ ପୂର୍ବେ ଜଗନ୍ନାଥଙ୍କୁ ଦାନ କରିଥିବା ଘରବାଡ଼ି ଜାଗାକୁ ମଧ୍ୟ ଜନୈକ ଜବରଦଖଲ କରି ରଖିଛନ୍ତି। ଏହି ସମ୍ଭ୍ରାନ୍ତଶ୍ରେଣୀର ବ୍ୟକ୍ତିମାନେ ଏପରି ମନ୍ଦିର ସମ୍ପତ୍ତିକୁ କବ୍‌ଜା କରି ନେବାରେ ଲାଗିଥିବାରୁ ମନ୍ଦିରର ସମ୍ପତ୍ତି ଲୋପ ପାଇବାରେ ଲାଗିଛି। ମନ୍ଦିର ଉନ୍ନୟନମୂଳକ କାର୍ଯ୍ୟରେ ଘୋର ବାଧକ ସାଜିଛି ବୋଲି କ୍ଷୋଭର ସହ ଜନସାଧାରଣ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?