ଅଲାରନାଥଙ୍କ ପୀଠରେ ବଢୁଛି ଖିରି ଚାହିଦା

ବ୍ରହ୍ମଗିରି,୨୩ା ୬ (ଡି.ଏନ୍‌.ଏ.): ମହାପ୍ରଭୁ ଜ୍ୱରରେ ପଡ଼ିଥିବା ବେଳେ ଅଣସରରେ ଠାକୁର ଭକ୍ତଙ୍କୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ଭାବେ ଦର୍ଶନ ଦିଅନ୍ତି। ଏହି ସମୟରେ ମହାପ୍ରଭୁ ଅଲାରନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ଏଥିସହ ଏଠାରେ ଅଲାରନାଥଙ୍କ ପ୍ରିୟ ଖିରିକୁ ଭୋଗ ଆକାରରେ ଲାଗି ହୋଇଥାଏ। ତେବେ ଭୋଗ ପରେ ଖିରିକୁ ଭକ୍ତମାନେ ମଧ୍ୟ ନିଅନ୍ତି। ଫଳରେ ଏହି ସମୟରେ ଖିରି ଭୋଗ ନେବା ପାଇଁ ଭକ୍ତଙ୍କ ମଧ୍ୟରେ ଚାହିଦା ବଢ଼ିବାରେ ଲାଗିଛି।

‘ଆ ଅଲାର ଖା ଖିରି’ ଉକ୍ତିଟି ଅଲାରନାଥ କ୍ଷେତ୍ରରେ ଲାଗିଥାଏ। ଏହି ଖିରି ଭୋଗର ପରମ୍ପରା କେଉଁ ଅନାଦି ଯୁଗରୁ ଚାଲିଆସିଛି । କପିଳ ସହିଂତାରେ ପ୍ରମାଣ ଦିଏ, ନୀଳମାଧବଙ୍କ ଅନ୍ତଃଧ୍ୟାନ ପରେ ବ୍ରହ୍ମଗିରି ନିକଟସ୍ଥ ଏକ ବ୍ରାହ୍ମଣ ପରିବାରରେ ଅବସ୍ଥାପନ କରିଥିଲେ। ସେତେବେଳେ ବ୍ରହ୍ମଗିରିରେ କୋମା ବ୍ରାହ୍ମଣମାନେ ବସବାସ କରୁଥିଲେ। ଉକ୍ତ ନାରାୟଣ ମୂର୍ତ୍ତିକୁ ଶ୍ରୀକେତନ ନାମକ ଏକ ଗରିବ ବ୍ରହ୍ମଣ ପୂଜା କରୁଥାନ୍ତି। ସେ ଭିକ୍ଷାକରି ଚଳୁଥିବାରୁ ଠାକୁରଙ୍କୁ ଚାଉଳ ଖିରି ଭୋଗ କରନ୍ତି। ଏକଦା ବ୍ରହ୍ମଣ ବିଦେଶ ଯିବା ସମୟରେ ତା’ର ୮ ବର୍ଷର ପୁଅ ମଧୁସୂଦନଙ୍କୁ ଠାକୁରଙ୍କ ପୂଜାରେ ନିୟୋଜିତ କରିଥିଲେ। ଛୋଟ ବାଳକଟି ତାଙ୍କ ମା’ ରାନ୍ଧିଥିବା ଖିରି ନେଇ ମନ୍ଦିରକୁ ଯାଇ ପୂଜା ଜାଣି ନ ଥିବାରୁ ପାତ୍ରଟି ଠାକୁରଙ୍କ ନିକଟରେ ଥୋଇ ‘ଆ ଠାକୁର ଖା ଖିରି, ବାପା ଯାଇଛନ୍ତି ବିଦେଶ କରି’ ଉକ୍ତ ଉକ୍ତିଟି କହି ଦୁଆର ବନ୍ଦ କରିଦେଇଥିଲେ। କିଛି ସମୟ ପରେ ଦେଖନ୍ତି ଖିରି ପାତ୍ରଟି ସମ୍ପୂର୍ଣ୍ଣ ଖାଲି ହୋଇଯାଇଥାଏ। ଶ୍ରୀକେତନ ଫେରିବା ପରେ ଏହା କଥା ଜାଣି ବିଶ୍ୱାସ ଗ୍ରହଣ କରିପାରି ନଥିଲେ। ଉକ୍ତ ଘଟଣାଟିକୁ ପରଖିବା ପାଇଁ ପୂର୍ବଦିନ ପରି ପୁଅକୁ ପଠାଇ କବାଟ ଫାଙ୍କରେ ଲୁଚି ଦେଖୁଥିଲେ। ସେ ଯେତେବେଳେ ଦେଖିଲେ ଠାକୁର ଆସି ଖିରି ଖାଆନ୍ତି, ସଙ୍ଗେ ସଙ୍ଗେ ଦୁଆର ଖୋଲି ଦେବା ବେଳେ ଠାକୁର ନିଜ ସ୍ଥାନକୁ ଫେରିବା ସମୟରେ ଗରମ ଖିରି ପଡି ତାଙ୍କ ଶରୀର ଫୋଟକା ହୋଇଥିଲା। ଏବେ ମଧ୍ୟ ଠାକୁରଙ୍କ ବିଗ୍ରହରେ ଫୋଟକା ଚିହ୍ନ ଦେଖିବାକୁ ମିଳେ। ସେହିଦିନଠାରୁ ଅଲାରନାଥଙ୍କ ପ୍ରିୟ ପ୍ରସାଦ ଖିରି ଭୋଗ। ଏହି ଅଣସର ସମୟରେ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଖିରି ପ୍ରସାଦ ପାଇଁ ଆସିଥାନ୍ତି। ପ୍ରସାଦ ମନ୍ଦିରର ରୋଷଶାଳାରେ ସେବାୟତମାନେ ପ୍ରସ୍ତୁତ କରନ୍ତି। ପରେ ଏହାକୁ ମାଟିପାତ୍ରରେ ଭର୍ତ୍ତି କରି ଓଳି ପିଛା ୨୦ ଟଙ୍କାରୁ ଊର୍ଦ୍ଧ୍ୱ ଦରରେ ବିକ୍ରି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri