Posted inଜାତୀୟ

ଲଦାଖକୁ ରାଜ୍ୟ ମାନ୍ୟତା ଦାବି: ଲେହ୍‌ରେ ହିଂସା

ଲେହ୍‌,୨୫ା୯ (ପି.ଟି. /ରଏଟର୍ସ): କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ବୁଧବାର ଲେହ୍‌ଠାରେ ବନ୍ଦ ପାଳନ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଲେହ୍‌ ଆପେକ୍ସ ବଡି (ଏଲ୍‌ଏବି) ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ବେଳେ ପୋଲିସ ଗୁଳିରେ ୪ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨୦ ପୋଲିସ କର୍ମଚାରୀ ଅଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ ଅନଶନ ଭଙ୍ଗକରି ତତ୍କାଳ ବନ୍ଦ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଛନ୍ତି। ୫ ବର୍ଷ ହେଲା ଯୁବପିଢ଼ି ରୋଜଗାର ପାଉ ନ ଥିବାରୁ ‘ଜେନ୍‌-ଜି ଧରଣର ଆନ୍ଦୋଳନ’ ମୁଣ୍ଡ ଟେକିଛି। ଏହା ଏକ ସାମାଜିକ ଆନ୍ଦୋଳନ। ଲଦାଖରେ କୌଣସି ଗଣତାନ୍ତ୍ରିକ ମଞ୍ଚ ନାହିଁ। ତେବେ ହିଂସା ଯୋଗୁ ଲଦାଖବାସୀଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ। ସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିପାରେ। ଲଦାଖ ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ଅନୁଚିତ ବୋଲି ଅନଶନସ୍ଥଳରେ ଓ୍ବାଙ୍ଗ୍‌ଚୁକ ନିଜ ସମର୍ଥକମାନଙ୍କୁ ସମ୍ବୋଧିତ କରି କହିଛନ୍ତି।

ହିଂସାକୁ ଦୃଷ୍ଟିରେ ରଖି ଲେହ୍‌ ଜିଲାର ବିଭିନ୍ନ ଭାଗରେ ଭାରତୀୟ ନାଗରିକ ସଂହିତା (ବିଏନ୍‌ଏସ୍‌) ଧାରା ୧୬୩ ଜାରି କରାଯାଇଛି। ତଦନୁସାରେ ସମ୍ପୃକ୍ତ ଅଞ୍ଚଳରେ ୫ କିମ୍ବା ତଦୂର୍ଦ୍ଧ୍ୱ ବ୍ୟକ୍ତି ଏକତ୍ର ହୋଇପାରିବେ ନାହିଁ ବୋଲି ବିକ୍ଷୋଭକାରୀଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ରାଜ୍ୟ ମାନ୍ୟତା ପ୍ରତ୍ୟାହାରକରି ଏହାକୁ ଜମ୍ମୁ-କଶ୍ମୀର ଏବଂ ଲଦାଖ ରୂପେ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଏହା ପରଠୁ ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଓ ସମ୍ବିଧାନର ଷଷ୍ଠ ପରିଚ୍ଛେଦରେ ସାମିଲ ଦାବିରେ ଅନେକ ସମୟରେ ବିକ୍ଷୋଭ କରାଯାଇଆସୁଛି। ସେପ୍ଟେମ୍ବର ୧୦ରୁ ୧୫ ଜଣ ୩୫ ଦିନିଆ ଅନଶନରେ ବସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ ସେରିଙ୍ଗ୍‌ ଓ୍ବାଙ୍ଗ୍‌ଚୁକ(୭୨) ଓ ତଶି ଡୋଲମା(୬୦)ଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ହସ୍ପିଟାଲକୁ ଉଭୟଙ୍କୁ ନିଆଯାଇଥିଲା। ଏହା ଦେଖି ଏଲ୍‌ଏବି ଯୁବ ଶାଖା ପକ୍ଷରୁ ବୁଧବାର ବନ୍ଦ ଡାକରା ଦିଆଯାଇଥିଲା। ଲେହ୍‌ ଆପେକ୍ସ ବଡି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଚାହୁଁ ଚାହୁଁ ହିଂସାର ରୂପ ନେଇଥିଲା। ବିକ୍ଷୋଭକାରୀମାନେ ଭାଜପା ଅଫିସ ସମେତ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ଯାନବାହନଗୁଡ଼ିକରେ ନିଅଁା ଲଗାଇଦେବାରୁ ଆକାଶରେ କଳା ଧୂଅଁାର ଆସ୍ତରଣ ଦେଖିବାକୁ ମିଳିଥିଲା। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଗୁଳିମାଡ଼ରେ ୪ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ସଂଘର୍ଷ ବେଳେ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବିଶିଷ୍ଟ ପରିବେଶବିତ୍‌ ତଥା ଶିକ୍ଷାବିତ୍‌ ସୋନମ୍‌ ଓ୍ବାଙ୍ଗ୍‌ଚୁକ ଅନଶନ ଭାଙ୍ଗିବା ସହ ଲଦାଖର ଯୁବପିଢ଼ିଙ୍କୁ ହିଂସା ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି। ପୋଲିସ ପ୍ରଥମେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। କିନ୍ତୁ ସ୍ଥିତି ସଙ୍ଗିନ ହେବା ଆଶଙ୍କାରେ ପରେ ଗୁଳିମାଡ଼ କରିଥିଲା। ତେବେ ବିକ୍ଷୋଭକାରୀମାନେ ଶାନ୍ତ ରୁହନ୍ତୁ ବୋଲି ଓ୍ବାଙ୍ଗ୍‌ଚୁକ ନିଜ X ହ୍ୟାଣ୍ଡଲରେ କହିଛନ୍ତି।
ସମ୍ବିଧାନର ଷଷ୍ଠ ପରିଚ୍ଛେଦ ୪ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରା, ମେଘାଳୟ, ମିଜୋରାମ ଓ ଆସାମର ଆଦିବାସୀ ଜନସଂଖ୍ୟା ପାଇଁ ଉଦ୍ଦିଷ୍ଟ। ତଦନୁଯାୟୀ ଏହି ରାଜ୍ୟଗୁଡ଼ିକ ଅଟୋନମସ୍‌ କାଉନ୍‌ସିଲ ଜରିଆରେ ପ୍ରଶାସନିକ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା, ସ୍ବାୟତ୍ତ ଶାସନ, ବିକଳ୍ପ ନ୍ୟାୟିକ ବ୍ୟବସ୍ଥା ଓ ଆର୍ଥିକ କ୍ଷମତାର ପ୍ରୟୋଗ କରି ସ୍ବତନ୍ତ୍ର ସୁବିଧା ହାସଲ କରିଥାନ୍ତି। ଅକ୍ଟୋବର ୬ରେ ଏଲ୍‌ଏବି ଏବଂ କାର୍‌ଗିଲ ଡେମୋକ୍ରାଟିକ୍‌ ଆଲାଏନ୍ସ (କେଡିଏ) ସଦସ୍ୟଙ୍କୁ ନେଇ ଲଦାଖର ଏକ ପ୍ରତିନିଧି ଦଳ ସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଆଲୋଚନା ହେବାକୁ ଥିବାବେଳେ ଲଦାଖକୁ ଷଷ୍ଠ ପରିଚ୍ଛେଦରେ ସାମିଲ ପାଇଁ ଦାବି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ବଡ଼ ଖବର: ଗାଁରେ ବି ଚାଲିବ ଅଟୋ-ବାଇକ୍‌ର କ୍ୟାବ୍‌, ଜାଣନ୍ତୁ କେମିତି କରିବେ ବୁକ୍‌…

ନୂଆଦିଲ୍‌ଲୀ,୧୮।୯: ଭାରତ ଟ୍ୟାକ୍ସି (Bharat Taxi) ର ଅନେକ ସହରରେ ପାଇଲଟ ପ୍ରୋଜେକ୍ଟ ଚାଲୁ ରହିଛି। ବର୍ତ୍ତମାନ ଏହି ଭାରତ ଟ୍ୟାକ୍ସି ସେବା ଦିଲ୍ଲୀ-ଏନସିଆର (Delhi-NCR), ଗୁଜରାଟ,…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?