ଉପକୂଳରେ ବଢୁଛି ଗେଣ୍ଡା, ଶାମୁକା ମାଂସର ଚାହିଦା

ମହାକାଳପଡ଼ା,୬।୫(ଡି.ଏନ.ଏ.): ଖରାଦିନେ ଜଳାଶୟ, ଖାଲ ପାଟିଆ, ଯୋର ଆଦି ସ୍ଥାନରେ ଜଳସ୍ତର ଶୁଖିଯିବା ଯୋଗୁ ଯେଉଁଠି ପାଣି ମୁନ୍ଦାଏ ଅଛି ସେଠାରେ ଛୋଟ ଛୋଟ ଶାମୁକା, କୁଜି ଗେଣ୍ଡା ଦେଖିବାକୁ ମିଳୁଛନ୍ତି। ଦୂରଦୂରାନ୍ତରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ଆସି ଏହାକୁ ଖାଇଥାନ୍ତି। କିନ୍ତୁ ମଣିଷ ପକ୍ଷୀମାନଙ୍କ ଖାଦ୍ୟକୁ ଏବେ ସହଜରେ ଗ୍ରହଣ କରିନେଲେଣି। କାରଣ ଏହି କୁଜି ଗେଣ୍ଡା ଓ ଶାମୁକାରେ ପ୍ରଚୁର ପରିମାଣରେ ଭିଟାମିନ୍‌ ରହିଛି। ପକ୍ଷୀମାନେ ସିଧାସଳଖ ଖାଦ୍ୟରୂପେ ଗ୍ରହଣ କରି ନୀରୋଗ ରହୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ଏହାକୁ ନେଇ ପ୍ରଥମେ ଗରମ ପାଣିରେ ପକାଇ ତା’ର ଲାଳଅଂଶ ବାହାର କଲାପରେ ଖୋଳପା ବାହାର କରି ତା’ ଭିତର ମାଂସକୁ ତରକାରି କରି ଖାଉଛନ୍ତି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପାଣିଖିଆ ସାନ୍ତାଳପଡ଼ା ଗଁାରେ। ଗଁାର କୁନା ମାରାଣ୍ଡି, ଗୁରୁଭା ହଁାସ୍‌ଦା କହିବା କଥା ଅଭାବୀ ପରିବାରର ଲୋକମାନେ ଜଙ୍ଗଲ ପାର୍ଶ୍ୱରେ ଥିବା ନଦୀନାଳ ଖାଲରୁ ମାଛ, କଙ୍କଡ଼ା, ଗେଣ୍ଡା, ଶାମୁକା ସଂଗ୍ରହ କରିଥାନ୍ତି। କଙ୍କଡ଼ା, ଗେଣ୍ଡା, ଶାମୁକା ଶରୀର ପାଇଁ ଖୁବ୍‌ ଉପଯୋଗୀ ବୋଲି ସେମାନେ କହିଛନ୍ତି। ସ୍ଥାନୀୟ ଧୁନା ହଁାସ୍‌ଦା କହିଛନ୍ତି, ଜନଜାତି ସମ୍ପ୍ରଦାୟ ଯୁବକମାନେ ଖରାବେଳେ ନିକଟ ଗାଡ଼ିଆ, ପୋଖରୀରୁ କୁଜି ଗେଣ୍ଡା, ଶାମୁକା ସଂଗ୍ରହ କରିଥାନ୍ତି। ବଜାରରେ ପନିପରିବା, ମାଛ, ମାଂସ ଦର ହୋଇଥିବା ବେଳେ କିଣି ଖାଇବାକୁ ଏମାନଙ୍କ ପାଖରେ ସେତିକି ସମ୍ବଳ ନାହିଁ। ଅପରପକ୍ଷରେ କାମଧନ୍ଦା ନ ମିଳିବାରୁ ଆମେ ବାଧ୍ୟହୋଇ ଘରେ ଅଛୁ। ପରିବାର ପ୍ରତିପୋଷଣ ପାଇଁ ବେଳେବେଳେ ଗେଣ୍ଡା, ଶାମୁକା ସଂଗ୍ରହ କରି ଏହାକୁ ଖାଇ ଚଳିଯାଉଛୁ। କେତେଜଣ ଲୋକ ଏହାକୁ ନିଜେ ଖାଇବା ସହ ପଡ଼ୋଶୀ ଜିଲାକୁ ବିକ୍ରି କରିବାକୁ ନେଇଥାନ୍ତି। କୁଜି ଗେଣ୍ଡା ଓ ଶାମୁକା କିଲୋ ପ୍ରତି ୩୦ରୁ ୪୦ ଟଙ୍କାରେ ବିକ୍ରି କରାଯାଇଥାଏ। ବିଶେଷକରି ବାଲେଶ୍ୱରର ଗୋଲେଇ ବଜାର, ମୟୂରଭଞ୍ଜ ଜିଲାର ବାରିପଦା, କେନ୍ଦୁଝର ଜିଲାର ବଡ଼ବିଲ, ଯାଜପୁର ଜିଲାର ଡୁବୁରୀ ଓ ଚଣ୍ଡିଖୋଲ ଆଦି ସ୍ଥାନର ଜନଜାତି ସମ୍ପ୍ରଦାୟ ଲୋକଙ୍କ ଏଥିରେ ଚାହିଦା ରହିଛି ବୋଲି ଧୁନା କହିଛନ୍ତି। ତେବେ ବର୍ଷାଦିନ ଆରମ୍ଭରୁ ବଡ଼ ଗେଣ୍ଡା, ଶାମୁକାଗୁଡ଼ିକ ଡିମ୍ବ ଦେବା ପୂର୍ବରୁ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରାଯାଏ। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସକ ଡା. ଅମରେଶ ସ୍ବାଇଁଙ୍କୁ ପଚାରିବାରେ ଗେଣ୍ଡା, ଶାମୁକା ମାଂସକୁ ଖାଦ୍ୟ ରୂପେ ଗ୍ରହଣ କଲେ ଶରୀରରେ ୪ ପ୍ରକାର ଫାଇଦା ମିଳିବ। ପ୍ରଥମରେ ଭିଟାମିନ୍‌ ଏ’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ, ୨ୟରେ ଆଇରନ୍‌ ବା ଲୌହସାର ମିଳିବ, ଯାହାକି ରକ୍ତହୀନତାଜନିତ ରୋଗ ହ୍ରାସ ପାଇବା ସହ ରକ୍ତ ସଞ୍ଚାଳନ ନିୟନ୍ତ୍ରିତ ରଖିଥାଏ, ୩ୟରେ କ୍ୟାଲସିୟମ ଭରପୂର ମିଳିବା ସହ ଅସ୍ଥିମଜ୍ଜା ସୁଦୃଢ଼ ହୋଇଥାଏ, ୪ର୍ଥରେ ଶରୀରରେ ଚର୍ବିଅଂଶ ହ୍ରାସ କରିବା ସହ ଲୋ ଫ୍ୟାଟ୍‌ ରଖିଥାଏ। ଏଥିଯୋଗୁ ହୃଦ୍‌ଘାତ ଆଶଙ୍କା ହ୍ରାସ ପାଇବା ସହ ଶରୀର ପାଇଁ ଖୁବ୍‌ ଉପଯୋଗୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri