ଉପକୂଳରେ ବଢୁଛି ଗେଣ୍ଡା, ଶାମୁକା ମାଂସର ଚାହିଦା

ମହାକାଳପଡ଼ା,୬।୫(ଡି.ଏନ.ଏ.): ଖରାଦିନେ ଜଳାଶୟ, ଖାଲ ପାଟିଆ, ଯୋର ଆଦି ସ୍ଥାନରେ ଜଳସ୍ତର ଶୁଖିଯିବା ଯୋଗୁ ଯେଉଁଠି ପାଣି ମୁନ୍ଦାଏ ଅଛି ସେଠାରେ ଛୋଟ ଛୋଟ ଶାମୁକା, କୁଜି ଗେଣ୍ଡା ଦେଖିବାକୁ ମିଳୁଛନ୍ତି। ଦୂରଦୂରାନ୍ତରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ଆସି ଏହାକୁ ଖାଇଥାନ୍ତି। କିନ୍ତୁ ମଣିଷ ପକ୍ଷୀମାନଙ୍କ ଖାଦ୍ୟକୁ ଏବେ ସହଜରେ ଗ୍ରହଣ କରିନେଲେଣି। କାରଣ ଏହି କୁଜି ଗେଣ୍ଡା ଓ ଶାମୁକାରେ ପ୍ରଚୁର ପରିମାଣରେ ଭିଟାମିନ୍‌ ରହିଛି। ପକ୍ଷୀମାନେ ସିଧାସଳଖ ଖାଦ୍ୟରୂପେ ଗ୍ରହଣ କରି ନୀରୋଗ ରହୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ଏହାକୁ ନେଇ ପ୍ରଥମେ ଗରମ ପାଣିରେ ପକାଇ ତା’ର ଲାଳଅଂଶ ବାହାର କଲାପରେ ଖୋଳପା ବାହାର କରି ତା’ ଭିତର ମାଂସକୁ ତରକାରି କରି ଖାଉଛନ୍ତି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପାଣିଖିଆ ସାନ୍ତାଳପଡ଼ା ଗଁାରେ। ଗଁାର କୁନା ମାରାଣ୍ଡି, ଗୁରୁଭା ହଁାସ୍‌ଦା କହିବା କଥା ଅଭାବୀ ପରିବାରର ଲୋକମାନେ ଜଙ୍ଗଲ ପାର୍ଶ୍ୱରେ ଥିବା ନଦୀନାଳ ଖାଲରୁ ମାଛ, କଙ୍କଡ଼ା, ଗେଣ୍ଡା, ଶାମୁକା ସଂଗ୍ରହ କରିଥାନ୍ତି। କଙ୍କଡ଼ା, ଗେଣ୍ଡା, ଶାମୁକା ଶରୀର ପାଇଁ ଖୁବ୍‌ ଉପଯୋଗୀ ବୋଲି ସେମାନେ କହିଛନ୍ତି। ସ୍ଥାନୀୟ ଧୁନା ହଁାସ୍‌ଦା କହିଛନ୍ତି, ଜନଜାତି ସମ୍ପ୍ରଦାୟ ଯୁବକମାନେ ଖରାବେଳେ ନିକଟ ଗାଡ଼ିଆ, ପୋଖରୀରୁ କୁଜି ଗେଣ୍ଡା, ଶାମୁକା ସଂଗ୍ରହ କରିଥାନ୍ତି। ବଜାରରେ ପନିପରିବା, ମାଛ, ମାଂସ ଦର ହୋଇଥିବା ବେଳେ କିଣି ଖାଇବାକୁ ଏମାନଙ୍କ ପାଖରେ ସେତିକି ସମ୍ବଳ ନାହିଁ। ଅପରପକ୍ଷରେ କାମଧନ୍ଦା ନ ମିଳିବାରୁ ଆମେ ବାଧ୍ୟହୋଇ ଘରେ ଅଛୁ। ପରିବାର ପ୍ରତିପୋଷଣ ପାଇଁ ବେଳେବେଳେ ଗେଣ୍ଡା, ଶାମୁକା ସଂଗ୍ରହ କରି ଏହାକୁ ଖାଇ ଚଳିଯାଉଛୁ। କେତେଜଣ ଲୋକ ଏହାକୁ ନିଜେ ଖାଇବା ସହ ପଡ଼ୋଶୀ ଜିଲାକୁ ବିକ୍ରି କରିବାକୁ ନେଇଥାନ୍ତି। କୁଜି ଗେଣ୍ଡା ଓ ଶାମୁକା କିଲୋ ପ୍ରତି ୩୦ରୁ ୪୦ ଟଙ୍କାରେ ବିକ୍ରି କରାଯାଇଥାଏ। ବିଶେଷକରି ବାଲେଶ୍ୱରର ଗୋଲେଇ ବଜାର, ମୟୂରଭଞ୍ଜ ଜିଲାର ବାରିପଦା, କେନ୍ଦୁଝର ଜିଲାର ବଡ଼ବିଲ, ଯାଜପୁର ଜିଲାର ଡୁବୁରୀ ଓ ଚଣ୍ଡିଖୋଲ ଆଦି ସ୍ଥାନର ଜନଜାତି ସମ୍ପ୍ରଦାୟ ଲୋକଙ୍କ ଏଥିରେ ଚାହିଦା ରହିଛି ବୋଲି ଧୁନା କହିଛନ୍ତି। ତେବେ ବର୍ଷାଦିନ ଆରମ୍ଭରୁ ବଡ଼ ଗେଣ୍ଡା, ଶାମୁକାଗୁଡ଼ିକ ଡିମ୍ବ ଦେବା ପୂର୍ବରୁ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରାଯାଏ। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସକ ଡା. ଅମରେଶ ସ୍ବାଇଁଙ୍କୁ ପଚାରିବାରେ ଗେଣ୍ଡା, ଶାମୁକା ମାଂସକୁ ଖାଦ୍ୟ ରୂପେ ଗ୍ରହଣ କଲେ ଶରୀରରେ ୪ ପ୍ରକାର ଫାଇଦା ମିଳିବ। ପ୍ରଥମରେ ଭିଟାମିନ୍‌ ଏ’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ, ୨ୟରେ ଆଇରନ୍‌ ବା ଲୌହସାର ମିଳିବ, ଯାହାକି ରକ୍ତହୀନତାଜନିତ ରୋଗ ହ୍ରାସ ପାଇବା ସହ ରକ୍ତ ସଞ୍ଚାଳନ ନିୟନ୍ତ୍ରିତ ରଖିଥାଏ, ୩ୟରେ କ୍ୟାଲସିୟମ ଭରପୂର ମିଳିବା ସହ ଅସ୍ଥିମଜ୍ଜା ସୁଦୃଢ଼ ହୋଇଥାଏ, ୪ର୍ଥରେ ଶରୀରରେ ଚର୍ବିଅଂଶ ହ୍ରାସ କରିବା ସହ ଲୋ ଫ୍ୟାଟ୍‌ ରଖିଥାଏ। ଏଥିଯୋଗୁ ହୃଦ୍‌ଘାତ ଆଶଙ୍କା ହ୍ରାସ ପାଇବା ସହ ଶରୀର ପାଇଁ ଖୁବ୍‌ ଉପଯୋଗୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri